ଭୋଟର ପରିଚୟ ପତ୍ରରେ କୁକୁର ଫଟୋ

କୋଲକାତା,୫।୩ : ଭୋଟର ପରିଚୟ ପତ୍ରରେ ସମ୍ପୃକ୍ତ ଭୋଟରଙ୍କ ଫଟୋ ରହିଥାଏ। ତେବେ ପଶ୍ଚିମବଙ୍ଗରେ ଜଣେ ଲୋକଙ୍କ ଭୋଟର ପରିଚୟ ପତ୍ରରେ ତାଙ୍କ ନିଜ ଫଟୋ ସ୍ଥାନରେ କୁକୁର ଫଟୋ ରହିଛି। ଏନେଇ ସେ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି। ମୁର୍ଶିଦାବାଦ୍‌ ଜିଲାର ରାମନଗର ଗାଁରେ ବାସ କରୁଥିବା ୬୪ ବର୍ଷ ବୟସ୍କ ସୁନୀଲ କର୍ମାକରଙ୍କର ଭୋଟର ପରିଚୟ ପତ୍ରରେ ତାଙ୍କ ଫଟୋ ବଦଳରେ କୁକୁର ଫଟୋ ରହିଛି। ଭୋଟର ପରିଚୟ ପତ୍ରରେ କିଛି ଭୁଲ ଥିବାରୁ ସେ ଏହାକୁ ସୁଧାରିବା ପାଇଁ ଆବେଦନ କରିଥିଲେ। ତେବେ ନୂଆ ଭୋଟର ପରିଚୟ ପତ୍ରରେ ତାଙ୍କ ଫଟୋ ନ ଥିବା ସୁନୀଲ କହିଛନ୍ତି। ତାଙ୍କୁ ଅପମାନିତ କରାଯାଇଥିବାରୁ ସେ ଏନେଇ ମାନହାନି ମକଦମା କରିବେ ବୋଲି ନିର୍ବାଚନ କମିଶନଙ୍କ ନିକଟରେ ପ୍ରକାଶ କରିଛନ୍ତି।

Share