Categories: ଖେଳ

ଭୋକିଲା ପିଲାଙ୍କୁ ପଡିଆରେ ଖାଦ୍ୟ ଖୁଆଇ ଚର୍ଚ୍ଚାରେ କ୍ରିକେଟର

ସାଧାରଣତଃ ନିଜ ପ୍ରଦର୍ଶନ ଜରିଆରେ ଖେଳାଳିମାନେ ଚର୍ଚ୍ଚାର ପରିସରକୁ ଆସିଥାନ୍ତି। କିନ୍ତୁ ଭାରତର ବାମହାତୀ ସ୍ପିନ୍‌ ବୋଲର ଇକବାଲ୍‌ ଅବଦୁଲ୍ଲା ଏକ ମହତ କାମ କରି ଚର୍ଚ୍ଚାକୁ ଆସିଛନ୍ତି। ଏବେ ଇକବାଲ୍‌ଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଉକ୍ତ ଫଟୋରେ ସେ ଏକ ଭୋକିଲା ଶିଶୁଟିକୁୂ ପଡିଆରେ ଖାଦ୍ୟ ଖୁଆଇଦେଉଥିବା ଦେଖାଯାଇଛି।

ଏବେ ଇକବାଲ ରଣଜୀ ଟ୍ରଫି ଖେଳିବାରେ ବ୍ୟସ୍ତ ଅଛନ୍ତି। ସେ ପଡିଆରେ ଅଭ୍ୟାସ କରୁଥିବାବେଳେ ସେତେବେଳେ ଭୋକିଲା ଶିଶୁଟିକୁ ଷ୍ଟାଡିୟମରେ ଦେଖି ନିଜ ପାଖକୁ ଡାକିଥିଲେ। ଶିଶୁଟି ଭୋକିଲା ଥିବା ଜାଣି ତାଙ୍କ ପାଇଁ ଖାଦ୍ୟ ମଗାଇଥିଲେ ଅବଦୁଲ୍ଲା। ନିଜ ହାତରେ ଶିଶୁଟିକୁ ଖାଦ୍ୟ ଖୁଆଇଦେଇଥିଲେ। ଅବଦୁଲା ଉତ୍ତରପ୍ରଦେଶର ଆଜମଗଡରେ ରୁହନ୍ତି। ସେ ଏପର୍ଯ୍ୟନ୍ତ ଭାରତୀୟ ଦଳ ପାଇଁ ଡେବ୍ୟୁ କରି ନ ଥିଲେ ମଧ୍ୟ ୬୩ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ୧୮୬ଟି ଉଇକେଟ୍‌ ନେଇଛନ୍ତି।

Share