ଭୁଲ୍‌ କରି ପୋଲିସ ନିନ୍ଦିତ

ଭୁବନେଶ୍ୱର, ୨୯ା୭: ରାଜ୍ୟରେ ଆଇନଶୃଙ୍ଖଳା ରକ୍ଷା ଓ ଅପରାଧ ରୋକିବା ପୋଲିସର କାର୍ଯ୍ୟ। ହେଲେ ଅଧିକାଂଶ କ୍ଷେତ୍ରରେ ପୋଲିସ ଏସବୁ କାର୍ଯ୍ୟ ଠିକ୍‌ ଭାବେ କରୁ ନ ଥିବାରୁ ଲୋକଙ୍କର ଭରସା ତୁଟିବାରେ ଲାଗିଛି। କେଉଁଠି ପୋଲିସ ଚାର୍ଜଶିଟ୍‌ ପାଇଁ ଲାଞ୍ଚ ନେଉଛି ତ ଆଉ କେତେକ କ୍ଷେତ୍ରରେ ହତ୍ୟା ମାମଲାକୁ ଆତ୍ମହତ୍ୟା ବା ଅନ୍ୟ ରୂପ ଦେଉଛି। ଫଳରେ ଦୋଷୀ ଖସି ଯାଉଥିବାବେଳେ ନିର୍ଦ୍ଦୋଷ ଦଣ୍ଡ ପାଉଛନ୍ତି। ସାଧାରଣ ଲୋକେ ନ୍ୟାୟ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। କୁହାଯାଏ ହଜାରେ ଦୋଷୀ ଖସି ଯାଆନ୍ତୁ, କିନ୍ତୁ ଜଣେ ନିର୍ଦ୍ଦୋଷ ଦଣ୍ଡ ନ ପାଉ। କିନ୍ତୁ ପୋଲିସ ଏହାର ବିପରୀତ କାର୍ଯ୍ୟ କରିଥିବାର ଅନେକ ନଜିର ରହିଛି। ସେଥିପାଇଁ ଅନେକ ସମୟରେ ପୋଲିସ ଲୋକଙ୍କ ଆକ୍ରୋଶର ଶିକାର ହେଉଛି। କାର୍ଯ୍ୟଧାରାରେ ଅତିଷ୍ଠ ହୋଇ ଲୋକେ ଆକ୍ରମଣ କରୁଛନ୍ତି। ଗତ କିଛିଦିନ ହେବ ରାଜ୍ୟରେ ଘଟିଥିବା କେତେକ ଘଟଣାବଳୀରୁ ପୂରା ପୋଲିସ ପ୍ରଶାସନ ବଦନାମ ହେଉଛି। କେତେଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ଖାକିରେ କଳଙ୍କ ଲାଗିଛି।
ମାଲକାନଗିରି ଥାନା ଅଧିକାରୀ ରଞ୍ଜନ ସାହୁ ଚଳିତବର୍ଷ ଶ୍ରେଷ୍ଠ ଥାନା ଅଧିକାରୀ ଭାବେ ପୁରସ୍କାର ପାଇଥିଲେ। ହେଲେ ଏକ ଘରୋଇ କଲେଜ କର୍ତ୍ତୃପକ୍ଷଙ୍କଠାରୁ ୧ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଗତ ୨୫ ତାରିଖରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା। ତାଙ୍କ ସହ ଦୁଇଜଣ ଏସ୍‌ଆଇ ମାନସ ରଞ୍ଜନ ସ୍ବାଇଁ ଓ ସୁନୀଲ କୁମାର ମଧ୍ୟ ଗିରଫ ହୋଇଥିଲେ। ଉକ୍ତ ଘରୋଇ କଲେଜ ପିଲାଙ୍କୁ ଜାଲ୍‌ ସାର୍ଟିଫିକେଟ ଦେଉଥିବା ନେଇ ଅଭିଯୋଗ ହେବା ପରେ ପୋଲିସ କଲେଜ ପ୍ରିନ୍ସିପାଲ ଓ ଅନ୍ୟ ଜଣଙ୍କୁ ଗିରଫ କରିଥିଲା। ହେଲେ ଢିଲା ଚାର୍ଜଶିଟ୍‌ କୋର୍ଟରେ ଦାଖଲ କରିବା ପାଇଁ ଥାନାଧିକାରୀ ସାହୁ ୫ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ପୂର୍ବରୁ ୨ଲକ୍ଷ ଟଙ୍କା ନେଇଥିବାବେଳେ ଅବଶିଷ୍ଟ ଟଙ୍କା ପାଇଁ ସେ ବାରମ୍ବାର ତାଗିଦ କରିବା ପରେ କଲେଜ କର୍ତ୍ତୃପକ୍ଷ ଭିଜିଲାନ୍ସକୁ ଜଣାଇଥିଲେ।
ଗତ ୨୬ ତାରିଖରେ ବାଲେଶ୍ୱର ଜିଲା ବାଲିଆପାଳ ଇଡ୍‌କୋ ଛକସ୍ଥିତ ରାଜଧାନୀ ଢାବାରେ ଜଣେ ୧୫ ବର୍ଷ ନାବାଳକଙ୍କୁ ହତ୍ୟାକରି ଝୁଲାଇ ଦିଆଯାଇଥିବା ଅଭିଯୋଗ ହୋଇଥିଲା। କିନ୍ତୁ ପୋଲିସ ବିଳମ୍ବରେ ପହଞ୍ଚତ୍ ଘଟଣାକୁ ଆତ୍ମହତ୍ୟା କହିବାରୁ ଉତ୍ତ୍ୟକ୍ତ ଲୋକେ ବାଲିଆପାଳ ଥାନା ଅଧିକାରୀ ପ୍ରଭୁକଲ୍ୟାଣ ଆଚାର୍ଯ୍ୟଙ୍କୁ ରାସ୍ତା ଉପରେ ଗୋଡାଇ ଗୋଡାଇ ପିଟିଥିଲେ। ଏହା ପରେ ବି ପୋଲିସ ପରିବାର ଲୋକଙ୍କୁ ନ ଜଣାଇ ମୃତଦେହକୁ ବ୍ୟବଚ୍ଛେଦ କରିଦେବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏହି ଘଟଣାକୁ ନେଇ ହତ୍ୟା ମାମଲା ରୁଜୁ କରାଯିବା ସହ ଏଚ୍‌ଆର୍‌ପିସି ତଦନ୍ତ ପାଇଁ ପୋଲିସ ଡିଜି ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଥାନା ଅଧିକାରୀଙ୍କୁ ମଧ୍ୟ ଜିଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିଲା।
ସମ୍ବଲପୁର ଜିଲା ନନ୍ଦପଡ଼ାର ଜୟଶ୍ରୀ ମିଶ୍ରଙ୍କୁ ୮ବର୍ଷ ତଳେ ହତ୍ୟା କରାଯାଇ ପୋତି ଦିଆଯାଇଥିଲା। ସେତେବେଳେ ଏନେଇ ତାଙ୍କ ଝିଅ ବିଜୟିନୀ ଥାନାରେ ଅଭିଯୋଗ କରିଥିଲେ। ହେଲେ ପୋଲିସ ଅଭିଯୋଗକୁ ସେତେଟା ଗୁରୁତ୍ୱ ନ ଦେଇ କେବଳ ଷ୍ଟେଶନ ଡାଏରୀ କରି ଚୁପ୍‌ ବସିଥିଲା। ଏପରି କି ତାଙ୍କ ମା’ଙ୍କ ଚରିତ୍ର ସଂହାର କରିବାକୁ ପଛାଇ ନ ଥିଲା। ହେଲେ ବିଜୟିନୀ ମା’ଙ୍କ ହତ୍ୟାକାରୀଙ୍କୁ ଧରିବା ପାଇଁ ପୋଲିସ ମୁଖ୍ୟାଳୟକୁ ସୂଚନା ଅଧିକାର (ଆର୍‌ଟିଆଇ)ବଳରେ ତଥ୍ୟ ମାଗିଥିଲେ। ଏବେ ତପତ୍ରତା ଦେଖାଇ ପୋଲିସ ତଦନ୍ତ କରି ହତ୍ୟା ଘଟଣାର ପର୍ଦ୍ଦାଫାଶ କରିବା ସହ ମାଟିତଳୁ ମହିଳାଙ୍କ ଦେହାବଶେଷ ବାହାର କରିଛି। ଏହି ଘଟଣାରେ ମୃତା ମହିଳାଙ୍କ ସମ୍ପର୍କୀୟ ଭିଣୋଇ ବସନ୍ତ ପଣ୍ଡାଙ୍କୁ ଗିରଫ କରିଛି। ସେତେବେଳେ ଉକ୍ତ ମାମଲାର ତଦନ୍ତକାରୀ ଅଧିକାରୀ କିଏ ଥିଲେ ତାହା ଏବେ ଖୋଜା ଚାଲିଛି।
ମୟୂରଭଞ୍ଜ ଜିଲା ବାଦାମପାହାଡ଼ ଥାନା ପୋଲିିସ ଜଣେ ମହିଳାଙ୍କୁ ହତ୍ୟା କରିଥିବା ଦର୍ଶାଇ ଦୁଇଜଣଙ୍କୁ ଗିରଫ କରିଥିଲା। ହେଲେ ଉକ୍ତ ମହିଳା ଜଣକ ବଞ୍ଚତ୍ଥିବା ପୋଲିସ ଜାଣିବା ପରେ ଏବେ ହରଡ଼ଘଣାରେ ପଡିଛି। ଗତ ଏପ୍ରିଲରେ ବାଦାମପାହାଡ଼ ଜଙ୍ଗଲରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିଥିଲା। ଏହି ସମୟରେ ପୋଲିସ ଏକ ମହିଳା ନିଖୋଜ ଅଭିଯୋଗକୁ ମୃତଦେହ ମିଳିବା ଘଟଣା ସହ ଯୋଡ଼ି ହତ୍ୟା ମାମଲା ରୁଜୁ କରି ସ୍ବାମୀ ସଞ୍ଜୟ ନାୟକ ଓ ଶ୍ୱଶୁର ମଙ୍ଗଳ ନାୟକଙ୍କୁ ଗିରଫ କରିଥିଲା। ଜାମିନ ନ ମିଳିବାରୁ ସେମାନଙ୍କୁ ଜେଲ୍‌ ପଠାଇ ଦିଆଯାଇଥିଲା। କିନ୍ତୁ ଉକ୍ତ ମହିଳା ଜଣକ କଟକରେ ତାଙ୍କ ମା’ଙ୍କ ସହ ରହୁଥିବା ଗତ ୨୫ ତାରିଖରେ ଜଣାପଡିଛି। ସେହିଭଳି ବରଗଡ଼ରେ ମଧ୍ୟ ଅନୁରୂପ ଘଟଣା ଘଟିଥିଲା। ୨୦୧୬ ଡିସେମ୍ବର ୨୫ରେ ଜିତୁ ନାମକ ଜଣେ ଯୁବକ ନିଖୋଜ ଥିଲେ। ହେଲେ ପାଇକମାଳ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ୨୦୧୭ ଅକ୍ଟୋବରେ ୨୨ରେ ହୁଲୁ ଗୁଲା ଓ ରାଘବ ନାୟକଙ୍କୁ ଗିରଫ କରିଥିଲା। ହେଲେ ୨୦୧୮ ଜୁଲାଇରେ ଘରକୁ ଫେରିବା ପରେ ପୋଲିସର ତଦନ୍ତକୁ ନେଇ ପ୍ରଶ୍ନ ଉଠିଥିଲା।
ଏନେଇ ଓଏଚ୍‌ଆର୍‌ସିରେ ମାମଲା ହେବା ସହ ଏହି ପ୍ରସଙ୍ଗ ବିଧାନସଭାରେ ଉଠିଥିଲା।
ଆଇନଜୀବୀ ଚିତ୍ତରଞ୍ଜନ ଦାଶ କୁହନ୍ତି, ଅନେକ କ୍ଷେତ୍ରରେ ଥାନାରେ ଅଭିଯୋଗ ହେଉଥିଲେ ମଧ୍ୟ ପୋଲିସ ମାମଲାକୁ ଗୁରୁତ୍ୱର ସହ ନେଉନି। ଏପରି କି ମାମଲା ରୁଜୁ ପାଇଁ ଲାଞ୍ଚ ମାଗୁଥିବା ଦେଖିବାକୁ ମିଳୁଛି। ଏହି କାରଣରୁ ପୋଲିସ ଉପରେ ଲୋକଙ୍କ ଆକ୍ରୋଶ ବଢୁଛି। ମାଡ଼ ଖାଇବାକୁ ପଡ଼ୁଛି। ମାନବାଧିକାର କର୍ମୀ ବିଶ୍ୱପ୍ରିୟ କାନୁନ୍‌ଗୋ କହିଛନ୍ତି, ପୋଲିସ ଜାଣିଶୁଣି ଅନେକ ମାମଲା ରୁଜୁ କରୁନି। ଲାଞ୍ଚ ନେଇ ମାମଲାକୁ ମଧ୍ୟ ବଦଳାଇ ଦେଉଛି। ସାଧାରଣ ଲୋକେ ଥାନାକୁ ନ୍ୟାୟ ପାଇଁ ଗଲେ ପୋଲିସ ଖରାପ ବ୍ୟବହାର କରୁଛି। ନିର୍ଦ୍ଦୋଷଙ୍କୁ ଜେଲ ପଠାଇ ଦେଉଛି। ଏହାଦ୍ୱାରା ପୂରା ପୋଲିସ ପ୍ରଶାସନ ବଦନାମ ହେଉଛି। ଏ ସମ୍ପର୍କରେ ପୋଲିସ ଡିଜି ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି, ଯେଉଁ ପୋଲିସ ଅଫିସର ଭୁଲ୍‌ କରୁଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ପରବର୍ତ୍ତୀ ସମୟରେ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନ ଘଟିବ ସେଥିପାଇଁ ଏସ୍‌ପିମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

ତ୍ରିନାଥ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ବକ୍ସାଇଟ୍‌ ଖଣି ଖନନ ପାଇଁ ଗ୍ରାମସଭା, ଏଥିରେ ରହିଛି ମୃତକଙ୍କ ଦସ୍ତଖତ, ପ୍ରତିବାଦରେ ଉତ୍ତେଜନା

ନନ୍ଦପୁର,୨୦ା୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବାଲଡ଼ା ନାଗେଶ୍ୱରୀ ପାହାଡ଼ ବକ୍ସାଇଟ ଖଣି ଖନନ ପାଇଁ ଗତ ଅକ୍ଟୋବର ୯ ତାରିଖରେ ବାଲଡ଼ା ଓ ବନୁରରେ…

ଖୁବଶୀଘ୍ର ଭାରତ ଆସିବେ ଟ୍ରମ୍ପ! ଏହା ପୂର୍ବରୁ ହେଲା ବଡ଼ ଡିଲ୍‌

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୦।୨: ଭାରତ ଆମେରିକା ନେତୃତ୍ୱାଧୀନ ପାକ୍ସ ସିଲିକା ପଦକ୍ଷେପରେ ସାମିଲ ହୋଇଛି। ନୂଆଦିଲ୍ଲୀରେ ପାକ୍ସ ସିଲିକା ଘୋଷଣାପତ୍ର ସ୍ବାକ୍ଷର ସମାରୋହରେ ଭାରତରେ ଥିବା ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ…

ଜେଏସଡବ୍ଲୁଓ-ପୋସ୍କୋ ଷ୍ଟିଲ ପ୍ଲାଣ୍ଟ ପାଇଁ ବଡ଼ ସର୍ତ୍ତ ରଖିଲେ ଗ୍ରାମବାସୀ: ଜମି ଏକର ପିଛା ୭୫ କୋଟି ଟଙ୍କା ସହ…

ପାଟଣା,୨୦।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ରେ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ତୃତୀୟ ଗ୍ରାମ ସଭା ପାଟଣା ବ୍ଲକ ଚେମେଣା ପଞ୍ଚାୟତ ରେଙ୍ଗାଳ…

ବିମାନରୁ ହଜିଗଲା ଭାଜପା ଏମପିଙ୍କ ଲଗେଜ, ଏମପି କହିଲେ, ‘ଲଜ୍ଜାଜନକ, ମୋର ମୂଲ୍ୟବାନ…’

ନୂଆଦିଲ୍ଲୀ,୨୦।୨: ଦେଶର ସର୍ବବୃହତ ଘରୋଇ ବିମାନ କମ୍ପାନୀ ଇଣ୍ଡିଗୋ ପୁଣି ଥରେ ଏହାର ଖରାପ ସେବା ଏବଂ ଭୁଲ ପରିଚାଳନା ପାଇଁ ବିବାଦରେ ଫସିଛି। ସଦ୍ୟତମ ଘଟଣାରେ…

ଇସାରାରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଏମିତି କହିଦେଲେ ଟ୍ରମ୍ପ: ମୋଦିଙ୍କୁ ନେଇ…

ୱାଶିଂଟନ,୨୦।୨: ୱାଶିଂଟନରେ ଶାନ୍ତି ବୋର୍ଡର ଉଦଘାଟନୀ ଅଧିବେଶନରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଆଲୋଚନା ହେଉଛି। ତାଙ୍କ ଭାଷଣ ସମୟରେ ଆମେରିକା…

ନିଜ ନିଜ ଭିତରେ ଲଢିଲେଣି ପାକିସ୍ତାନ ଖେଳାଳି, ଏବେ ଶାହିଦ ଆଫ୍ରିଦି ଶାଦାବଙ୍କୁ ଗାଳି ଦେଇ କହିଲେ, ‘ପୁଅ, ତୁମେ…’

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିବା ପରେ, ପାକିସ୍ତାନୀ କ୍ରିକେଟର ଶାଦାବ ଖାନ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଇଥିଲେ ଏବଂ ନିଜ…

୩୯ ଶିକାରିଙ୍କୁ ବାନ୍ଧିଲା ବନବିଭାଗ: ୯ ଦେଶୀ ବନ୍ଧୁକ, ୨୦ ଧନୁତୀର ଜବତ

ବାରିପଦା,୨୦।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନ ଅଞ୍ଚଳରେ ଶିକାର କରିବାକୁ ପ୍ରବେଶ କରିଥିବା ଶିକାରିଙ୍କୁ ବନବିଭାଗ ଗିରଫ କରଛି…

୩ ଥର ଶୂନ୍ୟରେ ଆଉଟ ହେବାରୁ ଅଭିଷେକଙ୍କୁ ଏମିତି କହିଲେ ପାକିସ୍ତାନର ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୦।୨: ପୂର୍ବତନ ପାକିସ୍ତାନ ଖେଳାଳି ମହମ୍ମଦ ଆମିର ଅଭିଷେକ ଶର୍ମାଙ୍କ ବିଷୟରେ କହିଥିଲେ ଯେ ସେ କେବଳ ଜଣେ ଚଳ ଚଞ୍ଚଳ ଖେଳାଳି। ଏହି ବକ୍ତବ୍ୟକୁ ବହୁଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri