ଭୁଲ୍‌ କଲେ ବି ଖୁବ୍‌ ସୁନ୍ଦର ଲାଗନ୍ତି କରିନା: ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ବେବୋ କରିନା କପୁର ଖାଁ ଓ ଖିଲାଡି ବୟ ଅକ୍ଷୟ କୁମାରଙ୍କ ଯୋଡିଙ୍କୁ ପୁଣିଥରେ ଦେଖିବାକୁ ମିଳିବ। ଫିଲ୍ମ ‘ଗୁଡ୍‌ ନ୍ୟୁଜ’ରେ ଆସିବେ ଏହି ଯୋଡି। ଏବେ ଏହାର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି କଳାକାରମାନେ। ପୂର୍ବରୁ ମଧ୍ୟ ଏହିଯୋଡି ‘ଏତରାଜ’, ‘ଅଜନବି’,‘ଟସନ’ ଆଦି ଫିଲ୍ମରେ ଆସି ଦର୍ଶକଙ୍କ ଦିଲ୍‌ ଜିତିଛନ୍ତି। ନିକଟରେ ଏକ ସାକ୍ଷାତ୍‌କାରରେ ଅକ୍ଷୟ ନିଜ ଅପ୍‌ କମିଙ୍ଗ ଫିଲ୍ମ ବିଷୟରେ ଆଲୋଚନା କରିବା ସହ କରିନାଙ୍କ ବିଷୟରେ ମଧ୍ୟ ମନ ଖୋଲି କଥା ହୋଇଛନ୍ତି। ସେ କହିଛନ୍ତି କରିନାଙ୍କ ସହ କାମ କରିବା ଅର୍ଥ ପିକ୍‌ନିକ୍‌ କରିବା ସହ ସମାନ। ଆଉ ଯଦିଓ ସେ କେବେ ଭୁଲ୍‌ କରିଦିଅନ୍ତି ତା’ପରେ ସେ ଅଧିକ ସୁନ୍ଦର ଲାଗନ୍ତି।

Share