ଭୋଗ ପ୍ରସ୍ତୁତିରେ ବ୍ୟତିକ୍ରମ: ସ୍ବାଦ ହରାଇଛି ବଳଦେବଜୀଉଙ୍କ ଖେଚୁଡ଼ି; ମଇଁଷି ଘିଅ ବ୍ୟବହାର ହେଉନି

କେନ୍ଦୁଝର, ୧୭ା୫ କେନ୍ଦୁଝରର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ପୀଠକୁ ଘିଅ ପାଇଁ ପାହାଡ଼ର ୮ଟି ସ୍ଥାନରେ ମଇଁଷି ଗୋଠ ଥିଲା। ମଇଁଷି କ୍ଷୀରରୁ ଠାକୁରଙ୍କ ପାଇଁ ଘିଅ ପ୍ରସ୍ତୁତ କରାଯାଉଥିଲା। ବେଲ ବାହାଳି (ଆନନ୍ଦପୁର)ରୁ ଗୁଡ଼ ଓ ମୁଗ ଆସୁଥିଲା ା ଚାରିଗଡ଼ ଅର୍ଥାତ ତେଲକୋଇରୁ ଆସୁଥିଲା ଚାଉଳ। ତ୍ରିଲୋଚନପୁର ଓ ତାଳଗାଁରୁ ଆସୁଥିଲା ବୋଇତାଳୁ ଓ ଅନ୍ୟାନ୍ୟ ସାମଗ୍ରୀ। ଉପରୋକ୍ତ ସାମଗ୍ରୀରେ ଭୋଗ ପ୍ରସ୍ତୁତ ହୋଇ ଠାକୁରଙ୍କୁ ଲାଗି କରାଯାଉଥିଲା। ଏବେ କିନ୍ତୁ ଏହି ପରମ୍ପରାରେ ବ୍ୟତିକ୍ରମ ଘଟିଛି ା ସରକାର ମନ୍ଦିର ଦାୟିତ୍ୱ ନେବା ପରେ ଠାକୁରଙ୍କ ନୀତିକାନ୍ତିରେ ନାନା ସମସ୍ୟା ଉପୁଜିଛି ବୋଲି ଅଭିଯୋଗ ହୋଇଛି ା
ଏ ନେଇ କେନ୍ଦୁଝର ସହର ମାଧପୁର ସାହିର ବରିଷ୍ଠ ନାଗରିକ ଶିବ ପ୍ରସାଦ ମହାନ୍ତି ନିଜ ଅନୁଭୂତିରୁ କୁହନ୍ତି, ହାତଗଣତି କେତେଜଣ ସେବକ ଓ ସେବାୟତଙ୍କ ଦ୍ୱାରା ଶ୍ରୀଜୀଉଙ୍କ ପୂଜାର୍ଚ୍ଚନା ଚାଲିଛି ା ସରକାରୀ କର୍ମଚାରୀଙ୍କ ଦାୟିତ୍ୱହୀନ ପଦକ୍ଷେପ ଯୋଗୁ ଠାକୁରଙ୍କ ନୀତିକାନ୍ତି ଓ ପରିଚାଳନାରେ ନାନା ବିଭ୍ରାଟ ଦେଖା ଦେଇଛି ା ତତ୍କାଳୀନ ରାଜାମାନଙ୍କ ଦ୍ୱାରା ପରିଚାଳିତ ହେଇ ଆସୁଥିବା ଏହି ମନ୍ଦିର ସମ୍ପର୍କରେ ସେ କୁହନ୍ତି, ମୋ ବାପା ଗୋପୀନାଥ ମହାନ୍ତି ଥିଲେ ରାଜାଙ୍କ ଦେଉଳ ଭଣ୍ଡାରର ବିଷୋଇ(ରକ୍ଷକ)। ଭଣ୍ଡାର ଘରର ସବୁ ଚାବି ତାଙ୍କ ପାଖରେ ରହୁଥିଲା ା ସେହି ଚାବିର ଓଜନ ସାତ ସେର ଥିଲା ା ରାଜାଙ୍କର ସେ ଅତି ବିଶ୍ୱସ୍ତ କର୍ମଚାରୀ ଥିଲେ ା ଗଉଡମାନେ ମଇଁଷି ଗୋଠରୁ ଘିଅ ନେଇ ପ୍ରତି ସପ୍ତାହର ଶୁକ୍ରବାର ଆମ ଘରକୁ ଆସନ୍ତି। ସେଦିନ ରାତିରେ ସେମାନେ ଆମ ଘରେ ରୁହନ୍ତି। ହଣ୍ଡା, କଡେଇ, ଚାଉଳ ଆଦି ସାମଗ୍ରୀ ଦେଲେ ସେମାନେ ରୋଷେଇ କରି ଖାଆନ୍ତି। ଶନିବାର ଘିଅ ମାପ ହୁଏ ା ରବିବାର ହାଟୁଆ (ହାଟକୁ ଆସୁଥିବା ପାହାଡିଆ ଲୋକ)ଙ୍କ ସହ ଗଉଡ଼ମାନେ ପୁଣି ପାହାଡକୁ ଫେରିଯାଆନ୍ତି। ସେହି ଘିଅ ବଳଦେବଜୀଉଙ୍କ ମନ୍ଦିରକୁ ଯାଉଥିଲା ା ଠାକୁରଙ୍କ ମଇଁଷି ଗୋଠ ଦେଖାରଖା ପାଇଁ ଜଣେ ସୁପରଭାଇଜର ନିଯୁକ୍ତି ହୋଇଥିଲେ। ଘିଅ ଠିକ ଭାବେ ଠାକୁରଙ୍କ ପାଖରେ ପହଞ୍ଚୁଛି କି ନାହିଁ ତା’ର ସେ ତଦାରଖ କରୁଥିଲେ। ସକାଳେ ଶ୍ରୀଜୀଉଙ୍କ ପାଖରେ ବାଳ ଭୋଗ ହେଉଥିଲା ା ମଧ୍ୟାହ୍ନରେ ଖେଚୁଡି ଭୋଗ ଓ ରାତିରେ କନ୍ଦ କ୍ଷୀରି ଓ କନ୍ଦ କାକରା ଭୋଗ ଲାଗି ହେଉଥିଲା ବୋଲି ସେ କହିଛନ୍ତି। ଏସବୁ ମଇଁଷି ଘିଅରେ ପ୍ରସ୍ତୁତ ହେଉଥିଲା। ଖେଚୁଡ଼ିର ନାମ ସହିତ ସ୍ବାଦ ବି ଅଲଗା ଅଲଗା ଥିଲା ା ଦଳା ଖେଚୁଡି, ଭଜା ଖେଚୁଡି , ବାଟୁଳା ଓ ସାଧା ଭାତ ା ଦଳା ଓ ଭଜା ଖେଚୁଡି ସୁସ୍ବାଦୁ ଥିଲା ା ଦଳା ଖେଚୁଡି ମଝିରେ ମୁଠି ମାରି ଖାଲ କରାଯାଉଥିଲା ା ସେହି ଖାଲକୁ ଘିଅରେ ଭର୍ତ୍ତି କରିଦିଆଯାଉଥିଲା। ଏହି ଦଳା ଖେଚୁଡି ରାଜ୍ୟରେ ବେଶ୍‌ ପ୍ରସିଦ୍ଧି ଲାଭ କରିଥିଲା। ଏବେ ଭୋଗର ମାନ କମିଗଲାଣି ା ସେଭଳି ଭୋଗର ସ୍ବାଦ ମଧ୍ୟ ନାହିଁ ବୋଲି ସେ କୁହନ୍ତି। ଏବେ ବଳଦେବଜୀଉଙ୍କ ଭୋଗ ପ୍ରସ୍ତୁତିରେ ଆଉ ମଇଁଷି ଘିଅ ବ୍ୟବହାର କରାଯାଉନି ା ବଜାରରେ ମିଳୁଥିବା ବିଭିନ୍ନ ଘିଅକୁ ବ୍ୟବହାର କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି ା
ଠାକୁରଙ୍କ ବିଭିନ୍ନ ସ୍ଥାନରେ ବହୁ ଏକର ଜମିବାଡି ରହିଛି ା ବେଲବାହାଳିରୁ ଯେଉଁ ଗୁଡ ଓ ମୁଗ ଆସୁଥିଲା ସେସବୁ ଦାନସୂତ୍ରରେ ଭକ୍ତମାନେ ଦେଉଥିଲେ ା ସେହିପରି ଚାରିଗଡରୁ ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ ଦାନ ସୂତ୍ରରେ ଆସୁଥିଲା ା ଏବେ ମଧ୍ୟ ଭକ୍ତମାନେ ଶ୍ରୀଜୀଉଙ୍କୁ ଦେବାକୁ ଆଗ୍ରହୀ ଅଛନ୍ତି ା ହେଲେ ସେସବୁ ଆଣିବା ଓ ପୂର୍ବ ଭଳି ଭୋଗ ପ୍ରସ୍ତୁତ କରିବାର ଆଗ୍ରହ କାହାର ନାହିଁ ବୋଲି ଶିବ ପ୍ରସାଦ ଅଭିଯୋଗ କରିଛନ୍ତି। ବରିଷ୍ଠ ସେବାୟତ ନବକିଶୋର ସାହୁଙ୍କୁ ପଚରାଯିବାରୁ ସେ କହିଛନ୍ତି ଯେ, ପୂର୍ବରୁ ଯେଉଁମାନର ଭୋଗ ଠାକୁରଙ୍କୁ ଲାଗି ହେଉଥିଲା ଏବେ ତା’ ମିଳୁନାହିଁ। ଏଥିପାଇଁ ମନ୍ଦିର ପ୍ରଶାସନର ଆନ୍ତରିକତା ଥିବା ମନେ ହୁଏନାହିଁ। ଭୋଗର ମାନକୁ ବ୍ରହ୍ମା ଓ ବଡ଼ପଣ୍ଡା ତଦାରଖ କରୁଛନ୍ତି। ଏବେ ଗାଈ ଘିଅରେ ଭୋଗ ପ୍ରସ୍ତୁତ ହେଉଥିବାବେଳେ ମନ୍ଦିର ସଂସ୍କାର କାର୍ଯ୍ୟ ସର୍ବସମ୍ମତିରେ ଚାଲିଛି ବୋଲି କେନ୍ଦୁଝର ଉପଜିଲାପାଳ ସୋମନାଥ ପ୍ରଧାନ କହିଛନ୍ତି।

