Categories: ଜାତୀୟ

ଭୁଷୁଡି ପଡିଥିବା କୋଠାତଳୁ ଉଦ୍ଧାର ହେଲା ଜୀବନ୍ତ ଶିଶୁ

ମୁମ୍ବାଇ,୧୬।୭: ମୁମ୍ବାଇ ଡୋଙ୍ଗ୍ରିର ତାନ୍ଦେଲ ଷ୍ଟ୍ରିଟରେ ଥିବା ୪ ମହଲା ବିଶିଷ୍ଟ କେଶରବାଇ ବିଲଡିଂ ଭୁଷୁଡି ପଡିବା ଫଳରେ ଏହା ତଳେ ୪୦ରୁ ୫୦ ଲୋକ ଚାପି ହୋଇ ରହି ଯାଇଥିଲେ। ଏପର୍ଯ୍ୟନ୍ତ ଏହା ମଧ୍ୟରୁ ୨ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ୭ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି। ହେଲେ ଈଶ୍ୱରଙ୍କ ଚମତ୍କାର ଭାବେ ଉଦ୍ଧାରକାରୀ ଦଳ ଏହି ଭଙ୍ଗା କୋଠା ତଳୁ ଜଣେ ଜୀବନ୍ତ ଶିଶୁଙ୍କୁ ଉଦ୍ଧାର କରିଥିବା ଜଣାପଡିଛି।

Share