ଭୂତକୋଠି ପାଲଟିଛି ଡାକବଙ୍ଗଳା

ମୁନିଗୁଡ଼ା,୧୮।୯(ଡି.ଏନ୍‌.ଏ.) : ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ଅମ୍ବାଦଳା ରାଜ୍ୟ ରାଜପଥ ପାର୍ଶ୍ୱରେ ଥିବା ବହୁ ପୁରାତନ ଗେଷ୍ଟ୍‌ ହାଉସ୍‌ ତଥା ଡାକବଙ୍ଗଳା ଭୂତକୋଠି ପାଲଟିଛି। ୩/୪ ଏକର ପରିମିତ ଜାଗାରେ ଥିବା ଏହି ସରକାରୀ ଡାକବଙ୍ଗଳାରେ ଉଚ୍ଚ ପଦାଧିକାରୀମାନେ ବିଶ୍ରାମ ନେଉଥିଲେ। କନ୍ତୁ ବର୍ତ୍ତମାନ ତାହା ଆଉ କାମରେ ଲାଗୁନି। ପ୍ରତିବର୍ଷ ଆର୍‌ଡି ବିଭାଗ ପକ୍ଷରୁ ଉକ୍ତ ଡାକବଙ୍ଗଳାର ମରାମତି କରାଯାଉଥିଲେ ମଧ୍ୟ ଭୂତକୋଠ ପରି ଦେଖାଯାଉଛି। ଏହି ଡାକବଙ୍ଗଳାରେ ୩ଟି ଶୟନକକ୍ଷ, ୨ଟି ସଭାଗୃହ ସହ ଗୋଟିଏ ବଡ଼ ବାରଣ୍ଡା ରହିଛି। କିନ୍ତୁ ତାହା ମରାମତି ପରେ ମଧ୍ୟ ଯଥା ପୂର୍ବଂ ତଥା ପର ହୋଇଛି। ଏଠାରେ ଥିବା ଆସବାବପତ୍ର ବି ନଷ୍ଟ ହେବାକୁ ବସିଛି। ଡାକବଙ୍ଗଳାର ପାଇଖାନା ଏବଂ ସ୍ନାନାଗାର ଭଗ୍ନ ଅବସ୍ଥାରେ। ସେହିପରି ଏହାର ଚତୁଃପାର୍ଶ୍ୱରେ ଅନାବନା ଗଛ ମାଡ଼ିଗଲାଣି। ପାନୀୟ ଜଳର ସୁବ୍ୟବସ୍ଥା ନାହିଁ। ଡାକବଙ୍ଗଳାକୁ ଲାଗି ରାଜ୍ୟ ରାଜପଥ ଯାଇଛି। ଅନ୍ୟପାର୍ଶ୍ୱରେ ହାଇସ୍କୁଲ, ସାମନ୍ତ କଲେଜ, ଅମ୍ବାଦୋଳ ପୋଲିସ ଷ୍ଟେଶନ ଓ ଅମ୍ବୁଭଟା ପଞ୍ଚାୟତ କାର୍ଯ୍ୟାଳୟ ରହିଛି। ମାତ୍ର ଡାକବଙ୍ଗଳା ପ୍ରତି କାହାର ଶୁଭଦୃଷ୍ଟି ପଡୁନାହିଁ।