ଭେଜିଟେବଲ ଆଇସ୍‌ କ୍ୟୁବ୍‌

ଥଣ୍ଡା ଥଣ୍ଡା ଆଇସ୍‌ କ୍ୟୁବ୍‌କୁ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବି ବ୍ୟବହାର କରିପାରିବେ। ଏହା ବିଭିନ୍ନ ପନିପରିବା ରସରେ ତିଆରି ହୋଇଥିବାରୁ ତ୍ୱଚା ପାଇଁ ବରଦାନ ପାଲଟିଯିବ। ଜାଣନ୍ତୁ କିପରି…

ଆଳୁ,ଟମାଟୋ ଏବଂ କାକୁଡ଼ି ରସର ମିଶ୍ରଣରେ ପ୍ରସ୍ତୁତ ଆଇସ୍‌ କ୍ୟୁବ୍‌ ତ୍ୱଚାରୁ ବ୍ରଣ, କଳା ଓ ଧଳା ଦାଗ ଏବଂ ଅଣ୍ଡର ଆର୍ମସ୍‌ରେ ଥିବା କଳାଦାଗ ଦୂର କରିଥାଏ।
ଟମାଟୋ ଏବଂ ଲେମ୍ବୁ ରସକୁ ଆଇସ୍‌ ଟ୍ରେରେ ରଖି ଆଇସ୍‌ କ୍ୟୁବ୍‌ ପ୍ରସ୍ତୁତ କରନ୍ତୁ। ଏକ ସୂତା କପଡ଼ାରେ ଏହାକୁ ରଖି ଦିନକୁ ୨ ଥର ତ୍ୱଚାର ଡାର୍କ ସର୍କଲରେ ଧୀରେ ଧୀରେ ଘଷନ୍ତୁ। ଏହା ତ୍ୱଚାକୁ ଆର୍ଦ୍ର ତଥା କୋମଳ ରଖିବା ସହ କ୍ଲିଞ୍ଜର ଏବଂ ଟୋନରର କାମ କରିଥାଏ। ତ୍ୱଚାରୁ କଳାଦାଗ ବି କମିଥାଏ।
ଆଳୁରସରେ ପ୍ରସ୍ତୁତ ଆଇସ୍‌ କ୍ୟୁବ୍‌ ତ୍ୱଚାରେ ମସାଜ୍‌ କରନ୍ତୁ। ଏପରି କଲେ ପୋର୍ସ ଖୋଲିଯିବା ସହ ତ୍ୱଚା ଟାଇଟ୍‌ ହୋଇଥାଏ। ଆଖି ତଳର କଳାଦାଗ ବି ଦୂର ହୋଇଥାଏ।
ଟ୍ୟାନିଂ, ମୁହଁରେ ଥିବା କଳା ବା ଧଳା ଦାଗ, ବ୍ରଣ ଆଦି ସମସ୍ୟାରୁ ରକ୍ଷା ପାଇବା ପାଇଁ କାକୁଡ଼ି ଏବଂ ନିମ୍ବପତ୍ରର ରସ ମିଶାଇ ଆଇସ୍‌ କ୍ୟୁବ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁ, ବେକ, ହାତ ଏବଂ କହୁଣିରେ ଲଗାଇ ଘଷନ୍ତୁ। ୧୫ରୁ ୨୦ ମିନିଟ୍‌ ପରେ ଏହାକୁ ଧୋଇଦିଅନ୍ତୁୁ। ଏହା ସହ ଆପଣ ଲେମ୍ବୁରସ ବି ମିଶାଇପାରିବେ।
ଏଲୋଭେରା ଜେଲ୍‌କୁ ଆଇସ୍‌ ଟ୍ରେରେ ରଖି ଆଇସ୍‌ କ୍ୟୁବ୍‌ ପ୍ରସ୍ତୁତ କରନ୍ତୁ। ଏହି କ୍ୟୁବ୍‌କୁ ଆଖି ଏବଂ ମୁହଁରେ ୧୦ ରୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ଘଷନ୍ତୁ। ଏହାଦ୍ୱାରା ଆଖିର ଥକାପଣ ବି ଦୂର ହୋଇଥାଏ। ତ୍ୱଚାରେ ଚମକ ବି ଆସିଥାଏ।
ଟ୍ୟାନିଂ ଏବଂ ବ୍ରଣ ଦୂରକରିବା ପାଇଁ କାକୁଡ଼ିରସ ସହ ଗୋଲାପଜଳ ମିଶାଇ ଆଇସ୍‌ କ୍ୟୁବ୍‌ ପ୍ରସ୍ତୁତ କରନ୍ତୁ। ଆଉ ତାକୁ ମୁହଁରେ ମସାଜ କରନ୍ତୁ। କିଛିଦିନ ଏପରି କଲେ ଫରକ୍‌ ନିଜେ ଜାଣିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri