ଭୂମିପୂଜାରେ ସୀମିତ ପାତାଳି ଶ୍ରୀକ୍ଷେତ୍ରର ବିକାଶ

ସୋନପୁର,୨୫।୨(ନି.ପ୍ର.)
ସୁବର୍ଣ୍ଣପୁର ଜିଲା କୋଟସମଲାଇସ୍ଥିତ ପାତାଳି ଶ୍ରୀକ୍ଷେତ୍ର ହେଉଛି ପଶ୍ଚିମ ଓଡିଶାର ଅନ୍ୟତମ ଧାର୍ମିକ ପର୍ଯ୍ୟଟନସ୍ଥଳୀ। ୨୦୦୩ ମସିହାରେ ରାଜ୍ୟ ସରକାର ଏହି ସ୍ଥାନକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେଇଥିଲେ । ଏହି ମାନ୍ୟତା ପରେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚତୁର୍ଦ୍ଧାମୂର୍ତ୍ତି ପ୍ରଦାନ କରାଯାଇଛି। ଏହି ମୂର୍ତ୍ତି ଛଲିଆ ପାହାଡରେ ଏକ ଅସ୍ଥାୟୀ ଘରେ ପୂଜା ପାଉଛନ୍ତି। ପର୍ଯ୍ୟଟନ କ୍ଷେତ୍ରର ସ୍ବୀକୃତି ପରେ ଏହି କ୍ଷେତ୍ରକୁ ପ୍ରତ୍ୟହ ପର୍ଯ୍ୟଟକ ଓ ସଂସ୍କୃତି ଗବେଷକଙ୍କ ସୁଅ ଛୁଟୁଛି। ଜଗନ୍ନାଥ ସଂସ୍କୃତିର ସୁରକ୍ଷା ଓ ପ୍ରଚାର ପ୍ରସାରରେ ଏହି କ୍ଷେତ୍ରର ମହିମା ଅନନ୍ୟ ଓ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଠାରେ ଏକ ମନ୍ଦିର ନିର୍ମାଣ ପାଇଁ ଦୀର୍ଘ ବର୍ଷର ଦାବି ଥିଲା। ୨୦୧୨ ଜୁଲାଇ ୫ରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଦ୍ୱାରା ଏକ ଭବ୍ୟ ନିର୍ମାଣ ପାଇଁ ଏଠାରେ ଭୁମିପୂଜା ହୋଇଥିଲା। ଇତିମଧ୍ୟରେ ୭ ବର୍ଷ ବିତି ଗଲାଣି । ମନ୍ଦିର ନିର୍ମାଣ କାମ ଆରମ୍ଭ ହୋଇନି। ଏ ନେଇ ଜଗନ୍ନାଥ ପ୍ରେମୀଙ୍କ ମନରେ ଅସନ୍ତୋଷ ଦେଖାଦେଇଛି ।
୨୦୧୧ରେ ପୁରୀ ମନ୍ଦିର ପ୍ରଶାସନ ଦ୍ୱାରା ପ୍ରଦତ୍ତ ଚତୁର୍ଦ୍ଧାମୂର୍ତ୍ତିଙ୍କ ପ୍ରତିଷ୍ଠା ଉତ୍ସବରେ ଗଜପତି ମହାରାଜ ଅତିଥିଭାବେ ଯୋଗଦେଇ ପାତାଳି କ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କୁ ରକ୍ତବାହୁ ଆକ୍ରମଣରୁ ରକ୍ଷା କରିବା ପାଇଁ ପାତାଳି କରାଯାଇଥିବା ପ୍ରକାଶ କରିଥିଲେ। ଯାହାକି ପ୍ରମାଣିକ ତଥ୍ୟ ଭାବେ ମାଦଲା ପାଞ୍ଜି ସମେତ ବହୁ ଐତିହାସିକଙ୍କ ସ୍ବୀକୃତି ରହିଛି। ଏହି ଭୁମିପୂଜା ଉତ୍ସବରେ ପୁରୀ ଝାଞ୍ଜିରୀ ମଠ ମହନ୍ତ ତଥା ବିଶିଷ୍ଟ ଜଗନ୍ନାଥ ସଂସ୍କୃତି ପ୍ରଚାରକ ସଚ୍ଚିଦାନନ୍ଦ ଦାଶ ଅଧ୍ୟକ୍ଷତା କରି ପାତାଳି କ୍ଷେତ୍ରର ମାହାତ୍ମ୍ୟ ବର୍ଣ୍ଣନା କରିଥିଲେ। ପ୍ରଶାସନ ଓ ଲୋକ ପ୍ରତିନିଧି ମନ୍ଦିର ନିର୍ମାଣ ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିବେ ବୋଲି ସେତେବେଳେ ପ୍ରତିଶୃତି ଦେଇଥିଲେ। ତତ୍କାଳୀନ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ମନ୍ଦିର ନିର୍ମାଣ ପାର୍ଇ କୋଟିଏ ଟଙ୍କା ଦେବାକୁ ପଦକ୍ଷେପ ନିଆଯିବ ବୋଲି ସେତେବେଳେ କହିଥିଲେ। ସୋନପୁରଠାରୁ ପାତାଳି ଶ୍ରୀକ୍ଷେତ୍ର ପର୍ଯ୍ୟନ୍ତ ପ୍ରଶସ୍ତ ରାସ୍ତା ନିର୍ମାଣ ପାଇଁ ଘୋଷଣା କରି ଯଥାଶୀଘ୍ର ଏହି କାମ ଆରମ୍ଭ ହେବ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଥିଲେ। ଖାଲି ଏତିକି ନୁହେଁ ମନ୍ଦିର ନିର୍ମାଣ ପାଇଁ ଉକ୍ତ ଭୂମିପୂଜା ଉତ୍ସବ ପରେ ପଦ୍ମଶ୍ରୀ ଚତୁର୍ଭୁଜ ମେହେର ତତ୍କାଳୀନ ଜିଲାପାଳ ସ୍ବର୍ଗତ ଗଗନ ବିହାରୀ ସ୍ବାଇଁଙ୍କ ଉପସ୍ଥିତିରେ ୧ଲକ୍ଷ ଟଙ୍କା ଦେଇଥିଲେ। ଏହା ସତ୍ତ୍ୱେ ପାତାଳି କ୍ଷେତ୍ରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ମନ୍ଦିର ନିର୍ମାଣ ହୋଇପାରୁନି।
ଅନ୍ୟପକ୍ଷେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଏଠାରେ ରୋପଓ୍ବେ ନିର୍ମାଣ ପାଇଁ ଦାବି ହୋଇ ଆସୁଥିଲା। ଶେଷରେ ୨୦୧୯ ଫେବୃୟାରୀ ୧୧ ତାରିଖରେ ଶିଳାନ୍ୟାସ ହେଲା। କିନ୍ତୁ ୧ ବର୍ଷ ପରେ ବି ରୋପଓ୍ବେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନି। ଏ ଦିଗରେ ଧ୍ୟାନ ଦିଆ ଯାଉ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରକାଶ ଯେ, ଏହି ପ୍ରକଳ୍ପ ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ ୧୦ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା। ତତ୍କାଳୀନ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ କିଶୋର ମହାନ୍ତିଙ୍କ ସମେତ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା, ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ, ତତ୍କାଳୀନ ବଲାଙ୍ଗୀର ଏମ୍‌ପି କଲିକେଶ ନାରାୟଣ ସିଂହଦେଓ, ତତ୍କାଳୀନ ଆଠମଲ୍ଲିକ ବିଧାୟକ ସଞ୍ଜିବ କୁମାର ସାହୁ, ସୁବର୍ଣ୍ଣପୁରର ପ୍ରାକ୍ତନ ଜିଲାପାଳ ମଧୁସୂଦନ ମିଶ୍ର ପ୍ରମୁଖ ଅତିଥି ଭାବରେ ଯୋଗଦେଇ ପ୍ରକଳ୍ପ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏବେ ଏହି ପ୍ରକଳ୍ପର କାର୍ଯ୍ୟକାରିତା ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ନିର୍ବାଚନକୁ ଆଖି ଆଗରେ ରଖି ଶିଳାନ୍ୟାସ ହୋଇଥିବା ଅଭିଯୋଗ ହେଲାଣି । ତେବେ ମନ୍ଦିର ଓ ରୋପଓ୍ବେ ନିର୍ମାଣ ହେଲେ ଏଠାକୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବ । ଏହାଦ୍ୱାରା ଅଞ୍ଚଳର ଆର୍ଥତ୍କ ବିକାଶ ଘଟିବ । ତେଣୁ ଏହି ମନ୍ଦିର ଓ ରୋପଓ୍ବେ ନିର୍ମାଣ ପ୍ରତି ପ୍ରଶାସନ ଓ ସରକାର ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

ନୂଆ ରେକର୍ଡ କଲା ନନ୍ଦନକାନନ: ବୁଲିଲେ ୪୦ ଲକ୍ଷ ପର୍ଯ୍ୟଟକ

ଭୁବନେଶ୍ୱର,୧।୧: ୨୦୨୫ରେ ନନ୍ଦନକାନନକୁ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଆଗମନ କରିଥିବା ଗୁରୁବାର ସୂଚନା ମିଳିଛି। ୨୦୨୫ରେ ନନ୍ଦନକାନନକୁ ୪୦ ଲକ୍ଷ ୨୦ହଜାର ୫୩୯ ପର୍ଯ୍ୟଟକ ଆସିଛନ୍ତି।...

ରାଜଧାନୀରେ ମଦର ମାହୋଲ: ୭ ଦିନରେ ୩୨ କୋଟି ଟଙ୍କାର ମଦ ପିଇଲେ ଭୁବନେଶ୍ୱରବାସୀ

ନୂଆଦିଲ୍ଲୀ,୧।୧: ନୂଆବର୍ଷ ସ୍ୱାଗତ ଉତ୍ସବକୁ ନେଇ ସାରା ରାଜଧାନୀ ଚଳଚଞ୍ଚଳ ଥିବାବେଳେ, ମଦ ବିକ୍ରି କ୍ଷେତ୍ରରେ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଅବକାରୀ ବିଭାଗର...

ନୂଆବର୍ଷର ପ୍ରଥମ ଦିନରେ ଦୁର୍ଘଟଣା, ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଜଣେ ମୃତ

ପଟ୍ଟାଙ୍ଗି୧/୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ଦେଓଫଟ୍ଟାଙ୍ଗି ପଞ୍ଚାୟତ ସଦର ମହକୁମା ସ୍ଥିତ ଚିଲିଗୁଡା ସଲପଗୁଡା ଛକ ନିକଟରେ ଦୁଇ ମୋଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri