ଭୁବନେଶ୍ୱରରେ କୋହଳ ହେବନି ବଜାର କଟକଣା

ଭୁବନେଶ୍ୱର,୨୭।୪(ବ୍ୟୁରୋ): ଭୁବନେଶ୍ୱରରୁ ୧୧ ଦିନ ହେବ କେହି ପଜିଟିଭ୍‌ ଚିହ୍ନଟ ହୋଇନାହାନ୍ତି। କିନ୍ତୁ ଏବେବି ରାଜଧାନୀ ବିପଦ ଟଳି ନ ଥିବାରୁ ରେଡ୍‌ ଜୋନ୍‌ରେ ରହିଛି। ତେଣୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଲୋକଙ୍କ ଜୀବନକୁ ପୁଣି ଥରେ ବିପଦରେ ପକାଇବାକୁ ଚାହୁଁନାହିଁ। ଇତିମଧ୍ୟରେ ଦୋକାନ, ବଜାରକୁ ସର୍ତ୍ତମୂଳକ ଭାବେ ଖୋଲିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଭୁବନେଶ୍ୱରରେ ବର୍ତ୍ତମାନ ଏହା କୋହଳ ହେବ ନାହିଁ। ରାଜଧାନୀବାସୀ ଏହି ନିଷ୍ପତ୍ତିରେ ସହଯୋଗ କରନ୍ତୁ ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ ରବିବାର କହିଛନ୍ତି।
ସୂଚନାଯୋଗ୍ୟ, ଲକ୍‌ଡାଉନ୍‌ ସମୟରେ ବ୍ୟବସାୟରେ କୋହଳ କଟକଣା ନେଇ ସମସ୍ତ ନିଷ୍ପତ୍ତି ରାଜ୍ୟର ମହାନଗର ନିଗମ କମିଶନର ଓ ଜିଲାପାଳମାନେ ନେବେ ବୋଲି ଶନିବାର ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ କହିଥିଲେ। ବହୁ କଷ୍ଟ ପରେ ଭୁବନେଶ୍ୱରରେ କରୋନା ସଂକ୍ରମଣକୁ ରୋକିବାରେ ବିଏମ୍‌ସି ସକ୍ଷମ ହୋଇଛି। ତେଣୁ ଏହାକୁ ପରାସ୍ତ କରିବାକୁ ଭୁବନେଶ୍ୱରବାସୀଙ୍କ ଲକ୍ଷ୍ୟ ହେବା ଆବଶ୍ୟକ ବୋଲି ବିଏମ୍‌ସି କମିଶନର ଚୌଧାରୀ କହିଛନ୍ତି। ଭୁବନେଶ୍ୱରରେ କେଉଁ ଦୋକାନ ଖୋଲାଯିବ ଓ କେଉଁଟିକୁ ବନ୍ଦ ରଖାଯିବ ସେନେଇ ବିଏମ୍‌ସିର ବରିଷ୍ଠ ଅଧିକାରୀମାନେ ଆଲୋଚନା କରିଥିଲେ। ଦୋକାନ ବଜାର ଖୋଲିବାକୁ ଏବେ ଅନୁମତି ଦିଆଯିବ ନାହିଁ ବୋଲି ଏଥିରେ ନିଷ୍ପତ୍ତି ନିଆଯାଇଥିଲା।

କଟକଣା ପରେ ବି ଖୋଲିଲେ
ଭୁବନେଶ୍ୱରରେ କଟକଣା କୋହଳ ହେବନାହିଁ ବୋଲି ବିଏମ୍‌ସି ପକ୍ଷରୁ ଅପରାହ୍ନରେ କୁହାଯାଇଛି। ପୂର୍ବରୁ କୌଣସି ଘୋଷଣା ହୋଇ ନ ଥିଲେ ମଧ୍ୟ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ମୋବାଇଲ୍‌ ଓ ରିଚାର୍ଜ, ଚପଲ, ପାନ, ଜଳଖିଆ ଦୋକାନ ଆଦି ଖୋଲିଥିବା ଦେଖିବାକୁ ମିଳିଛି। ସାରା ଦେଶରେ କଟକଣା କୋହଳ ହୋଇଛି ସେଥିପାଇଁ ଦୋକାନ ବଜାର ଖୋଲିଛୁ ବୋଲି ବ୍ୟବସାୟୀମାନେ କହିଥିଲେ। ବିଏମ୍‌ସି ନିର୍ଦ୍ଦେଶକୁ ଏଠାରେ ଖୋଲାଖୋଲି ଉଲ୍ଲଂଘନ କରାଯାଇଛି।

ଦୋକାନ ନ ଖୋଲିଲେ ଭୋକରେ ମରିବୁ
ଭୁବନେଶ୍ୱରରେ ଥିବା ପଞ୍ଜୀକୃତ ଉଠା ଦୋକାନୀମାନଙ୍କୁ ଘୋଷଣା କରାଯାଇଥିବା ସହାୟତା ରାଶି ଦିଆଯାଇନାହିଁ। ଦେଶରେ କଟକଣା କୋହଳ ହେବା ପରେ ବି ଭୁବନେଶ୍ୱରରେ ଦୋକାନ ଖୋଲିବାକୁ ବିଏମ୍‌ସି ରୋକ୍‌ ଲଗାଇଛି। ଯାହା କିଛି ଥିଲା ସରିବାକୁ ବସିଲାଣି, ଯଦି ଦୋକାନ ନ ଖୋଲିବୁ ତାହା ହେଲେ ଭୋକରେ ମରିଯିବୁ।
– ନିରଞ୍ଜନ ସାହୁ, ୟୁନିଟ୍‌ ୨ ମାର୍କେଟ କମ୍ପ୍ଲେକ୍ସ ଉଠା ଦୋକାନୀ
ଲୋକଙ୍କୁ ନିୟନ୍ତ୍ରଣ କରିହୋଇ ନ ଥାନ୍ତା
ସଂକ୍ରମଣରୁ ବର୍ତ୍ତିବା ପାଇଁ ଭୁବନେଶ୍ୱରବାସୀ ରୋକ୍‌କୁ ମାନିବା ଦରକାର। ଯଦି ବ୍ୟବସାୟ କରିବାରେ କଟକଣା କୋହଳ ହୋଇଥାନ୍ତା, ତେବେ ଲୋକଙ୍କୁ ନିୟନ୍ତ୍ରଣ କରି ହୋଇ ନ ଥାନ୍ତା। ସେମାନେ ସାମାଜିକ ଦୂରତ୍ୱ ମାନି ନ ଥାନ୍ତେ।
– ସୁମିତ୍ରା ପ୍ରଧାନ, ଲେଡିଜ୍‌ କର୍ନର ବ୍ୟବସାୟୀ, ରସୁଲଗଡ଼


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri