ଭୂତାଣୁ ନୁହେଁ, କେନିୟାରେ ମାରକ ହେବ ଦୁର୍ବଳ ସ୍ବାସ୍ଥ୍ୟସେବା

ନାଇରୋବି,୨୨।୩: କୋଭିଡ୍‌-୧୯ ଭୂତାଣୁ ସଂକ୍ରମଣ ପୃଥିବୀର ଅନେକ ଦେଶରେ ଏବେ ଅଚଳାବସ୍ଥା ସୃଷ୍ଟି କରିଛି। ୟୁରୋପୀୟ ଦେଶଗୁଡ଼ିକର ଏବେ ପ୍ରମୁଖ ଧ୍ୟେୟ ହୋଇଛି, କିପରି ଲୋକରୁ ଲୋକଙ୍କୁ ଏହି ଭୂତାଣୁ ନ ବ୍ୟାପିବ। ଫ୍ରାନ୍ସ ସରକାର ଏବେ ତାଙ୍କ ନାଗରିକମାନଙ୍କୁ ଏକ ଫର୍ମ ଯୋଗାଇ ଦେଉଛନ୍ତି, ଯହିଁରେପ ବାହାରକୁ ତାଙ୍କର କାହିଁକି ଯିବା ଆବଶ୍ୟକ, ସମ୍ପୃକ୍ତ ନାଗରିକ ତାହା ଲିଖିତଭାବେ ଜଣାଇବେ। କେନିୟା ସରକାର ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ବହୁ ପଦକ୍ଷେପ ନେଉଛନ୍ତି। ଦେଶର ଶିକ୍ଷାନୁଷ୍ଠାନଗୁଡିକୁ ବନ୍ଦ ରଖାଯାଇଛି ଓ କର୍ମଜୀବୀମାନେ ଘରେ ବସି କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦୈନିକ ସ୍ବାସ୍ଥ୍ୟ ସମ୍ପର୍କିତ ସତର୍କତା ଅବଲମ୍ବନ କରିବା ନେଇ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି। ଏହି କଠିନ ସମୟରେ ସହଯୋଗ ପାଇଁ ଆଗେଇ ଆସିବାକୁ ସରକାର ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକୁ ନିବେଦନ କରିଛନ୍ତି।
କେନିୟାର ଲୋକେ ଏବେ ଘରେ ବସି କୋଭିଡ୍‌-୧୯ରେ ଆକ୍ରାନ୍ତ ଲୋକଙ୍କ ମୃତ୍ୟୁହାର କେତେ କମିଲା ତାର ହିସାବ ନିକାଶରେ ମାତିଛନ୍ତି। କେନିୟାର ବନ୍ଧୁରାଷ୍ଟ୍ର ଚାଇନାରେ କରୋନା ମୃତ୍ୟୁହାର ଯଥେଷ୍ଟ ନିୟନ୍ତ୍ରଣକୁ ଆସିଥିବାରୁ କେହି କେହି କେନିୟାବାସୀ ଖୁବ୍‌ ଆଶାବାଦୀ ହୋଇ କହୁଛନ୍ତି ଯେ କରୋନା ସେପରି ମହାମାରୀ ନୁହେଁ। ଯେପରି ଲୋକ କହୁଛନ୍ତି।
