Categories: ଜାତୀୟ

ଭୂସ୍ଖଳନରୁ ଜମ୍ମୁ-ଶ୍ରୀନଗର ରାଜପଥ ବନ୍ଦ

ଜମ୍ମୁ,୨୬ା୫(ପି.ଟି.): ଜମ୍ମୁ-କଶ୍ମୀରରେ ବଡ଼ ଧରଣର ଭୂସ୍ଖଳନ ଯୋଗୁ ରମ୍ବାନା ଜିଲା ଅନ୍ତର୍ଗତ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ଅବରୋଧ ହୋଇଛି। କଶ୍ମୀର ସହ ଦେଶର ଅନ୍ୟାନ୍ୟ ଭାଗକୁ ସଂଯୋଗ କରୁଥିବା ଏହି ଏକମାତ୍ର ସଡକପଥ ବନ୍ଦ ହୋଇଯିବାରୁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଭୂସ୍ଖଳନ ସାଙ୍ଗକୁ ଦୁଇ ଦିନ ହେଲା ବର୍ଷା ଜାରି ରହିଛି। ଶ୍ରୀନଗର ଛାଡିଥିବା ହଜାର ହଜାର ଗାଡି ବିଭିନ୍ନ ସ୍ଥାନରେ ଅଟକି ରହିଛନ୍ତି। ରାସ୍ତାରୁ ମାଟି ଅତଡା ହଟାଇବା ଲାଗି ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି।

Share