ଭୂତମେଳା

ଉତ୍ତର ପ୍ରଦେଶ ମିର୍ଜାପୁର ଅହୋରାହ ଥାନା ଅଞ୍ଚଳରେ ବରହି ଗାଁରେ ଦେଖିବାକୁ ମିଳେ ଏକ ଅଜବ ମେଳା। ସ୍ଥାନୀୟ ଲୋକେ ଏହାକୁ ଭୂତଙ୍କ ମେଳା ବୋଲି କୁହନ୍ତି। କାରଣ ଏଠାକୁ ବେଶୀ ଭୂତ ପ୍ରେତ ଆସିଥାଆନ୍ତି ବୋଲି ଏହି ମେଳାର ନାମ ଏପରି କରାଯାଇଥିବା କୁହନ୍ତି ସ୍ଥାନୀୟ ଲୋକେ। ଏହାକୁ ବେଚୁବୀର ମେଳା ମଧ୍ୟ କୁହାଯାଏ। ଦୀପାବଳୀ ପରେ ଏକାଦଶୀ ତିଥିରେ ୩ ଦିନ ଲାଗି ଏହି ମେଳା ହୋଇଥାଏ। ଏଠାରେ ଥିବା ଏକ ସମାଧିକୁ ପୂଜା କରାଯାଇଥାଏ। ଫଳରେ ଯେଉର୍ଁମାନଙ୍କ ଶରୀରରେ ଭୂତ ପ୍ରବେଶ କରିଥାଆନ୍ତି ବୋଲି କୁହାଯାଏ ତାହା ଛାଡି ଯାଇଥାଆନ୍ତି ବୋଲି ବିଶ୍ୱାସ ରହିଛି। ଏହି ସମାଧି ହେଉଛି ବେଚୁବୀର ଆଉ ଏହା ନିକଟରେ ରହିଛି ତାଙ୍କ ସ୍ତ୍ରୀ ବରାହୀଙ୍କ ସମାଧି। ଏହା ୩୫୦ ବର୍ଷ ପୁରୁଣା ମେଳା ବୋଲି କୁହାଯାଏ। ଲୋକଙ୍କ ବିଶ୍ୱାସ ଅନୁଯାୟୀ ଯେଉଁମାନଙ୍କ ଉପରେ ଭୂତପ୍ରେତ ଶବାର ହୋଇଥାଆନ୍ତି ତାକୁ ଦୂରେଇବା ପାଇଁ ଲୋକେ ଏଠାକୁ ଆସିଥାଆନ୍ତି। ଏଠାରେ ଆସ୍ଥା ସହ ଅଧିକ ଅନ୍ଧ ବିଶ୍ୱାସ ପରିଲକ୍ଷିତ ହୁଏ ବୋଲି ବୁଦ୍ଧିଜୀବୀମାନେ ମତ ଦିଅନ୍ତି। ହେଲେ ବର୍ଷ ବର୍ଷ ଧରି ଏଠାକୁ ଆସୁଥିବା ଲୋକେ ସୁଫଳ ପାଆନ୍ତି ବୋଲି କୁହନ୍ତି। କେବଳ ସେତିକି ନୁହେଁ ଯେଉଁମାନଙ୍କର ସନ୍ତାନସନ୍ତତି ନ ହେଉଥାଏ ସେମାନେ ଏହି ମେଳାକୁ ଆସିଲେ ସେମାନଙ୍କ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ କରାଯାଏ। କେବଳ ଅର୍ଦ୍ଧ ଶିକ୍ଷିତ ନୁହେଁ ବରଂ ଶିକ୍ଷିତ ଲୋକେ ମଧ୍ୟ ଏଠାକୁ ଆସି ପୂଜାର୍ଚ୍ଚନା କରୁଥିବା ଦେଖାଯାଏ।

Share