ଭୁବନେଶ୍ୱର ଏମ୍‌ସର ୪ ଡାକ୍ତର, ୨ ଆଟେଣ୍ଡାଣ୍ଟଙ୍କୁ ବାଧ୍ୟତାମୂଳକ କ୍ୱାରାଣ୍ଟାଇନ

ଭୁବନେଶ୍ୱର, ୧୧।୫(ବ୍ୟୁରୋ):  ଭୁବନେଶ୍ୱର ଏମ୍‌ସ ହସ୍ପିଟାଲର ୪ ଡାକ୍ତରଙ୍କୁ ବାଧ୍ୟତାମୂଳକ କ୍ୱାରାଣ୍ଟାଇନ ପଠାଯାଇଛି। ୪ ଡାକ୍ତରଙ୍କ ସହ ୨ ଆଟେଣ୍ଡାଣ୍ଟଙ୍କୁ ମଧ୍ୟ କ୍ୱାରାଣ୍ଟାଇନ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜଣେ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରିଥିବାରୁ ଏମ୍‌ସ କର୍ତ୍ତୃପକ୍ଷ ଏପରି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।
ପ୍ରକାଶ ଯେ, ମହାରାଷ୍ଟ୍ରର ଜଣେ ଟ୍ରକ ଚାଳକ ଦୁର୍ଘଟଣାରେ ଗୁରୁତର ହୋଇ ଏମ୍‌ସରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ୪ ଡାକ୍ତର ଓ ୨ ଆଟେଣ୍ଡାଣ୍ଟ ଚିକିତ୍ସା କରିଥିଲେ। ପରବର୍ତ୍ତୀ ସମୟରେ ଡ୍ରାଇଭରଙ୍କ ରକ୍ତ ଓ ସ୍ବାବ୍‌ ଟେଷ୍ଟ ପାଇଁ ପଠାଯିବାରୁ ତାଙ୍କୁ କରୋନା ହୋଇଥିବା ଜଣାପଡ଼ିଥିଲା। ତେଣୁ ଏମ୍‌ସ କର୍ତ୍ତୃପକ୍ଷ ଡାକ୍ତର ଓ ଆଟେଣ୍ଡାଣ୍ଟଙ୍କୁ କ୍ୱାରାଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି।