ଭୂତଙ୍କ କବଳରେ ଭିକି

ମୁମ୍ବାଇ: ବଲିଉଡ୍‌ ଅଭିନେତା ଭିକି କୌଶଳଙ୍କ ଅପ୍‌ କମିଂ ହରର, ଥ୍ରୀଲର ଓ ଡ୍ରାମା ଫିଲ୍ମ ‘ଭୂତ-ପାର୍ଟ ଓ୍ବାନ ଦ ହଣ୍ଟେଡ୍‌ ଶିପ୍‌’ର ଟିଜର ରିଲିଜ୍‌ ହୋଇଛି। ଭୟଙ୍କର ପୋଷ୍ଟର ଭଳି ଏହି ଟିଜର ମଧ୍ୟ ବହୁ ଭୟଙ୍କର ହୋଇଛି। ଟିଜରର ପ୍ରଥମରୁ ଭିକି ଭୂତଙ୍କ କବଳରେ ଫସି ରହିଥିବା ଦେଖିବାକୁ ମିଳିଛି। ଏହାକୁ ଭିକି ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରି ଲେଖିଛନ୍ତି,‘ ଡର ଭିତରେ ନିଜକୁ ହଜାଇଦିଅ’। ଟିଜର ରିଲିଜ୍‌ ହେବାର କିଛି ସମୟ ମଧ୍ୟରେ ଏହାକୁ ଲକ୍ଷାଧିକ ଲୋକ ଦେଖିସାରିଲେଣି। ଏହି ଟିଜରକୁ ଦେଖିବା ପରେ ପ୍ରଶଂସକ ଟ୍ରେଲରକୁ ଅପେକ୍ଷା କରି ରହିଛନ୍ତି। ତେବେ ଫେବୃୟାରୀ ୩ରେ ଏହି ଫିଲ୍ମର ଟ୍ରେଲର ରିଲିଜ୍‌ ହେବ। ଏହି ଥ୍ରୀଲର ଫିଲ୍ମ ଏକ ସମୁଦ୍ର ଜାହାଜ ଉପରେ ଆଧାରିତ ହୋଇଥିବା ବେଳେ ଏହାର ଶୁଟିଂ ଗୁଜରାଟରେ ଅକାମୀ ଭାବେ ପଡ଼ିରହିଥିବା ଜାହାଜରେ କରାଯାଇଛି। ଏଥିରେ ନିର୍ଦ୍ଦେଶନା ଭାନୁ ପ୍ରତାପ ସିଂହ କରିଥିବା ବେଳେ ଏହାର ପ୍ରଯୋଜନା କରଣ ଜୋହର କରିଛନ୍ତି। ଏହି ଫିଲ୍ମ ଫେବୃୟାରୀ ୨୧ରେ ରିଲିଜ୍‌ ହେବ।

Share