Categories: ଗଞ୍ଜାମ

ଭୋଟ ଗଣତି ଆଜି: ଛତ୍ରପୁର, ଭଞ୍ଜନଗର, ବ୍ରହ୍ମପୁର କେନ୍ଦ୍ରରେ ସୁରକ୍ଷା କଡ଼ାକଡ଼ି

ଛତ୍ରପୁର,୨୩ା୫(ଡି.ଏନ.ଏ.)-ଗଞ୍ଜାମ ଜିଲାର ଛତ୍ରପୁରସ୍ଥିତ ଅନସ୍ଲୋ ସରକାରୀ ହାଇସ୍କୁଲ, ବ୍ରହ୍ମପୁରର ପଲିଟେକନିକ୍‌ ଓ ଆଇଟିଆଇ ଏବଂ ଭଞ୍ଜନଗରର କେଏସୟୁବି କଲେଜରେ ଗୁରୁବାର ଭୋଟ ଗଣତି କରାଯିବ। ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ଭୋଟ ଗଣତିରେ ନିୟୋଜିତ କର୍ମଚାରୀ, ପ୍ରାର୍ଥୀ ଓ ସେମାନଙ୍କ ଏଜେଣ୍ଟଙ୍କୁ ଭୋଟ ଗଣତି କେନ୍ଦ୍ରକୁ ମୋବାଇଲ ଫୋନ ନେବା ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଅନ୍ୟପକ୍ଷରେ ଖବରଦାତାମାନେ ମୋବାଇଲ ଫୋନ ନେବା ଉପରେ ଲାଗିଥିବା କଟକଣା ପ୍ରଶାସନ ପକ୍ଷରୁ ଉଠାଇ ଦିଆଯାଇଛି ା ଭୋଟ ଗଣତି କେନ୍ଦ୍ର ପରିସରରେ ଥିବା ମିଡିଆ ସେଲ୍‌କୁ ଖବରଦାତା ମୋବାଇଲ ଫୋନ ନେବାକୁ କେତେକ ସର୍ତ୍ତ ରଖି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅନୁମତି ଦେଇଛନ୍ତି। ଖବରଦାତାମାନଙ୍କ ପକ୍ଷରୁ ମୋବାଇଲ ଫୋନ୍‌ ମିଡିଆ ସେଣ୍ଟର ପର୍ଯ୍ୟନ୍ତ ନେବାକୁ ଅନୁମତି ଦେବାକୁ ମଙ୍ଗଳବାର ଜିଲାପାଳଙ୍କୁ ଅନୁରୋଧ କରାଯାଇଥିଲା। ପୂର୍ବରୁ ପେନ୍‌ ନେବା ଉପରେ ବାରଣ କରାଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ଖବରଦାତାମାନଙ୍କୁ ପେନ୍‌, ପେନସିଲ୍‌ ଓ କାଗଜ ଦିଆଯିବ ବୋଲି ସୂଚନା ଦିଆଯାଇଛି। ଏପରିକି ଛତ୍ରପୁର ଅନସ୍ଲୋ ସରକାରୀ ହାଇସ୍କୁଲ ପରିସରରେ ଟେଣ୍ଟ ତଳେ ମିଡିଆ ସେଣ୍ଟର କରାଯାଇ
ଥିଲା ା ବୁଧବାର ଖବରଦାତାମାନଙ୍କ ପକ୍ଷରୁ ଏହାକୁ ବିରୋଧ କରାଯିବା ପରେ ଏକ କୋଠରୀରେ ମିଡିଆ ସେଲ୍‌ କରାଯାଇଛି ା ଏ ନେଇ ଅପରାହ୍ନରେ ଜିଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଜିଲାପାଳ ବୁଧବାର ଛତ୍ରପୁର, ଭଞ୍ଜନଗର ଓ ବ୍ରହ୍ମପୁର ଯାଇ ଗଣତି ହେବାକୁ ଥିବା କେନ୍ଦ୍ରର ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକୀୟ ପରାମର୍ଶ ଦେଇଛନ୍ତି। ଏପରିକି ଜିଲାକୁ ଆସିଥିବା ୧୨ ଜଣ ପର୍ଯ୍ୟବେକ୍ଷକ ମଧ୍ୟ ଉକ୍ତ କେନ୍ଦ୍ର ଗୁଡିକୁ ଯାଇ ଅନୁଧ୍ୟାନ କରିଛନ୍ତି। ଭୋଟ ଗଣତି ପରିପ୍ରେକ୍ଷୀରେ ଗଞ୍ଜାମ ଓ ବ୍ରହ୍ମପୁର ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ା ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିବାବେଳେ ଶେଷ ସ୍ତରରେ କେନ୍ଦ୍ରୀୟ ଫୋର୍ସ ମୁତୟନ ରହିଛନ୍ତି। ଏମାନଙ୍କୁ ଓଡିଶା ପୋଲିସ ସହଯୋଗ କରୁଛି ା ଭୋଟ ଗଣତି ପରିପ୍ରେକ୍ଷୀରେ ଛତ୍ରପୁର, ବ୍ରହ୍ମପୁର ଓ ଭଞ୍ଜନଗରରେ ଟ୍ରାଫିକ୍‌ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି ା ବିଭିନ୍ନ ସ୍ଥାନରେ ନୋଜୋନ୍‌ ହୋଇଛି ା ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା ମଧ୍ୟ ହୋଇଛି ା ଗଞ୍ଜାମ ଓ ବ୍ରହ୍ମପୁର ଏସପି ମଧ୍ୟ ଗଣତି କେନ୍ଦ୍ରକୁ ଯାଇ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ଚଳିତ ଥର ଭିଭିପାଟ୍‌ ଯୋଗୁ ଗଣତିରେ ବିଳମ୍ବ ହେବାର ସମ୍ଭାବନା ରହିଛି ା ଶୁକ୍ରବାର ସକାଳ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ସରିବାର ଅନୁମାନ
କରାଯାଉଛି ା ତେଣୁ ଗଣତି କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ ସେମାନଙ୍କ ଆବଶ୍ୟକୀୟ ଔଷଧ ନେଇ ଆସିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ା ଗଣତି କେନ୍ଦ୍ରରେ ଏସି, ସିସି କ୍ୟାମେରା ଓ ଭିଡିଓ ରେକର୍ଡିଂ ବ୍ୟବସ୍ଥା ହୋଇଛି ା