ଭୀମଟାଙ୍ଗର ଫେକର ଗେଟ୍‌ ସମ୍ମୁଖରେ ଛାତ୍ରୀଛାତ୍ର, ଅଭିଭାବକଙ୍କ ଧାରଣା

କାଳିଆପାଣି,୨୫।୨(ଡି.ଏନ୍‌.ଏ.): ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ଭୀମଟାଙ୍ଗର ଫେକର ଗେଟ୍‌ ସମ୍ମୁଖରେ ମଙ୍ଗଳବାର ଅଭିଭାବକ ଓ ଛାତ୍ରୀଛାତ୍ରମାନେ ଧାରଣାରେ ବସିଛନ୍ତି। କାଳିଆପାଣି ଖଣି ଅଞ୍ଚଳରେ ଟାଟା ଷ୍ଟିଲ ପରିସରରେ ରହିଥିବା ଇଂଲିଶ ମିଡିୟମ ବିଦ୍ୟାଳୟ ଓ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏ ନେଇ ଛାତ୍ରୀଛତ୍ରଙ୍କୁ ଟିସି ନେଇ ଅନ୍ୟତ୍ର ଯିବାକୁ କୁହାଯାଇଥିଲା। ଏହାର ପ୍ରତିବାଦରେ ଏହି ଆନ୍ଦୋନ ହୋଇଥିବା ଜଣାପଡ଼ିଛି।