ଭୁଜାଲି ଦେଖାଇ ଫାଇନାନ୍ସ କର୍ମଚାରୀଙ୍କଠାରୁ ୮୦ ହଜାର ଟଙ୍କା ଲୁଟ୍‌

କାମାକ୍ଷାନଗର, ୨୭ା୫(ଡି.ଏନ.ଏ.)- ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ପଲୀକାଟେଣୀ ଗ୍ରାମରୁ ସୋମବାର ମଧ୍ୟାହ୍ନରେ ଭାରତ ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କଠାରୁ ୮୦ ହଜାର ଟଙ୍କା ଲୁଟ୍‌ ହୋଇଛି। ଏ ନେଇ ଥାନାରେ ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ, କମ୍ପାନୀ କର୍ମଚାରୀ ରାହୁଲ ନାଏକ, ବିଭୂତି ଭୂଷଣ ରାମ, ମଦନ ଚରଣ ସାହୁ ସୋମବାର ଗ୍ରାମର ଏକକମ୍ୟୁନିଟି ସେଣ୍ଟରରେ ବସି ୮୦ ହଜାର ଟଙ୍କା ସାପ୍ତାହିକ ଋଣ ଆଦାୟ କରିଥିଲେ। ରାହୁଲ ସେଠାରେ ବସିଥିବାବେଳେ ଅନ୍ୟ ଦୁଇଜଣ ଜଳଖିଆ କରିବା ପାଇଁ ଗ୍ରାମ ଭିତରକୁ ଯାଇଥିଲେ। ସେହି ସମୟରେ ଦୁଇଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ପିସ୍ତଲ ଓ ଭୁଜାଲି ଦେଖାଇ ସମସ୍ତ ଟଙ୍କା ଲୁଟି ନେଇଥିଲେ।