ଭୂକମ୍ପ ପୀଡ଼ିତଙ୍କ ପାଇଁ ସହାୟତା ଅଭିଯାନ: ୭୩ ବୟସ୍କା ମହିଳା ଦୌଡ଼ି ଦୌଡ଼ି ଭ୍ରମଣ କଲେଣି ୧୨ ଦେଶ

ଇସ୍ତାନବୁଲ୍‌,୧୦।୧୨: ଭୂକମ୍ପ ପୀଡ଼ିତଙ୍କ ପାଇଁ ସହାୟତା ଅଭିଯାନ ଆରମ୍ଭ କରିଛନ୍ତି ବ୍ରିଟେନ୍‌ର ୭୩ ବର୍ଷ ବୟସ୍କା ମହିଳା ରୋଜି ସ୍ବେଲ ପୋପ୍‌। ସେ ଅଣ୍ଟାରେ ଟ୍ରଲି ବାନ୍ଧି ଦୌଡ଼ି ଦୌଡ଼ିି ଇତିମଧ୍ୟରେ ୧୨ ଦେଶ ଭ୍ରମଣ କଲେଣି। ସେ ଇଂଲଣ୍ଡରୁ ନେପାଳ ପର୍ଯ୍ୟନ୍ତ ଏହି ଅଭିଯାନ କରୁଛନ୍ତି। ଏବେ ସେ ଇସ୍ତାନବୁଲ୍‌ରେ ପହଞ୍ଚିଛନ୍ତି। ତାଙ୍କର ପରବର୍ତ୍ତୀ ରହଣୀ ଜର୍ଜିଆ ହେବ ବୋଲି ସେ ସୂଚନା ଦେଇଛନ୍ତି। ୨୦୧୮ରେ ସେ ‘ରନ୍‌ ରୋଜି ରନ୍‌’ ନାମକ ଏହି ଅଭିଯାନ ଆରମ୍ଭ କରିଥିଲେ। ପ୍ରତିଦିନ ସେ ୨୦ କିଲୋମିଟର ଦୌଡ଼ି ଦୌଡ଼ିି ଭ୍ରମଣ କରିଥାନ୍ତି। ଭ୍ରମଣ ସମୟରେ ଭୂକମ୍ପ ପୀଡ଼ିତଙ୍କ ସହାୟତା ପାଇଁ ସେ ଲୋକଙ୍କୁ ଅନୁରୋଧ କରି ପାଣ୍ଠି ସଂଗ୍ରହ କରିଥାନ୍ତି।

Share