ଭୁବନେଶ୍ୱର-ବାରାଣସୀ ବିମାନ ସେବା ଫେବୃୟାରୀ ୨୯ରୁ

ଭୁବନେଶ୍ୱର,୩ା୧(ବ୍ୟୁରୋ): ଓଡ଼ିଶାବାସୀଙ୍କ ଲାଗି ଖୁସି ଖବର। ଫେବୃୟାରୀ ୨୯ରୁ ଆରମ୍ଭ ହେଉଛି ଭୁବନେଶ୍ୱର-ବାରାଣସୀ ବିମାନ ସେବା। ଘରୋଇ ବିମାନ ଚଳାଚଳ ସଂସ୍ଥା ଇଣ୍ଡିଗୋ ଏହି ସେବା ଯୋଗାଇବ ବୋଲି ଜଣାପଡ଼ିଛି। ଭୁବନେଶ୍ୱରରୁ ଦୈନିକ ରାତି ୯ଟାରେ ଓ ବାରାଣସୀରୁ ସନ୍ଧ୍ୟା ୬ଟା ୪୫ରେ ଉଡ଼ାଣ କରିବ ଇଣ୍ଡିଗୋ। ଭୁବନେଶ୍ୱରରୁ ବାରାଣସୀ ଯାତ୍ରା ୧ ଘଣ୍ଟା ୫୫ ମିନିଟ୍‌ ଲାଗିବ। ତେବେ ପ୍ରଥମ ଦିନରେ ଯାତ୍ରା ଭଡ଼ା ୩ ହଜାର ୪୭୦ ଟଙ୍କା ରଖାଯାଇଥିବା ବିମାନବନ୍ଦର ସୂତ୍ରରୁ ସୂଚନା ମିଳିଛି।