Categories: ଖେଳ

ଭିଭିଆନ୍‌ ରିଚାର୍ଡସଙ୍କ ଜୋତା ସଫା କରୁଥିଲେ ଏହି ମହାନ ଖେଳାଳି

ଓ୍ବେଷ୍ଟଇଣ୍ଡିଜର ମହାନ ବ୍ୟାଟ୍ସମ୍ୟାନ୍‌ ବ୍ରାଏନ ଲାରା ଏକ ବଡ ଖୁଲାସା କରିଛନ୍ତି। ସେ କହିଛନ୍ତି, ଯେତେବେଳେ ପ୍ରଥମେ ଟିମ୍‌ରେ ଏଣ୍ଟ୍ରି କରିଥିଲି ସେତେବେଳେ ମୋ ଉପରେ ଆଦୌ ବୋଝ ନ ଥିଲା। ମୁଁ ବେଞ୍ଚ୍‌ରେ ପ୍ରାୟତଃ ବସି ରହୁଥିଲି। ବେଳେବେଳେ କିମ୍ବଦନ୍ତୀ ସାର୍‌ ଭିଭିଆନ୍‌ ରିଚାର୍ଡସଙ୍କ ଜୋତା ମଧ୍ୟ ସଫା କରୁଥିଲି। ଅନ୍ୟଥା କୌଣସି କାର୍ଯ୍ୟରେ ନିଜକୁ ବ୍ୟସ୍ତ ରହୁଥିଲି ବୋଲି ଲାରା କହିଛନ୍ତି। ସଦ୍ୟ ସମାପ୍ତ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ସିରିଜ୍‌ରେ ଭାରତୀୟ ଉଇକେଟକିପର ଋଷଭ ପନ୍ତଙ୍କ ପ୍ରଦର୍ଶନକୁ ନେଇ ଆଲୋଚନା ଚାଲିଥିବାବେଳେ ଲାରା ତାଙ୍କ ସପକ୍ଷରେ ମତ ଦେଇ ଏଭଳି କଥା କହିଛନ୍ତି। ଋଷଭଙ୍କୁ ଏବେ ମାତ୍ର ୨୨ ବର୍ଷ। ସେ ମହାନ ବ୍ୟାଟ୍ସମ୍ୟାନ୍‌ ମହେନ୍ଦ୍ର ସିଂ ଧୋନୀଙ୍କ ସ୍ଥାନ ନେଇଛନ୍ତି। ହଠାତ୍‌ ତାଙ୍କଠାରୁ ଅଧିକ ଆଶା କରିବା ଉଚିତ୍‌ ନୁହେଁ। ଋଷଭଙ୍କ ଉପରେ ଅତିରିକ୍ତ ବୋଝ ଲଦାଯାଉଥିବା ଲାରା କହିଛନ୍ତି। ତାଙ୍କୁ ପଡିଆରେ ଚିରାଚରିତ ଢଙ୍ଗରେ ଖେଳିବାକୁ ମଉକା ଦିଆଯିବା ଉଚିତ୍‌। କର ବା ମର ପରିସ୍ଥିତିରେ ଖେଳୁଛନ୍ତି ବୋଲି ତାଙ୍କୁ କେବେ ବି ଅନୁଭବ କରିବାକୁ ଦିଆ ନ ଯାଉ ବୋଲି ଲାରା ମତ ଦେଇଛନ୍ତି। ଆଜିକାଲି ଯୁବପିଢିଙ୍କ ଉପରେ ଅଧିକ ଚାପ ରହୁଛି ଯାହା ପୂର୍ବରୁ ଘଟୁ ନ ଥିଲା ବୋଲି ସେ କହିଛନ୍ତି।

Share