ଭେଜିଟେବଲ ଆଇସ୍‌ କ୍ୟୁବ୍‌

ଥଣ୍ଡା ଥଣ୍ଡା ଆଇସ୍‌ କ୍ୟୁବ୍‌କୁ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବି ବ୍ୟବହାର କରିପାରିବେ। ଏହା ବିଭିନ୍ନ ପନିପରିବା ରସରେ ତିଆରି ହୋଇଥିବାରୁ ତ୍ୱଚା ପାଇଁ ବରଦାନ ପାଲଟିଯିବ। ଜାଣନ୍ତୁ କିପରି…

ଆଳୁ,ଟମାଟୋ ଏବଂ କାକୁଡ଼ି ରସର ମିଶ୍ରଣରେ ପ୍ରସ୍ତୁତ ଆଇସ୍‌ କ୍ୟୁବ୍‌ ତ୍ୱଚାରୁ ବ୍ରଣ, କଳା ଓ ଧଳା ଦାଗ ଏବଂ ଅଣ୍ଡର ଆର୍ମସ୍‌ରେ ଥିବା କଳାଦାଗ ଦୂର କରିଥାଏ।
ଟମାଟୋ ଏବଂ ଲେମ୍ବୁ ରସକୁ ଆଇସ୍‌ ଟ୍ରେରେ ରଖି ଆଇସ୍‌ କ୍ୟୁବ୍‌ ପ୍ରସ୍ତୁତ କରନ୍ତୁ। ଏକ ସୂତା କପଡ଼ାରେ ଏହାକୁ ରଖି ଦିନକୁ ୨ ଥର ତ୍ୱଚାର ଡାର୍କ ସର୍କଲରେ ଧୀରେ ଧୀରେ ଘଷନ୍ତୁ। ଏହା ତ୍ୱଚାକୁ ଆର୍ଦ୍ର ତଥା କୋମଳ ରଖିବା ସହ କ୍ଲିଞ୍ଜର ଏବଂ ଟୋନରର କାମ କରିଥାଏ। ତ୍ୱଚାରୁ କଳାଦାଗ ବି କମିଥାଏ।
ଆଳୁରସରେ ପ୍ରସ୍ତୁତ ଆଇସ୍‌ କ୍ୟୁବ୍‌ ତ୍ୱଚାରେ ମସାଜ୍‌ କରନ୍ତୁ। ଏପରି କଲେ ପୋର୍ସ ଖୋଲିଯିବା ସହ ତ୍ୱଚା ଟାଇଟ୍‌ ହୋଇଥାଏ। ଆଖି ତଳର କଳାଦାଗ ବି ଦୂର ହୋଇଥାଏ।
ଟ୍ୟାନିଂ, ମୁହଁରେ ଥିବା କଳା ବା ଧଳା ଦାଗ, ବ୍ରଣ ଆଦି ସମସ୍ୟାରୁ ରକ୍ଷା ପାଇବା ପାଇଁ କାକୁଡ଼ି ଏବଂ ନିମ୍ବପତ୍ରର ରସ ମିଶାଇ ଆଇସ୍‌ କ୍ୟୁବ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁ, ବେକ, ହାତ ଏବଂ କହୁଣିରେ ଲଗାଇ ଘଷନ୍ତୁ। ୧୫ରୁ ୨୦ ମିନିଟ୍‌ ପରେ ଏହାକୁ ଧୋଇଦିଅନ୍ତୁୁ। ଏହା ସହ ଆପଣ ଲେମ୍ବୁରସ ବି ମିଶାଇପାରିବେ।
ଏଲୋଭେରା ଜେଲ୍‌କୁ ଆଇସ୍‌ ଟ୍ରେରେ ରଖି ଆଇସ୍‌ କ୍ୟୁବ୍‌ ପ୍ରସ୍ତୁତ କରନ୍ତୁ। ଏହି କ୍ୟୁବ୍‌କୁ ଆଖି ଏବଂ ମୁହଁରେ ୧୦ ରୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ଘଷନ୍ତୁ। ଏହାଦ୍ୱାରା ଆଖିର ଥକାପଣ ବି ଦୂର ହୋଇଥାଏ। ତ୍ୱଚାରେ ଚମକ ବି ଆସିଥାଏ।
ଟ୍ୟାନିଂ ଏବଂ ବ୍ରଣ ଦୂରକରିବା ପାଇଁ କାକୁଡ଼ିରସ ସହ ଗୋଲାପଜଳ ମିଶାଇ ଆଇସ୍‌ କ୍ୟୁବ୍‌ ପ୍ରସ୍ତୁତ କରନ୍ତୁ। ଆଉ ତାକୁ ମୁହଁରେ ମସାଜ କରନ୍ତୁ। କିଛିଦିନ ଏପରି କଲେ ଫରକ୍‌ ନିଜେ ଜାଣିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

ମୋହିତ ଶର୍ମାଙ୍କୁ ମିଳିଲା ସିଏସ୍‌କେର ଗୁରୁଦାୟିତ୍ୱ

ଚେନ୍ନାଇ,୨୯ା୯: ପୂର୍ବତନ ଭାରତୀୟ ପେସର ମୋହିତ ଶର୍ମା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ରେ ନୂଆ ବୋଲିଂ କୋଚ୍‌ ଭାବେ ଯୋଗଦେବେ। ୩୮ ବର୍ଷୀୟ ମୋହିତ ସିଏସ୍‌କେ ପାଇଁ…

ବଦଳିବ ଗ୍ରହଙ୍କ ଚାଲ୍: ବୁଧ-ମଙ୍ଗଳଙ୍କ ଯୋଗରୁ ଖୋଲିଯିବ ୪ଟି ରାଶିର ଭାଗ୍ୟ, ହେବେ ମାଲାମାଲ୍!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସ୍ଥିତି ଏବଂ ସେମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସମ୍ପର୍କକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଏ। ଦୁଇଟି ଗ୍ରହ ପରସ୍ପରଠାରୁ ଏକ ବିଶେଷ କୋଣରେ ଅବସ୍ଥାନ…

ନବରାତ୍ରୀରେ ଚମକିବ ୩ ରାଶିଙ୍କ ଭାଗ୍ୟ, ମା’ଦୁର୍ଗାଙ୍କ କୃପାରୁ ଧନଲାଭ ଯୋଗ; ଚାକିରିରେ ବଡ଼ ପଦୋନ୍ନତି

ଚଳିତ ବର୍ଷ ଶାରଦୀୟ ନବରାତ୍ରୀ ଅକ୍ଟୋବର ୧୧, ୨୦୨୬ରୁ ଆରମ୍ଭ ହେବ। ଏଥର ମା’ ଦୁର୍ଗା ହାତୀ ଉପରେ ସବାର ହୋଇ ଆସୁଛନ୍ତି। ଜ୍ୟୋତିଷୀୟ ବିଶ୍ୱାସ ଅନୁଯାୟୀ,…

ମୁଖ୍ୟମନ୍ତ୍ରୀ ବିଜୟ ‘ମାମା’ଙ୍କ ସୁନା ମୁଦି କିପରି ନବଜାତ ଶିଶୁଙ୍କ ପାଇଁ ହୋଇପାରେ କ୍ଷତିକାରକ: ଅଭିଭାବକମାନେ ମାନନ୍ତୁ…

ଚେନ୍ନାଇ,୨୯।୯: ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସୋମବାର ନିଜର ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ଆରମ୍ଭ କରିଛନ୍ତି। ସେପ୍ଟେମ୍ବର ୨୮ରେ, ସେ ରାଜ୍ୟର ନବଜାତ…

ଏସବୁ ରାଜ୍ୟରେ ବଢିଲା DA! ଅକ୍ଟୋବରରେ ବଢିକି ଆସିବ ଦରମା! ପେନସନଭୋଗୀଙ୍କୁ ବି ଦଶହରା ଭେଟି ଦେଲେ ସରକାର

ନୂଆଦିଲ୍ଲୀ,୨୯।୯: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ଘରେ କୌଣସି ବୟସ୍କ ପେନସନଭୋଗୀ ଅଛନ୍ତି, ତେବେ ଏହି ଖବର ଆପଣଙ୍କ ମୁହଁରେ ଏକ ବଡ଼ ହସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?