ଭୁଲରେ ବି ବର୍ଷାଦିନେ ଖାଆନ୍ତୁନି ବାଇଗଣ

ବର୍ଷାଦିନେ ଖାଦ୍ୟପେୟ ଉପରେ ଅଧିକ ଗୁରୁତ୍ୱ ଦେବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। କାରଣ ଏହି ଦିନଗୁଡିକରେ ସବୁଠାରୁ ଅଧିକ ସ୍ବାସ୍ଥ୍ୟ ସମସ୍ୟା ଉପୁଜିବାର ଆଶଙ୍କା ରହିଥାଏ। ଏହି ଦିନଗୁଡ଼ିକରେ ସୂର୍ଯ୍ୟକିରଣ କମ୍‌ ପଡ଼ୁଥିବାରୁ ସଂକ୍ରମଣ ହେବାର ଅଧିକ ଆଶଙ୍କା ଥାଏ। ତେବେ ଏହି ସମୟରେ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବା ସହ ଫଳ ଓ ପରିବା ସେବନ ଉପରେ ସାବଧାନତା ଅବଲମ୍ବନ କରିବା ଉଚିତ।

– ଆୟୁର୍ବେଦରେ ବର୍ଷାଦିନେ ବାଇଗଣ ଖାଇବା ଅନୁଚିତ ବୋଲି କୁହାଯାଇଥିବା ବେଳେ ଆଲର୍ଜି ହେଉଥିବା ଲୋକେ ଏହାଠାରୁ ଦୂରେଇ ରହିବା ଭଲ।

– ଗର୍ଭାବସ୍ଥାରେ ଏହାକୁ ଖାଇବା ଉଚିତ ହୋଇ ନ ଥାଏ। ଏହାକୁ ଖାଇବା ଫଳରେ ଅଧିକ ପରିସ୍ରା ଲାଗିଥାଏ, ଯାହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ।

– ବିଷାଦଗ୍ରସ୍ତ ବ୍ୟକ୍ତି ଏହାକୁ ଖାଇବା ଅନୁଚିତ। କାରଣ ଏ ନେଇ ଖାଉଥିବା ଔଷଧ ପ୍ରଭାବକୁ ବାଇଗଣ କମ୍‌ କରିଥାଏ।

– ପାଚନତନ୍ତ୍ର କମ୍‌ଜୋର ଥିବା ବ୍ୟକ୍ତି ଏହାକୁ ଖାଇବା ଉଚିତ ନୁହେଁ ।