ଭୁବନେଶ୍ୱର ବସ୍ତିରେ ସଂକ୍ରମଣ, ରାଜ୍ୟକୁ ବିପଦ

ଭୁବନେଶ୍ୱର, ୬ା୬(ବ୍ୟୁରୋ): ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ଭୁବନେଶ୍ୱରରୁ ଚିହ୍ନଟ ହୋଇଥିଲେ। ଏହାର ମାତ୍ର କେଇଟା ଦିନ ଭିତରେ ରାଜଧାନୀରେ ହୁହୁ ହୋଇ ବଢ଼ିଥିଲା ଆକ୍ରାନ୍ତଙ୍କ ସଂଖ୍ୟା। ତେବେ ରାଜ୍ୟ ସରକାର, ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଓ କମିଶନରେଟ ପୋଲିସର ଆବଶ୍ୟକ ପଦକ୍ଷେପ ସ୍ଥିତିକୁ ନିୟନ୍ତ୍ରଣକୁ ନେଇଆସିଥିଲା। ଏଥିସହ ଜନସାଧାରଣଙ୍କ ସଚେତନତା ଓ ସତର୍କତା କରୋନାକୁ କିଛିଦିନ ପାଇଁ ଦୂରେଇ ଦେଇଥିଲା। ହେଲେ କଟକଣା କୋହଳ ହେବା ପରେ ସହରରେ ପୁଣି କାୟା ମେଲିଲାଣି କରୋନା। ଶେଷ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଚିହ୍ନଟ ହୋଇଥିବା ୧୩୦ ନୂଆ ପଜିଟିଭ୍‌ ମଧ୍ୟରୁ ୬ ଲୋକାଲ କେସ୍‌ କେବଳ ବିଏମ୍‌ସି ଅଞ୍ଚଳରୁ ଆସିଥିବା ଜଣାପଡ଼ିଛି। ଭୁବନେଶ୍ୱର ୟୁନିଟ-୪ ଅଞ୍ଚଳରୁ ୨, ଡୁମୁଡୁମା, ସାଲିଆ ସାହି, ଆଇଗିଣିଆ, ଲକ୍ଷ୍ମୀସାଗରରୁ ଜଣେ ଲେଖାଏ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଶୁକ୍ରବାର ବିଏମ୍‌ସି ଟୁଇଟ୍‌ କରି ସୂଚନା ଦେଇଛି। ଉଦ୍‌ବେଗର ବିଷୟ ହେଲା, ରାଜଧାନୀର ସବୁଠୁ ବଡ଼ ବସ୍ତି ସାଲିଆସାହିରୁ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ଜଣେ ମହିଳା ହୋଇଥିବାବେଳେ ସରକାରୀ ହସ୍ପିଟାଲରେ ଏକ ଶିଶୁକୁ ଜନ୍ମ ଦେଇଛନ୍ତି। ଉଭୟଙ୍କର ନମୁନା ପରୀକ୍ଷା ପାଇଁ ପଠାଯାଇଥିବାବେଳେ ମା’ର ପଜିଟିଭ୍‌ ଓ ନବଜାତ ଶିଶୁର ନେଗେଟିଭ୍‌ ଆସିଛି। ବସ୍ତିରୁ କରୋନା ପଜିଟିଭ୍‌ ଚିହ୍ନଟ ହେବା ପ୍ରଥମ ଘଟଣା ହୋଇଥିବାବେଳେ ଏହାକୁ ନେଇ ବିଏମ୍‌ସିର ଚିନ୍ତା ବଢ଼ିଛି। ତୁରନ୍ତ ସାଲିଆସାହିରେ ସ୍ବାସ୍ଥ୍ୟ ପରୀକ୍ଷା ଓ ନମୁନା ପରୀକ୍ଷଣ ମାତ୍ରାକୁ ବଢ଼ାଇ ଦିଆଯାଇଛି। ଏଥିସହ କଣ୍ଟ୍ରାକ୍ଟ ଟ୍ରେସିଂକୁ ଜୋର୍‌ଦାର କରାଯାଇଥିବା ବିଏମ୍‌ସି କମିଶନର ପ୍ରେମ୍‌ଚନ୍ଦ୍ର ଚୌଧାରୀ କହିଛନ୍ତି। ଅନ୍ୟପକ୍ଷରେ ଯାହା ଆଶଙ୍କା କରାଯାଉଥିଲା ଶେଷରେ ସେହି ଆଡକୁ କରୋନା ସ୍ଥିତି ଗତି କରୁଛି। ସହର ଓ ଉପକଣ୍ଠରେ ଗଢ଼ି ଉଠିଥିବା ଶତାଧିକ ବସ୍ତିରେ ରାଜ୍ୟର ସବୁ ଜିଲାର ଲୋକ ରହୁଛନ୍ତି। ତେବେ ବସ୍ତିରେ ଲୋକଙ୍କ ରହଣି ଓ ଚଳଣିକୁ ଅନୁଧ୍ୟାନ କଲେ ଆଗକୁ ଭୁବନେଶ୍ୱରକୁ ବସ୍ତି ସଂକ୍ରମଣ ହିଁ ବିପଦ ଆଣିବ। ଏହିଠାରୁ ହିଁ ରାଜ୍ୟର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହେବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି।
ସୂଚନାଯୋଗ୍ୟ, ଖୋର୍ଦ୍ଧା ଜିଲାରୁ ଚିହ୍ନଟ ନୂଆ ୨୨ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ବିଏମ୍‌ସି ଅଞ୍ଚଳରୁ ୧୩ ପଜିଟିଭ୍‌ ରହିଛନ୍ତି। ୬ଜଣ ସ୍ଥାନୀୟ ସଂକ୍ରମିତ ଓ ୭ଜଣ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିଲେ। ହୋମ୍‌ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ଆକ୍ରାନ୍ତଙ୍କ ବିବରଣୀ ମଧ୍ୟ ବିଏମ୍‌ସି ପକ୍ଷରୁ ଜାରି କରାଯାଇଛି। ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିଥିବା ପାତ୍ରପଡା ଆକ୍ରାନ୍ତ ଜଣକ ଦିଲ୍ଲୀ ଫେରନ୍ତା। ସେହିପରି ନ୍ୟୁ ଫରେଷ୍ଟ ପାର୍କରୁ ଚିହ୍ନଟ ୨ ଆକ୍ରାନ୍ତ ଓ ଲକ୍ଷ୍ମୀସାଗରୁ ଚିହ୍ନଟ ଜଣେ ଆକ୍ରାନ୍ତଙ୍କର ମଧ୍ୟ ଟ୍ରାଭେଲ ହିଷ୍ଟ୍ରି ଦିଲ୍ଲୀ ରହିଛି। ଟଙ୍କପାଣି ରୋଡ୍‌ରୁ ଚିହ୍ନଟ ଆକ୍ରାନ୍ତ ଝାରଖଣ୍ଡରୁ ଫେରିଥିବାବେଳେ ଚିନ୍ତାମଣିଶ୍ୱର ଆକ୍ରାନ୍ତ ମହାରାଷ୍ଟ୍ରରୁ ଆସିଛନ୍ତି। ସେହିପରି ପୁରୁଣା ଭୁବନେଶ୍ୱର (ଓଲ୍ଡ ଟାଉନ୍‌) ଆକ୍ରାନ୍ତଙ୍କ ପଶ୍ଚିମବଙ୍ଗ ଲିଙ୍କ୍‌ ରହିଛି। ଗୁରୁବାର ମଧ୍ୟ ଭୁବନେଶ୍ୱରରୁ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୩ଜଣ ସ୍ଥାନୀୟ ଆକ୍ରାନ୍ତ ଥିବାବେଳେ ଜଣେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିଲେ। ଫଳରେ ଏବେ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତ ସଂଖ୍ୟା ୮୧କୁ ବୃଦ୍ଧି ପାଇଛି। ୫୧ଜଣ ସୁସ୍ଥ ହୋଇଥିବାବେଳେ ୨୭ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି ଓ ୩ ଜଣଙ୍କ ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri