Categories: ଜାତୀୟ

ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖରଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ,୧୫।୧: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧରେ ବିକ୍ଷୋଭ କରି ଗିରଫ ହୋଇଥିବା ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ୍‌ଙ୍କୁ ଜାମିନ ମିଳିଛି। ବୁଧବାର ଦିଲ୍ଲୀର ତିସ୍‌ ହଜାରୀ କୋର୍ଟ ଚନ୍ଦ୍ରଶେଖରଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ସର୍ତ୍ତ ଅନୁସାରେ ଆଜାଦ୍‌ ଆସନ୍ତା ୪ ସପ୍ତାହ ପର୍ଯ୍ୟନ୍ତ ଦିଲ୍ଲୀରେ ରହିବେ ନାହିଁ କିମ୍ବା ସାହିନ ବାଗ ମଧ୍ୟ ଯାଇପାରିବେ ନାହିଁ। ଏଥିସହ କୌଣସି ବିକ୍ଷୋଭ ବା ଆନ୍ଦୋଳନ କରିପାରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କାରଣ ଫେବୃୟାରୀ ୮ରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ସେହିପରି ଏହି ମାମଲାରେ ଯେପର୍ଯ୍ୟନ୍ତ ଚାର୍ଜଶିଟ ରୁଜୁ ନ ହୋଇଛି, ସେପର୍ଯ୍ୟନ୍ତ ପ୍ରତ୍ୟେକ ଶନିବାର ସେ ସହାରନପୁର ଏସ୍‌ଏଚ୍‌ଓ ସମ୍ମୁଖରେ ହାଜର ହେବେ। କୋର୍ଟ ଶୁଣାଣି କରିବା ସମୟରେ ତାଙ୍କ ଉପରେ ବର୍ଷିଥିଲେ। ଦେଶର ସଂସ୍ଥା ଓ ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ କରିବାକୁ କୋର୍ଟ ଆଜାଦ୍‌ଙ୍କୁ ପରାମର୍ଶ ଦେଇଥିଲେ।

Share