ଭୁବନେଶ୍ୱର-ବନମାଳିପୁରରୁ ରାସ୍ତାରୁ ଦେଢ କୁଇଣ୍ଟାଲ ଗଞ୍ଜେଇ ଜବତ

ବାଳକାଟୀ,୧୭ା୬(ଡି.ଏନ୍‌.ଏ.)-ବାଳକାଟୀ ଫାଣ୍ଡି ଅନ୍ତର୍ଗତ ଭୁବନେଶ୍ୱର-ବନମାଳିପୁର ମୁଖ୍ୟରାସ୍ତାର ମା’ ଦୁଲ୍ଲାଦେବୀ ମନ୍ଦିର ନିକଟରେ ବୁଧବାର ସ୍ପେଶାଲ ସ୍କ୍ବାଡ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କରିଛି। ଏହାସହ ଏକ ଟ୍ରାଭେରାକୁ ଜବତ କରି ଚାଳକଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ସୂଚନାଯୋଗ୍ୟ, ଅପରାହ୍ନରେ ନଂ. ଓଡି ୦୨ ୧୯୧୯ ବିଶିଷ୍ଟ ଏକ ଟ୍ରାଭେରାରେ ଗଞ୍ଜେଇ ଚାଲାଣ ହେଉଥିବା ସ୍ପେଶାଲ ସ୍କ୍ବାଡଙ୍କ ନିକଟରେ ଖବର ମିଳିଥିଲା। ସ୍କ୍ବାଡଙ୍କ ଏକ ଟିମ ଉକ୍ତ କାର୍‌କୁ ପିଛା କରି ମା’ ଦୁଲ୍ଲାଦେଇ ମନ୍ଦିର ନିକଟରେ ଚଢ଼ାଉ କରି ପ୍ରାୟ ଦେଢ଼ କୁଇଣ୍ଟାଲ ଗଞ୍ଜେଇ ଜବତ କରିଥିଲେ। ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି।