ଭୋକିଲା ପେଟକୁ ମିଳିବ ଦାନା: ରୁଟି, ନାନ୍‌ ଦାମ୍‌ କମାଇବ ପାକିସ୍ତାନ

ଇସଲାମାବାଦ୍‌,୧।୮: ପାକିସ୍ତାନର ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। କେତେକ ସ୍ଥାନରେ ଲୋକଙ୍କୁ ଦୁଇବେଳା ଖାଇବାକୁ ମଧ୍ୟ ମିଳୁନି। ଏଠାରେ ରୁଟି ଦାମ୍‌ ୧୦ରୁ ୧୨ ଟଙ୍କା ରହିଥିବାବେଳେ ନାନ୍‌ ଦାମ୍‌ ୧୨ରୁ ୧୫ ଟଙ୍କା ରହିଛି। ତେବେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ଦେଶରେ ଦେଖାଦେଇଥିବା ଖାଦ୍ୟ ସଙ୍କଟ ନେଇ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ସେ କ୍ୟାବିନେଟ୍‌ ବୈଠକରେ ରୁଟି, ନାନ୍‌ ଦାମ୍‌ କମାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଯାହାଦ୍ୱାରା ଲୋକଙ୍କୁ ଦିନକୁ ଦୁଇବେଳା ଖାଦ୍ୟ ମିଳିପାରିବ।

Share