(ନରେଶ ପଟ୍ଟନାୟକ)


Enter your email to get our daily news in your inbox.

All Right Reserved By Dharitri.Com

ଗୋରୁ ବ୍ୟବସାୟୀଙ୍କ ଘରେ ଚଢାଉ: ଲକ୍ଷ ଲକ୍ଷ ଟଙ୍କା ସହ ଅଳଙ୍କାର ଜବତ

ଖଇରା,୭।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ବାହାନଗା ଅଞ୍ଚଳର ଜଣେ ଗୋରକ୍ଷକ କୃପାସିନ୍ଧୁ ବେହେରା ଗୋରୁ ବ୍ୟବସାୟୀଙ୍କ ଆକ୍ରମଣରେ ମୃତ୍ୟୁବରଣ କରିବା ପରେ ବାଲେଶ୍ବର ଏସପିଙ୍କ ଆକ୍ସନ ମୋଡ୍‌…

ରାସ୍ତାରେ ଠିଆ ହୋଇଥିଲା ଟ୍ରକ୍‌, ପଛରୁ ପିଟିଲା ଆଉ ଏକ ଟ୍ରକ୍‌, ଚାପିହୋଇଗଲେ ୩ ଜଣ

ସୋର,୬ା୪(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଦହିସଡ଼ା ମଡର୍ଣ୍ଣ ହୋଟେଲ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ…

ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..

ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri