ଭୋଜପୁରୀ ଶିଖୁଛନ୍ତି ସନ୍ନି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନ ଏବେ ଭୋଜପୁରୀ ଶିଖୁଛନ୍ତି। ଏମିତି ଏକ ଭିଡିଓ ଏକ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ସେ କୌଣସି ଭୋଜପୁରୀ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ଏହି ଭାଷା ଶିଖୁ ନାହାଁନ୍ତି ବରଂ ତାଙ୍କ ଆଗାମୀ ଫିଲ୍ମ ‘କୋକା କୋଲା’ ପାଇଁ ସେ ଏମିତି ପରିଶ୍ରମ କରୁଛନ୍ତି। କାରଣ ଏହି ଫିଲ୍ମରେ ଉତ୍ତର ପ୍ରଦେଶ ଓ ବିହାରର ଭାଷା କହିବାକୁ ପଡିବ। ତେଣୁ ସେ ଫିଲ୍ମରେ ନିଖୁଣ ଅଭିନୟ କରିବାକୁ ଭୋଜପୁରି ଶିଖୁଥିବା କୁହାଯାଉଛି। ଅବଶ୍ୟ ଶୁଟିଂ ପାଇଁ ଇତିମଧ୍ୟରେ ସନ୍ନି ଉତ୍ତର ପ୍ରଦେଶ ପହଞ୍ଚିଥିବା ସୂଚନା ରହିଛି।

Share