ଭୁବନେଶ୍ୱରରୁ ବାରାଣସୀ ଉଡ଼ିଲା ବିମାନ

ଭୁବନେଶ୍ୱର, ୧।୩(ବ୍ୟୁରୋ): ଭୁବନେଶ୍ୱରରୁ ବାରାଣସୀକୁ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଛି। ଇଣ୍ଡିଗୋ ଏଟିଆର-୭୨ ଶନିବାର ରାତି ୯ଟା ୫୦ରେ ବାରାଣସୀ ଅଭିମୁଖେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଉଡ଼ାଣ କରିଛି। ବିମାନଟି ରାତି ପ୍ରାୟ ୧୧ଟା ୪୦ରୁ ୧୧ଟା ୫୦ ମଧ୍ୟରେ ବାରାଣସୀରେ ପହଞ୍ଚତ୍ବ। ଏହି ବିମାନରେ ମୋଟ ୭୨ ଜଣ ଯାତ୍ରୀ ଯାତ୍ରା କରିବାର ସୁବିଧା ରହିଛି। ଓଡ଼ିଶା ଓ ପର୍ଯ୍ୟଟନ ସହର ବାରାଣସୀ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ଲାଗି ଦୀର୍ଘଦିନରୁ ଦାବି ହେଉଥିବାବେଳେ ଏହି ସେବା ଆରମ୍ଭ ବିଶେଷକରି ପର୍ଯ୍ୟଟକ ଓ ସାଧାରଣ ଯାତ୍ରୀଙ୍କ ପାଇଁ ବେଶ୍‌ ଲାଭଦାୟକ ହେବ।