ତେବେ କେନିୟାବାସୀଙ୍କ ପାଇଁ କୋଭିଡ୍‌-୧୯ ଭୂତାଣୁ ଯେତେ ମାରକ ନୁହେଁ, ମାରକ ପାଲଟିଛି ଜନସ୍ବାସ୍ଥ୍ୟ ବ୍ୟବସ୍ଥାରେ ଥିବା ଦୁର୍ବଳତା। ଭୂତାଣୁକୁ ରୋକିବା ପାଇଁ ସାବୁନରେ ହାତ ଧୋଇବା ଏକ ଫଳପ୍ରଦ ପ୍ରତିଷେଧକ ହୋଇଥିବା ବେଳେ କେନିୟାରେ ପାଣି ଲୋକଙ୍କ ପାଇଁ ସ୍ବପ୍ନ ହୋଇଛି। ଏଠାକାର ଅଶୀ ପ୍ରତିଶତ ଲୋକଙ୍କ ପାଇଁ ସ୍ବଚ୍ଛ ପାଣି ଦୁର୍ଲଭ। ବସ୍ତିବାସିନ୍ଦାମାନେ ନିଜର ଦୈନନ୍ଦିନ ଜଳାଭାବ ମେଣ୍ଟାଇବା ପାଇଁ ଜାରକିନରେ ପାଣି କିଣୁଛନ୍ତି। ସହରରେ ମଧ୍ୟ ଉତ୍କଟ ଜଳାଭାବ ସ୍ଥିତିକୁ ସଙ୍ଗୀନ କରିଛି। ଦେଶର କେତେକ ଗ୍ରାମାଞ୍ଚଳରେ ଲୋକଙ୍କୁ ଝରଣା ପାଣି ପାଇଁ ଗରାମାଠିଆ ଧରି ମାଇଲ ମାଇଲ ଧାଇଁବାକୁ ପଡୁଛି। ଅଧିକାଂଶ କେନିୟା ଅଧିବାସୀଙ୍କ ପାଇଁ ଜଳାଭାବ ହିଁ କରୋନା ଭୂତାଣୁ ପ୍ରତିରୋଧର ପ୍ରାଥମିକ ପଦକ୍ଷେପ ନେବାରୁ ବଞ୍ଚିତ କରୁଛି।
ସାମାଜିକ ଦୂରତା ରକ୍ଷା ଏହି ଦେଶର ଅନ୍ୟତମ ସମସ୍ୟା। ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକମାନଙ୍କ ପାଇଁ ସାମାଜିକ ଦୂରତା ରକ୍ଷା କେବଳ ଏକ ଉପଦେଶ ହୋଇ ରହିଛି। କେନିୟାର ସବୁଠୁ ବଡ ସଂକଟ ହେଲା ଏହି ଦେଶର ସ୍ବାସ୍ଥ୍ୟ ବ୍ୟବସ୍ଥା ପ୍ରତିଷେଧକ ବ୍ୟବସ୍ଥା ତୁଳନାରେ ଉପଶମ ବ୍ୟବସ୍ଥାକୁ ଗୁରୁତ୍ୱ ଦେଉଛି। କେନିୟାର ଅଧିକାଂଶ ସ୍ବାସ୍ଥ୍ୟକେନ୍ଦ୍ର ବିଦେଶୀ ଅନୁଦାନରେ ପ୍ରତିଷ୍ଠିତ। କରୋନା ନିୟନ୍ତ୍ରଣରେ ନିଜ ରକ୍ଷଣ ଏବେ ଅସମ୍ଭାଳ ହୋଇପଡିଛି। କେନିୟାର ସଚେତନ ନାଗରିକମାନଙ୍କର ମତ ଯେ ଯଦି ଏହି ଦେଶ ପ୍ରଥମରୁ ବିଦେଶାଗତଙ୍କ ତନଖିକୁ କଡାକଡି କରିଥାନ୍ତା ତେବେ ରୋଗ ଆୟତ୍ତ ବାହାରକୁ ଯାଇ ନ ଥାନ୍ତା। କେନିୟା ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ କରୋନା ଭୂତାଣୁ ସଂକ୍ରମଣକୁ ରୋକିବାରେ ସରକାର ସମର୍ଥ ବୋଲି କହୁଛନ୍ତି, କିନ୍ତୁ ଏହା କେବଳ ଘୋଷଣା ମାତ୍ର। ପାଣିର ପ୍ରବଳ ଅଭାବ ଓ ନଗରାଞ୍ଚଳରେ ଅତିରିକ୍ତ ଜନଗହଳି କେନିୟାରେ କରୋନା ଭୂତାଣୁ ସଂକ୍ରମଣକୁ ରୋକିବାରେ ପ୍ରଦାନ ବାଧକ ସାଜିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri