ଭୁଲ୍‌ ସମୟ, ଭୁଲ୍‌ କଥା

ସୁପ୍ରିମକୋର୍ଟର ଜଣାଶୁଣା ଓକିଲ ତଥା ମାନବ ଅଧିକାର କର୍ମୀ ଇନ୍ଦିରା ଜୟସିଂ ଏକ ଟୁଇଟ୍‌ ମାଧ୍ୟମରେ ନିର୍ଭୟାର ମା’ ଆଶା ଦେବୀଙ୍କୁ ବଳାତ୍କାରୀ ହତ୍ୟାକାରୀଙ୍କୁ କ୍ଷମା ଦେବା ପାଇଁ ନିବେଦନ କରିଛନ୍ତି। ଉଦାହରଣ ଭାବେ ଦର୍ଶାଇବାକୁ ଯାଇ କହିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀଙ୍କୁ ସୋନିଆ ଗାନ୍ଧୀ ଯେଭଳି ଭାବେ କ୍ଷମା କରିଛନ୍ତି, ସେହିଭଳି ଢଙ୍ଗରେ ନିର୍ଭୟା ହତ୍ୟାକାରୀଙ୍କୁ କ୍ଷମା କରିଦିଆଯିବା ଉଚିତ। ଉଲ୍ଲେଖଯୋଗ୍ୟ, ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ନଳିନୀ ଶ୍ରୀହରନ୍‌ଙ୍କୁ ସୋନିଆ କ୍ଷମା ଦେଇଥିଲେ। ଫଳରେ ନଳିନୀଙ୍କ ମୃତ୍ୟୁ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରାଯାଇଥିଲା। ଅନ୍ୟପକ୍ଷରେ ନିର୍ଭୟାର ମା’ ଦୃଢ଼ ଭାବେ କହିଛନ୍ତି ଯେ, ଭଗବାନ୍‌ କହିଲେ ବି ସେ କ୍ଷମା ଦେବେ ନାହିଁ। ଏଥିରୁ ତାଙ୍କ ଯନ୍ତ୍ରଣା ବୁଝି ହୋଇଯାଉଛି।
ଏହା ସମସ୍ତଙ୍କୁ ଜଣା ଯେ, ଇନ୍ଦିରା ଜୟସିଂ ମୃତ୍ୟୁଦଣ୍ଡକୁ ବହୁଦିନରୁ ବିରୋଧ କରିଆସୁଛନ୍ତି। ତାଙ୍କ କହିବା ଅନୁଯାୟୀ, ଦୋଷୀଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଗଲେ ସମାଜରେ ପରିବର୍ତ୍ତନ ଆସିପାରିବ ନାହିଁ। ଅନେକ ସମୟରେ ଏହି ଚିନ୍ତାଧାରା ଯଥାର୍ଥ ବୋଲି ମନେ ହୋଇଥାଏ। କିନ୍ତୁ ଆଜିର ଭାରତକୁ ଦେଖିଲେ ନିର୍ଭୟା ଘଟଣାର ଦୋଷୀମାନଙ୍କୁ ଏତେ ଦୀର୍ଘ ସମୟ ବଞ୍ଚିବାକୁ ଦେବା ଆଇନ ବ୍ୟବସ୍ଥାର ଏକ ଜଘନ୍ୟ ପରିଚୟ। ଯେପରି ଭାବେ ବଳାତ୍କାରୀମାନେ ନିର୍ଭୟାଙ୍କୁ ଅତ୍ୟାଚାର କରିଥିଲେ, ତାହା ସଭ୍ୟ ସମାଜ ଆଗରେ ବର୍ଣ୍ଣନା କରାଯାଇପାରିବ ନାହିଁ। ୧୬ ଡିସେମ୍ବର ୨୦୧୨ରେ ନିର୍ଭୟାଙ୍କୁ ଚଳନ୍ତା ବସ୍‌ରେ ଗଣବଳାତ୍କାର କରାଯିବା ପରେ ଫିଙ୍ଗି ଦିଆଯାଇଥିଲା। ୧୪ ଦିନ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ସିଙ୍ଗାପୁରର ଏକ ହସ୍ପିଟାଲରେ ସେ ଆଖି ବୁଜିଥିଲେ। ଗଣବଳାତ୍କାର ହେବା ଦିନଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସେ ଯେଉଁ ଯନ୍ତ୍ରଣା ପାଇଥିଲେ ଓ ତାହା ଗଣମାଧ୍ୟମରୁ ଜାଣି ଦେଶବାସୀ ଯେଭଳି ସ୍ତବ୍ଧ ହୋଇଥିଲେ, ସେତେବେଳେ ଅଭିଯୁକ୍ତଙ୍କୁ ନରପିଶାଚ ବୋଲି ଆଖ୍ୟା ଦିଆଯାଇଥିଲା। ଇତିମଧ୍ୟରେ ୭ ବର୍ଷ ବିତିଯାଇଥିତ୍ଲେ ମଧ୍ୟ ସେହି ଦିନଗୁଡ଼ିକୁ ଦେଶବାସୀ ଭୁଲି ନାହାନ୍ତି। ଫାଶୀ ଦିଆଯିବା ସମୟ ୨୨ ଜାନୁୟାରୀ ୨୦୨୦ରୁ ୧ ଫେବୃୟାରୀକୁ ଘୁଞ୍ଚିଯିବା ପରେ ଏବେ ଦେଶରେ ଘୋର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏଭଳି ସ୍ଥଳେ ଇନ୍ଦିରା ଜୟସିଂଙ୍କ ନିବେଦନ ଦୋଷୀଙ୍କୁ ଦୟା ଦେଖାଇବାର ଅବକାଶ ସୃଷ୍ଟି କରୁନାହିଁ। ଏଥିସହିତ ସୋନିଆ ଗାନ୍ଧୀଙ୍କ ସହ ନିର୍ଭୟା ମା’ଙ୍କୁ ତୁଳନା କରାଯାଇପାରିବ ନାହିଁ। କାରଣ ରାଜୀବ କେବଳ ସୋନିଆଙ୍କ ସ୍ବାମୀ ଭାବେ ସୀମିତ ନ ଥିଲେ। ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାବେ ସେ ଯେଉଁସବୁ ନିଷ୍ପତ୍ତି ନେଇଥିଲେ, ତାହା ଦ୍ୱାରା ଅନେକ ଲୋକ ନକାରାତ୍ମକ ପ୍ରଭାବର ଶିକାର ହୋଇଥିଲେ। ବିଶେଷକରି ତାଙ୍କୁ ହତ୍ୟା କରିଥିବା ଶ୍ରୀଲଙ୍କା ତାମିଲ ଭାରତୀୟ ସେନା ଦ୍ୱାରା ନିର୍ଯାତିତ ହୋଇଥିଲେ। ରାଜନୈତିକ ନିଷ୍ପତ୍ତିର ପରିଣାମ ଯୋଗୁ ରାଜୀବଙ୍କ ହତ୍ୟା ଘଟିଥିଲା। ଅପରପକ୍ଷରେ ଆଶା ଦେବୀଙ୍କ କନ୍ୟା ନିର୍ଭୟା ଜଣେ ନିର୍ଦ୍ଦୋଷ ଯୁବତୀ ଥିଲେ। ତାଙ୍କ ବିରୋଧରେ କାହାରି କୌଣସି ଆକ୍ରୋଶ ରହିବାର ସୁଯୋଗ ସୃଷ୍ଟି ହୋଇ ନ ଥିଲା। ସେଭଳି ସ୍ଥିତିରେ ତାଙ୍କୁ ଯେଉଁ କଷ୍ଟ ଦିଆଯାଇଥିଲା, ତାହାର କୌଣସି ତୁଳନା ନାହିଁ। ସେଥିପାଇଁ କୁହାଯାଇପାରିବ ଯେ, ଉଚ୍ଚପଦବୀ ପାଇଥିବା ବ୍ୟକ୍ତି ବିଶେଷଙ୍କ ଜୀବନ ସୁରକ୍ଷିତ ନ ଥିବା ହେତୁ ସେମାନଙ୍କୁ ସୁରକ୍ଷା ବଳୟରେ ରଖାଯାଏ। ଯେତେବେଳେ ଗୋଟେ ସାଧାରଣ ଯୁବତୀର ଜୀବନ ବିପଦରେ ପଡ଼ୁଛି, ସେତେବେଳେ ବୁଝିବାକୁ ହେବ ଯେ, ଦେଶରେ ସାଧାରଣ ନାଗରିକର ଜୀବନ ସୁରକ୍ଷିତ ନାହିଁ। ଭାରତବର୍ଷରେ ଅନେକ ବଳାତ୍କାର ଘଟଣା ପୋଲିସ ଦୃଷ୍ଟିକୁ ଅଣାଯାଏ ନାହିଁ। ଯେଉଁ କେତୋଟି ଘଟଣା ଆସେ, ସେଗୁଡ଼ିକ ମଧ୍ୟରୁ ଅଧିକାଂଶରେ ମୃତ୍ୟୁଦଣ୍ଡ ଦିଆଯାଏ ନାହିଁ। କିନ୍ତୁ ନିର୍ଭୟା ଘଟଣାର ଦୋଷୀଙ୍କୁ ଦୟା ଦେଖାଇବାର ଅର୍ଥ ହେଉଛି ଭାରତୀୟ ସମାଜରେ ସମସ୍ତଙ୍କୁ ଅସୁରକ୍ଷିତ କରିଦେବା। କାରଣ ଏହି ୪ ଦୋଷୀ ମୁକ୍ତି ପାଇଲେ ଆହୁରି ଅନେକଙ୍କ ମନରେ ଅନୁରୂପ ଜଘନ୍ୟ ଅପରାଧ କରିବାକୁ ମନୋବଳ ସୃଷ୍ଟି ହୋଇପାରେ। ସେଥିପାଇଁ ନିର୍ଭୟା ହତ୍ୟାକାରୀଙ୍କୁ ଅତିଶୀଘ୍ର ଫାଶୀ ଦିଆଯିବା ଉଚିତ। ତେବେ ଏଭଳି ଏକ ସମୟରେ ଏପରି ମନ୍ତବ୍ୟ ଦେବା ହେତୁ ଇନ୍ଦିରା ଜୟସିଂଙ୍କ ଟୁଇଟ୍‌ ଭୁଲ୍‌ ସମୟରେ ଭୁଲ୍‌ କଥା ବୋଲି ମନେହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri