ଭିସା ଷ୍ଟିଲ୍‌କୁ ସୁରକ୍ଷା ଦେଉଛି ଏସ୍‌ପିସିବି

ଯାଜପୁର ଅଫିସ୍‌/ଯାଜପୁର ଟାଉନ (ଡି.ଏନ୍‌.ଏ), ୬।୬: କଳିଙ୍ଗନଗର ଭିସା ଷ୍ଟିଲ୍‌ କାରଖାନା ବର୍ଜ୍ୟଜଳରେ ସାଇନାଇଡ, ଫେନଲ, ହେକ୍ସାଭାଲେଣ୍ଟ କ୍ରୋମିୟମ ଆବଶ୍ୟକତାଠାରୁ ଅଧିକ ରହିଛି ବୋଲି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ଲାବୋରେଟୋରି ରିପୋର୍ଟରୁ ପ୍ରମାଣିତ ହୋଇସାରିଛି। ହେଲେ ଏସ୍‌ପିସିବି କର୍ତ୍ତୃପକ୍ଷ ମୋଟା ଅଙ୍କର ହାତଗୁଞ୍ଜା ନେଇ ଭିସା ଷ୍ଟିଲକୁ ସମସ୍ତ ପ୍ରକାର ସୁରକ୍ଷା ଦେଇଆସୁଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ ଆଣିଛନ୍ତି। ଏହାର ଉପଯୁକ୍ତ ତଦନ୍ତ ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯଖପୁର, ମଙ୍ଗଳପୁର, ବାଳୁଙ୍ଗାବନ୍ଦୀ, ତେଲିବାହାଳି, ସାତବାଇଁଶି, ଦାନଗଦି ଗ୍ରାମର ଶତାଧିକ ଲୋକ ଲିଖିତ ଭାବେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ସ୍ମାରକପତ୍ରରେ ଗ୍ରାମବାସୀ ଦର୍ଶାଇଛନ୍ତି ଯେ, ଭିସା ଷ୍ଟିଲ ୧ ମାସ ହେବ ଚାଷ ଜମିକୁ ବିଷାକ୍ତ ଜଳ ଛାଡୁଛି। ଏହି ବିଷାକ୍ତ ପାଣି ପିଇ ସ୍ଥାନୀୟ ଅଞ୍ଚଳର ଗୋରୁ, ଛେଳି, ମେଣ୍ଢା ପ୍ରଭୃତି ପ୍ରାଣୀ ପ୍ରଭାବିତ ହେଉଛନ୍ତି। ୨୦୦୫ରୁ ୨୦୨୦ ମଧ୍ୟରେ ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକ ବିଭିନ୍ନ ପ୍ରଦୂଷଣଜନିତ ରୋଗରେ ଆକ୍ରାନ୍ତ ହୋଇ ଯଖପୁରା ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଛନ୍ତି। ଏ ବିଷୟରେ ଗ୍ରାମବାସୀଙ୍କ ତରଫରୁ ଗ୍ରାମସଭା କରାଯାଇ ଏସ୍‌ପିସିବିର ସଦସ୍ୟ ସଚିବ ଓ ଆଞ୍ଚଳିକ ଅଧିକାରୀଙ୍କୁ ଏକାଧିକ ଥର ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏସ୍‌ପିସିବିର ଜଣେ ବରିଷ୍ଠ ଇଞ୍ଜିନିୟର ଲକ୍ଷାଧିକ ଟଙ୍କା ଲାଞ୍ଚ ନେଇ ଭିସା ଷ୍ଟିଲ ଯେତେ ପ୍ରଦୂଷଣ କଲେ ବି ତାକୁ ସୁରକ୍ଷା ଯୋଗାଇ ଦେଉଛନ୍ତି। ସେ ଏକ ସଂସ୍ଥା ନାମରେ କେତେକ ପ୍ରଦୂଷଣ ନିୟନ୍ତ୍ରଣ ଜନିତ ଯନ୍ତ୍ରପାତି ବିଭିନ୍ନ ଶିଳ୍ପ କାରଖାନାକୁ ଉଚ୍ଚା ଦରରେ ବିକ୍ରି କରୁଛନ୍ତି। ବିଭିନ୍ନ ସମୟରେ ଜଳ ନମୁନା ପରୀକ୍ଷା କରାଇ ଶିଳ୍ପପତିମାନଙ୍କଠାରୁ ଲକ୍ଷାଧିକ ଟଙ୍କା ଚାନ୍ଦା ଆଦାୟ କରୁଛନ୍ତି। ଗତ ମେ ୨୨ରେ ଭିସା ଷ୍ଟିଲ ବର୍ଜ୍ୟଜଳ ଚାଷ ଜମିକୁ ଛାଡିବା ସମ୍ପର୍କରେ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଏହି ଘଟଣା ରଫାଦଫା