ଭୀମ୍‌ସାରରେ ଏଚ୍‌ଆଇଭି ଆକ୍ରାନ୍ତଙ୍କ ଅସ୍ତ୍ରୋପଚାର ପ୍ରସଙ୍ଗ: ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ

ପୁରୀ ଅଫିସ, ୩୦ା୧୦:ସମ୍ବଲପୁର ଜିଲାର ବୁର୍ଲାସ୍ଥିତ ଭୀମ୍‌ସାରରେ ଗତ ସୋମବାର ଜଣେ ଏଚ୍‌ଆଇଭି ସଂକ୍ରମିତ ରୋଗୀଙ୍କୁ ଚିକିତ୍ସା କରାଯାଇଥିଲା। ଦନ୍ତ ବିଭାଗରେ ଏହି ଅସ୍ତ୍ରୋପଚାର ହୋଇଥିଲା। କିନ୍ତୁ ଅସ୍ତ୍ରୋପଚାର ପୂର୍ବରୁ ଓ ପରେ ଜୀବାଣୁ ପ୍ରତିରୋଧ ପାଇଁ ଯେଉଁ ନିୟମ ପାଳନ କରାଯିବା କଥା ତାହା କରାଯାଇ ନ ଥିଲା। ଏହି ଘଟଣାକୁ ନେଇ ମଙ୍ଗଳବାର ଦନ୍ତ ବିଭାଗ ବନ୍ଦ ରହିଥିଲା। ଦନ୍ତ ବିଭାଗ ମୁଖ୍ୟ ଅନୁପ ଶତପଥୀ ଏ ସମ୍ପର୍କରେ ଭୀମ୍‌ସାରର ଅଧ୍ୟକ୍ଷ ବ୍ରଜମୋହନ ମିଶ୍ରଙ୍କୁ ଚିଠି ଲେଖି ଅବଗତ କରାଇଥିଲେ। ଏହାକୁ ନେଇ ବିବାଦୀୟ ପରିସ୍ଥିତି ଉପୁଜିଥିବାବେଳେ ବୁଧବାର ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ। ମନ୍ତ୍ରୀ କହିଛନ୍ତି, ବୁର୍ଲାରେ ଯାହା ହୋଇଛି ତାହା ନିଶ୍ଚିତ ଏକ ଦୁର୍ଭାଗ୍ୟଜନକ ଘଟଣା। ବିଭାଗ ପକ୍ଷରୁ ଏହାର ତଦନ୍ତ କରାଯାଉଛି। ଏଥିପାଇଁ ଯିଏ ଦୋଷୀ ବୋଲି ପ୍ରମାଣିତ ହେବେ ତାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରାଉତିଆ ସମାଜକୁ ଅନୁସୂଚିତ ଜନଜାତି ମାନ୍ୟତା ଦାବି ତେଜିଲା

କୁତ୍ରା,୩୧ା୫(ଦେବାଶିଷ ସାହୁ): ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ଅଧୀନ କଟଙ୍ଗଝରିଆ ଗ୍ରାମରେ ରବିବାର ଅଖିଳ ଭାରତୀୟ ରାଉତିଆ ସମାଜର ଏକ ରାଜ୍ୟସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ…

କାଳବୈଶାଖୀ ପ୍ରଭାବ: ୨୪ ଘଣ୍ଟା ପରେ ବି ଅନ୍ଧାରରେ ଦାରିଙ୍ଗବାଡ଼ି, କରେଣ୍ଟ୍‌ ଗଲେ ବିଏସ୍‌ଏନଏଲ୍‌ ସେବା ଅଚଳ

ଦାରିଙ୍ଗବାଡ଼ି,୩୧ା୫(ଅରୁଣ ସାହୁ): କନ୍ଧମାଳ ଜିଲାରେ ଗତ କିଛିଦିନ ହେଲା କାଳବୈଶାଖୀର ପ୍ରଭାବରେ ଅଞ୍ଚଳ ପ୍ରଭାବିତ ହେଉଛି। ଚଳିତ ସପ୍ତାହରେ ଦୁଇଥର ଜିଲାରେ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ଅଚଳ…

