ଭୁଶୁଡିଲା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଛାତ୍ରୀନିବାସ କୋଠା

ବ୍ରହ୍ମପୁର ଅଫିସ,୨୫ା୭-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଗୁରୁବାର ଅପରାହ୍ନରେ ଘଟିଛି ଏକ ବଡ ଦୁର୍ଘଟଣା ା ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ ପରିସରସ୍ଥ ସାବେରୀ ଛାତ୍ରୀନିବାସର ୩ ମହଲା ବିଶିଷ୍ଟ କୋଠାର ଏକ ଅଂଶ ଭୁଶୁଡି ପଡିଛି ା ଯେଉଁଥିର ଶୌଚାଳୟ ଥିଲା ା ମଧ୍ୟାହ୍ନରେ ଛାତ୍ରୀନିବାସର ସମସ୍ତ ଛାତ୍ରୀ କ୍ଲାସ କରିବା ପାଇଁ ଚାଲି ଯାଇଥିବା ବେଳେ ଏଭଳି ଘଟଣା ଘଟିଥିବା ଜଣାପଡିଛି ା ଫଳରେ ଏକ ବଡ଼ ଦୁର୍ଘଟଣାରୁ ଛାତ୍ରୀନିବାସର ସମସ୍ତ ଅନ୍ତେବାସୀ ବର୍ତ୍ତିଯାଇଛନ୍ତି ା
ଜଣେ ପ୍ରତ୍ୟକ୍ଷଦର୍ଶୀ ଛାତ୍ରୀ ନାମ ଗୋପନ ରଖିବା ସହ କହିଛନ୍ତି, ମଧ୍ୟାହ୍ନରେ ଛାତ୍ରୀନିବାସର ସମସ୍ତ ଛାତ୍ରୀ କ୍ଲାସ କରିବାକୁ ଯାଇଥିଲେ ା କିନ୍ତୁ କେତେକ ଛାତ୍ରୀ ହଷ୍ଟେଲରେ ଥିଲେ ା ଅପରାହ୍ନ ପ୍ରାୟ ୧ ଟା ବେଳେ ରସାୟନ ବିଜ୍ଞାନ ବିଭାଗର ଜଣେ ଛାତ୍ରୀ ଶୌଚାଳୟକୁ ଯାଇଥିବା ବେଳେ ଏକ ଉଚ୍ଚ ଶବ୍ଦ ଶୁଣି ବାହାରକୁ ଚାଲି ଆସିଥିଲେ। ଏହାର କିଛିକ୍ଷଣ ମଧ୍ୟରେ ୩ ମହଲା ବିଶିଷ୍ଟ ଶୌଚାଳୟ କୋଠାଟି ଭୁଶୁଡି ପଡିଥିବା ଦେଖିଥିଲେ ା ତେବେ ଏହାପୂର୍ବରୁ ଅନେକ ସମୟରେ ଶୌଚାଳୟ ଛାତରୁ ପାଣି ଗଳିବା ସହ ପଲସ୍ତରା ଖସୁଥିବା ନେଇ ସେମାନେ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ଖରାଛୁଟିରେ ଛାତ୍ରୀନିବାସ ମରାମତି କାର୍ଯ୍ୟ କରିବାକୁ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ ା କିନ୍ତୁ ଖରାଛୁଟିରେ ଅନ୍ୟ କେତେକ କୋଠରିଗୁଡିକର ମରାମତି କରାଯାଇଥିବା ବେଳେ ଶୌଚାଳୟ କୋଠା କାମ ହୋଇ ନ ଥିବା ଛାତ୍ରୀମାନେ କହିଛନ୍ତି ା ଗୁରୁବାର ସକାଳେ ମଧ୍ୟ ଶୌଚାଳୟ ଛାତରୁ ପଲସ୍ତରା ଖସୁଥିବା ନେଇ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିବା କେତେଜଣ ଛାତ୍ରୀ ପ୍ରତିକ୍ରିୟାରେ କହିଛନ୍ତି। ଏ ସମ୍ପର୍କରେ ବାରମ୍ବାର ଜଣାଯିବା ସତ୍ତ୍ୱେ ଶୌଚାଳୟ ମରାମତି ଦିଗରେ ଅବହେଳା କରାଯାଇ ଥିବାରୁ ଏଭଳି ଘଟଣା ଘଟିଥିବା ସେମାନେ ଅଭିଯୋଗ କରିଛନ୍ତି ା ଖବର ପାଇ କୁଳସଚିବ ରଞ୍ଜନ ବିଶ୍ୱାଳ, ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷା ତଥା ଭାରପ୍ରାପ୍ତ କୁଳପତି ପ୍ରଫେସର ଅରୁନ୍ଧତୀ ରଥ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ତୁରନ୍ତ ଛାତ୍ରୀମାନଙ୍କୁ ‘ଚିଲିକା’ ଛାତ୍ରୀନିବାସକୁ ସ୍ଥାନାନ୍ତର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri