ଭୁବନେଶ୍ୱରରେ ବିଗ୍‌ ବଜାରର ୬ ନମ୍ବର ଷ୍ଟୋର

ଭୁବନେଶ୍ୱର,୨୯-୬-ପ୍ରମୁଖ ସୁପରମାର୍କେଟ ଚେନ୍‌ ବିଗ୍‌ ବଜାର ପକ୍ଷରୁ ସ୍ଥାନୀୟ ପାହାଳ, ରୁଦ୍ରପୁରସ୍ଥିତ ସିମ୍ଫୋନୀ ମଲ୍‌ଠାରେ ନୂଆ ବିଗ୍‌ ବଜାର ଷ୍ଟୋର ଶୁଭାରମ୍ଭ ହୋଇଛି। ଏହା ସହରରେ କମ୍ପାନୀର ୬ ନମ୍ବର ଆଉଟଲେଟ। ଗ୍ରାହକଙ୍କୁ ସ୍ବତନ୍ତ୍ର କ୍ରୟ ଅଭିଜ୍ଞତା ପ୍ରଦାନ ଲକ୍ଷ୍ୟରେ ଏଭଳି ପଦକ୍ଷେପ ନିଆଯାଇଥିବା ବିଗ୍‌ ବଜାର ପକ୍ଷରୁ ସୂଚନା ଦିଆଯାଇଛି। ଏହା ୨୫,୦୦୦ ବର୍ଗଫୁଟ ପରିମିତ ସ୍ଥାନରେ ଖୋଲିଛି। ସିମ୍ଫୋନୀ ମଲ୍‌ ବେସ୍‌ମେଣ୍ଟରେ ଏହା ଅବସ୍ଥିତ। ଏଠାରେ ଖାଦ୍ୟ, ହୋମ ଫର୍ନିସିଂ, ଫ୍ୟାଶନ, ଫୁଟଓ୍ବେର, ଘର ଉପଯୋଗୀ ଅନ୍ୟାନ୍ୟ ସାମଗ୍ରୀ ଗ୍ରାହକଙ୍କ ଲାଗି ଉପଲବ୍ଧ ହେଉଛି। ଫୁଡ ସେକ୍ସନରେ ସତେଜ ପନିପରିବା, ଫଳ, ପ୍ୟାକେଟଯୁକ୍ତ ଖାଦ୍ୟ ସାମଗ୍ରୀ, ସସ୍‌, ସ୍ନାକ୍ସ ସହ ଅନ୍ୟ ପ୍ରଡକ୍ଟ ରହିଛି। ଗ୍ରାହକଙ୍କ ଫ୍ୟାସନ ଆବଶ୍ୟକତାକୁ ନଜରରେ ରଖି ଅଫିସଓ୍ବେର, ଏଥନିକଓ୍ବେର, କାଜୁଆଲ, ସ୍ପୋର୍ଟସଓ୍ବେର, ଓମେନଓ୍ବେର ଏବଂ ଶିଶୁଙ୍କ ପୋଷାକପତ୍ର ସାମିଲ ରହିଛି। ହୋମ୍‌ ସେସ୍ପନରେ ବିସ୍ତୃତ ରେଞ୍ଜର ହୋମ୍‌ ଆପ୍ଲାଏନ୍ସ ଯଥା- ପରଦା, ବେଡଶିଟ, କାର୍ପେଟ ରହିଛି। ନୂଆ ଷ୍ଟୋରକୁ ଶୁଭାରମ୍ଭ କରି ଅତ୍ୟନ୍ତ ଖୁସି ବୋଲି ବିଗ୍‌ ବଜାରର ପୂର୍ବାଞ୍ଚଳ ସିିଇଓ ମନୀଷ ଅଗ୍ରଓ୍ବାଲ କହିଛନ୍ତି। ନୂଆ ଷ୍ଟୋରରେ ଗ୍ରାହକମାନେ ସମ୍ପୂର୍ଣ୍ଣ ଫ୍ୟାମିଲି କ୍ରୟ ଅଭିଜ୍ଞତା ପାଇ ପାରିବେ। ବିଗ୍‌ ବଜାର ପ୍ରଫିଟ କ୍ଲବ ଏବଂ ଫ୍ୟୁଚର ପେ ଡିଜିଟାଲ ଓ୍ବାଲେଟ ଦ୍ୱାରା ଗ୍ରାହକମାନେ ବିଭିନ୍ନ ଅଫରର ସୁବିଧା ନେବାକୁ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

ଏଥର ଫେବୃଆରୀ ୧ରେ ଆସିବନି ବଜେଟ୍‌! ଭାରତ ସଂସଦୀୟ ଇତିହାସରେ ପ୍ରଥମ?

ନୂଆଦିଲ୍ଲୀ,୨୧।୧୨: ଆସନ୍ତା ବର୍ଷ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ କେଉଁ ତାରିଖରେ ବଜେଟ ଉପସ୍ଥାପନ କରିବେ ତାକୁ ନେଇ ସସପେନ୍ସ ଜାରି ରହିଛି। ୨୦୧୭ରୁ...

ଗ୍ରାହକଙ୍କୁ ଆଶ୍ୱସ୍ତି: ୧୨ ହଜାର କମିଲା ସୁନା ଦର

ନୂଆଦିଲ୍ଲୀ,୨୦।୧୨: ରେକର୍ଡ ବୃଦ୍ଧି ପରେ, ଭାରତରେ ୨୪-କ୍ୟାରେଟ, ୨୨-କ୍ୟାରେଟ ଏବଂ ୧୮-କ୍ୟାରେଟ ସୁନାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଗୋଟିଏ ସପ୍ତାହରେ ୧୦ ଗ୍ରାମ ୨୪-କ୍ୟାରେଟ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଡିସେମ୍ୱର ୩୧ ସୁଦ୍ଧା ସାରି ନିଅନ୍ତୁ ଏସବୁ କାମ, ନ ହେଲେ ସହିବେ ବଡ଼ କ୍ଷତି!

ନୂଆଦିଲ୍ଲୀ,୧୯।୧୨: ୨୦୨୫ ମସିହାର ଶେଷ ମାସ ଡିସେମ୍ୱର ମାସ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଡିସେମ୍ୱର ୧୯ ତାରିଖ, ଅର୍ଥାତ ବର୍ଷ ଶେଷ ହେବାକୁ...

କେବେ ବୃଦ୍ଧି ହେବ ଦରମା ଆଉ କେତେ ବୃଦ୍ଧି ହେବ? ଅଷ୍ଟମ ବେତନ କମିଶନରକୁ ନେଇ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୯।୧୨: ସପ୍ତମ ବେତନ କମିଶନର କାର୍ଯ୍ୟକାଳ ଡିସେମ୍ବର ୩୧, ୨୦୨୫ରେ ଶେଷ ହେବାକୁ ଯାଉଛି, ଏବଂ ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ...

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି େଓ଼୍ବଟିଂ ଟିକେଟ୍‌ ବିନା କରିପାରିବେ ଯାତ୍ରା!

ନୂଆଦିଲ୍‌ଲୀ,୧୯।୧୨: ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ େଓ଼୍ବଟିଂ ତାଲିକା କିମ୍ୱା RAC ଟିକେଟ ବିଷୟରେ ଚିନ୍ତିତ ଅଛନ୍ତି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri