ଭୋଟ ଦେଲେ କଂଗ୍ରେସ ପ୍ରାର୍ଥୀ ଦିଲୀପ

ବରଗଡ଼ ଅଫିସ/ବିଜେପୁର,୨୧।୧୦(ଡି.ଏନ୍‌.ଏ.) : ବରଗଡ଼ ଜିଲା ବିଜେପୁର ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭାବେ ଏଥର ଦିଲୀପ କୁମାର ପଣ୍ଡା ପ୍ରଥମଥର ପାଇଁ ବିଧାନସଭା ନିିର୍ବାଚନକୁ ଓହ୍ଲାଇଛନ୍ତି। ସୋମବାର ସେ ମାନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭୋଟ ଗ୍ରହଣ କେନ୍ଦ୍ର (ବୁଥ ନଂ-୯୮)କୁ ଯାଇ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ଏଥର ବିଜେପୁରବାସୀ ତାଙ୍କ ସପକ୍ଷରେ ବିପୁଳ ଭୋଟ ଦେଇ କଂଗ୍ରେସକୁ ବିଜୟୀ କରିବେ ବୋଲି ଦୃଢ଼ ଆଶାବାଦୀ ଥିବା ଦିଲୀପ କହିଛନ୍ତି।