ପାଇଁ କାରଖାନା ପକ୍ଷରୁ ଏସ୍‌ପିସିବିର ଜଣେ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଲକ୍ଷାଧିକ ଟଙ୍କା ଲାଞ୍ଚ ଦେଇଥିବା ଜଣାଯାଇଛି, ଯାହାକି ଏସ୍‌ପିସିବିର ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି ଏବଂ ତାହାର ଯାଞ୍ଚ କରାଗଲେ ଏହାର ସତ୍ୟତା ସ୍ପଷ୍ଟ ହୋଇଯିବ ବୋଲି ଗ୍ରାମବାସୀ ଦାବି କରିଛନ୍ତି। କାରଖାନାର ଜଳ ନମୁନା ସଂଗ୍ରହ କରିବା ସମୟରେ ଜାଣିଶୁଣି ବୋତଲକୁ ସିଲ୍‌ କରାଯାଉନି। ଏସ୍‌ପିସିବିର ଅଧିକାରୀ ଓ ଶିଳ୍ପପତିମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ କଳିଙ୍ଗନଗର ଶିଳ୍ପାଞ୍ଚଳ ସମ୍ପତି ଉକତ୍ଟ ପ୍ରଦୂଷଣ ସ୍ଥିତିରେ ରହିଛି। ୧୦ବର୍ଷ ମଧ୍ୟରେ ବେସରକାରୀ ଭାବେ ୩୦୦ରୁ ଊର୍ଦ୍ଧ୍ୱ ଲୋକ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ଅକାଳରେ ପ୍ରାଣ ହରାଇଲେଣି। ଉତ୍କଟ ପ୍ରଦୂଷଣରେ ଲୋକଙ୍କ ଜୀବନ ଯାଉଥିବା ବେଳେ ଏସପିସିବିର ସମ୍ପୃକ୍ତ ଅଧିକାରୀମାନେ ମାଲାମାଲ ହେଉଛନ୍ତି। ଏହି ମର୍ମରେ ଗ୍ରାମବାସୀ ମୁଖ୍ୟମନ୍ତ୍ରୀଙ୍କ ସମେତ ଯାଜପୁର ଜିଲାପାଳ, ଏସ୍‌ପିସିବିର ସଦସ୍ୟ ସଚିବ, ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ, ୫-ଟି ସଚିବଙ୍କୁ ଶିଳ୍ପ ପ୍ରଦୂଷଣରୁ ତୁରନ୍ତ ରକ୍ଷା କରିବାକୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଗ୍ରାମବାସୀଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ସ୍ଥାନୀୟ ଅଞ୍ଚଳରେ ପ୍ରଦୂଷଣ ମାତ୍ରା କମ୍‌ କରିବା ଦିଗରେ ପଦକ୍ଷେପ ନେବାକୁ ଗ୍ରାମର ରମେଶଚନ୍ଦ୍ର ରାଉତ, କୈଳାସ ମହାନ୍ତି, ଅଜୟ ଦାସ, ଗଣେଶ୍ୱର ମହାନ୍ତି, ସୁବ୍ରତ ମହାନ୍ତି, ନବୀନ ଦଳେଇ ପ୍ରମୁଖ ଶତାଧିକ ଲୋକ ନିବେଦନ କରିଛନ୍ତି। ଅଭିଯୋଗ ସଂକ୍ରାନ୍ତରେ ଭିସା ଷ୍ଟିଲ୍‌ର ଏମ୍‌ଡି ମନୋଜ କୁମାର, ଏସପିସିବିର ସଦସ୍ୟସଚିବଙ୍କ ମତାମତ ନେବାକୁ ଯୋଗାଯୋଗ କରାଯାଇଥିଲେ ହେଁ ସେମାନେ ଫୋନ୍‌ କଲ ଗ୍ରହଣ ନ କରିବାରୁ ତାହା ସମ୍ଭବ ହୋଇପାରିନାହିଁ। ତେବେ ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, ଏସ୍‌ପିସିବିର ନୀତିନିୟମ ଅନୁସାରେ ତଦନ୍ତ କରାଯାଇ ନିରପେକ୍ଷ ଭାବେ ତଦନ୍ତ ରିପୋର୍ଟ ଦାଖଲ କରାଯାଉଛି। ରିପୋର୍ଟ ଅନୁସାରେ ସମ୍ପୃକ୍ତ କାରଖାନା ଉପରେ ଆବଶ୍ୟକ ପଦକ୍ଷେପ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri