ଭୁବନେଶ୍ୱରରେ ପୁଣି କଟକଣା

ଭୁବନେଶ୍ୱର, ୫।୫(ବ୍ୟୁରୋ): ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି ରହିଛି। ଖୋର୍ଦ୍ଧା ଜିଲାକୁ ରବିବାର ଅରେଞ୍ଜ ଜୋନ୍‌ ଭାବେ ଘୋଷଣା କରାଯାଇଥିଲେ ମଧ୍ୟ ରାଜଧାନୀ ଭୁବନେଶ୍ୱରକୁ ରେଡ୍‌ ଜୋନ୍‌ରେ ରଖାଯାଇଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସୋମବାର ନୂଆ ନିର୍ଦ୍ଦେଶନାମା ଜାରି କରିଛି। ଗତ ୩୦ ତାରିଖରେ ଜାରି ନିର୍ଦ୍ଦେଶନାମାର ପରିବର୍ତ୍ତନ କରି ଭୁବନେଶ୍ୱର ପାଇଁ ଲଗାଇଥିବା କୋହଳ କଟକଣାକୁ ବିଏମ୍‌ସି ଉଠାଇ ଦେଇଛି। ଏଣିକି ରେଡ୍‌ ଜୋନ୍‌ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମା ଭୁବନେଶ୍ୱରରେ ଲାଗୁ ହେବ। ସର୍ତ୍ତମୂଳକ ଭାବେ ଅନୁମତି ମିଳିଥିବା ଅଧିକାଂଶ ଦୋକାନକୁ ପୁଣିଥରେ ବନ୍ଦ କରିଦିଆଯିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି।
ବିଏମ୍‌ସିର ବିଜ୍ଞପ୍ତି ଅନୁସାରେ, ଭୁବନେଶ୍ୱରରେ ବର୍ତ୍ତମାନ ଶିଳ୍ପ ସଂସ୍ଥା, ଅତ୍ୟାବଶ୍ୟକ ସାମାଗ୍ରୀ ତିଆରି ଓ ଯୋଗାଉଥିବା ସଂସ୍ଥା ଖୋଲା ରହିବ। ଦୁଇଚକିଆ ଯାନରେ ଜଣେ ଓ ଚାରିଚକିଆ ଯାନରେ ଡ୍ରାଇଭରଙ୍କୁ ମିଶାଇ ୩ ଜଣ ଯାତାୟାତ କରିବେ। ଯାତ୍ରୀ ପରିବହନ କରୁଥିବା ସଂସ୍ଥା ଓଲା, ଉବର ଲୋକଙ୍କୁ କେବଳ ହସ୍ପିଟାଲ ନେବା ଆଣିବା କରିବେ। ଘରୋଇ କାର୍ଯ୍ୟାଳୟଗୁଡ଼ିକ ୩୩% କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବାକୁ ବିଏମ୍‌ସି ନିର୍ଦ୍ଦେଶନାମା ଜାରି କରିଛି।
ସେହିପରି ବିଜୁପଟ୍ଟନାୟକ ବିମାନ ବନ୍ଦରରୁ ସମସ୍ତ ଘରୋଇ ଓ ଅନ୍ତରାଷ୍ଟ୍ରୀୟ ବିମାନ ଉଡ଼ାଣକୁ ବନ୍ଦ ରଖାଯାଇଛି। ବିମାନରେ କେବଳ ଅତ୍ୟାବଶ୍ୟକ ଓ ଡାକ୍ତରୀ କାର୍ଯ୍ୟ ପାଇଁ ଅନୁମତି ଦିଆଯାଇଛି। ସୁରକ୍ଷାରେ ନିୟୋଜିତ ବ୍ୟକ୍ତିବିଶେଷଙ୍କ ଅପେକ୍ଷା ଅନ୍ୟ ସମସ୍ତଙ୍କୁ ଭୁବନେଶ୍ୱରକୁ ରେଳ ଦ୍ୱାରା ଯାତାୟାତ କରିବାରେ ରୋକ ଲଗାଯାଇଛି। ସରକାରୀ କାର୍ଯ୍ୟରେ ନିୟୋଜିତ ବସ୍‌ଗୁଡ଼ିକୁ ଛାଡି ଅନ୍ୟ ସମସ୍ତ ଘରୋଇ ଓ ଆନ୍ତଃରାଜ୍ୟ ବସ୍‌ ଚଳାଚଳ ଉପରେ ବିଏମ୍‌ସି ରୋକ ଲଗାଇଛି। ଭୁବନେଶ୍ୱର ମଧ୍ୟ ଦେଇ ଗ୍ରୀନ ଜୋନ୍‌କୁ କୌଣସି ବସ୍‌ ଚଳାଚଳ କରିପାରିବ ନାହିଁ। ସେହିପରି ଅଟୋ, ଟ୍ୟାକ୍ସି, ରିକ୍ସା ଚଳାଚଳ ବନ୍ଦ କରାଯାଇଛି। ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରିବାକୁ କୁହାଯାଇଥିବାବେଳେ ଅନ୍‌ଲାଇନ୍‌ରେ ପାଠ ପଢ଼ାଇବା ଜାରି ରଖିବା ପାଇଁ ବିଏମ୍‌ସି ପକ୍ଷରୁ ପରାମର୍ଶ ଦିଆଯାଇଛି। ସମସ୍ତ ସାମାଜିକ ଉତ୍ସବ, ବୈଠକ ଓ ସଭା ସହ ଧର୍ମାନୁଷ୍ଠାନ ବନ୍ଦ ରହିବ। ଯେଉଁମାନେ କ୍ୱାରାଣ୍ଟାଇନ୍‌ ସୁବିଧା କିମ୍ବା ସରକାରୀ ସେବା ଯୋଗାଉଛନ୍ତି ସେମାନଙ୍କୁ ଛାଡ଼ି ଅନ୍ୟ ସମସ୍ତ ଲଜ୍‌, ହୋଟେଲ, ଗେଷ୍ଟ ହାଉସ୍‌ ଓ ଆତିଥ୍ୟ ପ୍ରଦାନ କେନ୍ଦ୍ରକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ସେହିପରି ସିନେମା ହଲ୍‌, ଜିମ୍‌, ଗେମ୍‌ ପାର୍ଲର, ସ୍ପୋଟ୍ସ କମ୍ପ୍ଲେକ୍ସ, ସ୍ବିମିଂ ପୁଲ୍‌, ପାର୍କ, ପ୍ରେକ୍ଷାଳୟ, ବାର, ଶପିଂ ମଲ, ମାର୍କେଟ କମ୍ପ୍ଲେକ୍ସ, ବାଣିଜି୍ୟକ କୋଠା, ସେଲୁନ୍‌, ସ୍ପା, ବିଉଟି ପାର୍ଲର, ମସାଜ୍‌ ସେଣ୍ଟର, ଠେଲା ଦୋକାନ, ପାନ ଦୋକାନ, ଚା ଓ କଫି ଦୋକାନ, ଫାଷ୍ଟ ଫୁଡ୍‌, ଜଳଖିଆ ଦୋକାନ ଏବଂ ଫଳ ରସ ଦୋକାନକୁ ବନ୍ଦ ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସେହିପରି ନିର୍ମାଣ ସ୍ଥାନରେ ରହୁଥିବା ଶ୍ରମିକମାନେ ହିଁ କାର୍ଯ୍ୟ କରିପାରିବେ। କିନ୍ତୁ ବାହାରୁ କୌଣସି ଶ୍ରମିକ ଆଣି ନିର୍ମାଣ କାର୍ଯ୍ୟ କରିବାକୁ ଅନୁମତି ନାହିଁ। ସକାଳ ୬ଟା ୩୦ରୁ ରାତି ୭ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବାକୁ ଅନୁମତି ଦିଆଯାଇଛି। କିନ୍ତୁ ଗୋଟିଏ ଦୋକାନରେ ଏକ ସମୟରେ ୫ ଗ୍ରାହକ ଏକାଠି ହେବାକୁ ବାରଣ କରାଯାଇଛି। ଏଥିସହ ସାମାଜିକ ଦୂରତ୍ୱ ବଜାୟ ରଖି କାମ କରିବା ପାଇଁ ପରାମର୍ଶ ଦିଆଯାଇଛି। ସର୍ବନିମ୍ନ କର୍ମଚାରୀଙ୍କୁ ନେଇ ଦୋକାନ ଓ କାର୍ଯ୍ୟାଳୟ ସଞ୍ଚାଳନ କରିବା ପାଇଁ କୁହାଯାଇଛି। କାର୍ଯ୍ୟରତ କର୍ମଚାରୀଙ୍କର ଥଣ୍ଡା, ଜ୍ୱର, କାଶ କିମ୍ବା ଛିଙ୍କ ହେଉଥିଲେ ପ୍ରଥମେ ତାଙ୍କୁ ଦୋକାନ କିମ୍ବା ଅଫିସ ଆସିବାକୁ ବାରଣ କରିବା ସହ ଏନେଇ ସ୍ବାସ୍ଥ୍ୟ ବିଭାଗ କିମ୍ବା ବିଏମ୍‌ସିକୁ ସୂଚନା ଦେବାକୁ କୁହାଯାଇଛି।

ରାତି ୭ରୁ ସକାଳ ୬ଟା ୩୦ରୁ ଘରୁ ବାହାରିବା ମନା

ରାତି ୭ଟାରୁ ସକାଳ ୬ଟା ୩୦ ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ ବିଏମ୍‌ସି ପକ୍ଷରୁ ଜାରି ନୂଆ ନିର୍ଦ୍ଦେଶନାମାରେ କୁହାଯାଇଛି। ଏହି ସମୟରେ ବାହାରେ ବୁଲୁଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ପ୍ରକାଶିତ ନିର୍ଦ୍ଦେଶଗୁଡ଼ିକୁ ଉଲ୍ଲଂଘନ କଲେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ନିୟମ ୨୦୦୫ର ଦଫା ୫୧ ଓ ୬୦ ଆଧାରରେ ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାଛଡ଼ା ସେମାନଙ୍କ ବିରୋଧରେ ଆଇପିସି ଦଫା ୧୮୮ ଅନୁସାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri