Categories: ଜାତୀୟ

ଭୁଲିହେବ ନାହିଁ ଶହୀଦଙ୍କ ବଳିଦାନକୁ: ମୋଦି

ନୂଆଦିଲ୍ଲୀ,୩।୫: ଜମ୍ମୁ-କଶ୍ମୀରରେ ରବିବାର ହୋଇଥିବା ଏନ୍‌କାଉଣ୍ଟରରେ ୫ ଯବାନ ଶହୀଦ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ଜଣେ କର୍ନେଲ ଓ ଜଣେ ମେଜର ରହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଯବାନଙ୍କ ବୀରତ୍ୱ ଓ ବଳିଦାନ ଦେଶ ଭୁଲିବ ନାହିଁ ବୋଲି ସେ କହିଛନ୍ତି। ଅନ୍ୟପଟେ ଏହି ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ହେଉଛନ୍ତି ଲଶ୍କର-ଇ-ତୋଇବାର ଟପ୍‌ କମାଣ୍ଡର ହାଇଦର।

Share