ଭୁବନେଶ୍ୱରରୁ ଆଉ ୫ ପଜିଟିଭ ଚିହ୍ନଟ: ଅଛନ୍ତି ଜଣେ ଘରୋଇ ହସ୍ପିଟାଲ କର୍ମଚାରୀ

ଭୁବନେଶ୍ୱର, ୧୫।୬(ବ୍ୟୁରୋ): ଭୁବନେଶ୍ୱରରୁ ସୋମବାର ୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ଜଣ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିବା ବେଳେ ୨ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି।
ଏମାନଙ୍କ ମଧ୍ୟରୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିବା ଆକ୍ରାନ୍ତମାନେ ହେଲେ ଚିନ୍ତାମଣିଶ୍ୱରର ୩୧ ବର୍ଷୀୟ ବ୍ୟକ୍ତି। ନିକଟରେ ସେ ଦିଲ୍ଲୀରୁ ଫେରିଥିଲେ। ସେହିପରି ପଟିଆ ଅଞ୍ଚଳରୁ ଚିହ୍ନଟ ବ୍ୟକ୍ତ ୪୧ ବର୍ଷୀୟ ହୋଇଥିବା ବେଳେ ସେ ସାଇଦିଆରବ ଫେରନ୍ତା। କୋଳଥିଆରୁ ଚିହ୍ନଟ ଆକ୍ରାନ୍ତ ଜଣଙ୍କ ମହିଳା ହୋଇଥିବା ବେଳେ ତାଙ୍କ ବୟସ ୨୬। ସେ ପଶ୍ଚିମବଙ୍ଗ ମେଦିନିପୁରରୁ ଫେରିଛନ୍ତି।
ସେହିପରି ସ୍ଥାନୀୟ ସଂକ୍ରମିତ ଦ୍ୱୟ ମହିଳା ବୋଲି ଜଣାପଡ଼ିଛି। ଜଣେ ନୟାପଲ୍ଲୀ ବେହେରା ସାହିର ୩୭ ବର୍ଷୀୟ ମହିଳା। ଅନ୍ୟ ଜଣେ ୨୮ ବର୍ଷୀୟା ହୋଇଥିବା ବେଳେ ଏକ ଘରୋଇ ହସ୍ପିଟାଲର କର୍ମଚାରୀ ବୋଲି ଜଣାପଡ଼ିଛି।