ଭୋଟ ଗ୍ରହଣ କେନ୍ଦ୍ର ବୁଲିଲେ ରୀତା

ବରଗଡ଼ ଅଫିସ/ବିଜେପୁର,୨୧।୧୦(ଡି.ଏନ୍‌.ଏ): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନରେ ନିଜେ ମତାଧିକାର ସାବ୍ୟସ୍ତ କରି ସାରିବା ପରେ ବିଜେଡି ପ୍ରାର୍ଥିନୀ ରୀତା ସାହୁ ବିଭିନ୍ନ ଭୋଟ ଗ୍ରହଣ କେନ୍ଦ୍ର ବୁଲୁଥିବା ଦେଖିବାକୁ ମିଳିଛି। ବିଜେପୁର ବ୍ଲକ ପଡ଼ା ଗ୍ରାମର ଭୋଟ ଗ୍ରହଣ କେନ୍ଦ୍ରକୁ ସେ ଆସିଥିଲେ। ରୀତାଙ୍କ ସହିତ ତାଙ୍କ କିଛି ସମର୍ଥକ ମଧ୍ୟ ଉପସ୍ଥିତ ଥିଲେ।