ଗୋଟିଏ ଦିନରେ ୧୨ ଅଟୋ ଜବତ କଲା ପୋଲିସ, ଏକାଧିକ ମାମଲା ରୁଜୁ କରି…

ଦାରିଙ୍ଗବାଡ଼ି,୩୧ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସ ଏବେ ଆକ୍ସନ ମୋଡ୍‌ରେ ରହିଛି। ଗୋଟିଏ ଦିନରେ ରବିବାର ୧୨ଟି ଯାତ୍ରୀବାହୀ ଅଟୋ ଉପରେ ନେଇଛି ଦୃଢ଼ କାର୍ଯ୍ୟାନୁଷ୍ଠାନ।…

ପ୍ରେମିକାଙ୍କୁ ଭେଟିବା ପାଇଁ କରିଥିଲେ ସୀମା ପାର୍, ଯୁବକଙ୍କୁ LOCରେ….

ଶ୍ରୀନଗର,୩୧ା୫: ଜମ୍ମୁ କଶ୍ମୀରର ବାରାମୁଲ୍ଲା ଜିଲ୍ଲାର ଉରି ସେକ୍ଟରରେ ନିୟନ୍ତ୍ରଣ ରେଖା ପାର କରି ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଭାରତୀୟ…

‘ଜାତି-ଅଞ୍ଚଳର ବିକାଶ ପାଇଁ ଅର୍ଥର ଅଭାବ ନାହିଁ, ଆଗକୁ ବଢ଼ିବାକୁ ହେଲେ କେବଳ ଏକତା ଜରୁରୀ’

ଭଞ୍ଜନଗର,୩୧ା୫(ବାବୁଲା ପ୍ରଧାନ): ଜାତି ଏବଂ ଅଞ୍ଚଳର ବିକାଶ ପାଇଁ ଅର୍ଥର ଅଭାବ ନାହିଁ। ଆଗକୁ ବଢ଼ିବାକୁ ହେଲେ ଏକତା ମନୋଭାବ ହିଁ ଜରୁରୀ ବୋଲି ନିଖିଳ ଉତ୍କଳ…

ବିଦେଶରେ ସୁନା ଶସ୍ତା କିନ୍ତୁ ଭାରତରେ ମହଙ୍ଗା କାହିଁକି? ଲକ୍ଷେ ଟଙ୍କାର ସୁନା କିଣିଲେ ୧୮ହଜାର ଅଧିକ କାହିଁକି ଦେବାକୁ ପଡ଼େ

ନୂଆଦିଲ୍ଲୀ,୩୧ା୫: ବିବାହ ହେଉ କିମ୍ବା ଦୀପାବଳି କିମ୍ବା ଧନତେରସ ଭଳି ପର୍ବ, ଲୋକମାନେ ଏପରି ପ୍ରତ୍ୟେକ ଅବସରରେ ସୁନା କିଣିବାକୁ ପସନ୍ଦ କରନ୍ତି । ତଥାପି, ବାସ୍ତବତା…

ଗୁଗଲକୁ ବଡ଼ ଝଟକା: ହାଇକୋର୍ଟ ଲଗାଇଲେ ୩୦ ଲକ୍ଷ ଟଙ୍କାର ଜରିମାନା

ନୂଆଦିଲ୍ଲୀ,୩୧।୫: ଗୁଗଲ (Google) ଏବେ ଭାରତରେ ବଡ଼ ଆଇନଗତ ଅସୁବିଧାରେ ପଡ଼ିଛି। ଟ୍ରେଡମାର୍କ ଉଲ୍ଲଂଘନ ମାମଲାରେ ଦିଲ୍ଲୀ ହାଇକୋର୍ଟ ଗୁଗଲ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା…

‘ଯଦି ତୁମେ ଭାଜପାକୁ ସମର୍ଥନ କରିବ ତୁମେ ଦେଶଭକ୍ତ’, ନଚେତ୍‌…

କୋଲକାତା,୩୧ା୫: ପଶ୍ଚିମବଙ୍ଗର ଦକ୍ଷିଣ ଚବିଶି ପ୍ରଗଣା ଜିଲାର ସୋନାରପୁରରେ ତୃଣମୂଳ କଂଗ୍ରେସ (TMC) ଏମ୍‌ପି ଅଭିଷେକ ବାନାର୍ଜୀଙ୍କୁ ଏକ ବଡ଼ ଧରଣର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri