ଭିନ୍ନ ଲୁକ୍‌ରେ ରବିନା

ମୁମ୍ବାଇ: ବଲିଉଡ୍‌ ନାୟିକା ରବିନା ଟଣ୍ଡନଙ୍କ ବୟସ ସିନା ବୃଦ୍ଧି ହୋଇଛି ହେଲେ ଏବେବି ସେ ବର୍ତ୍ତମାନର ନାୟିକାଙ୍କୁ ଟକ୍କର ଦେବାରେ ଓସ୍ତାଦ। ରବିନା ଏବେ ‘କେଜିଏଫ୍‌’ର ଦ୍ୱିତୀୟ ଭାଗ ଶୁଟିଂ ପାଇଁ ବ୍ୟସ୍ତ ଥିବା ଜଣାପଡିଛି। ଆଉ ଏହାରି ଭିତରେ ସେ ଏମିତି ଏକ ଫଟୋ ଶୁଟ୍‌ କରିଛନ୍ତି ଯାହା ଆସିଛି ଚର୍ଚ୍ଚାକୁ। ଫଟୋରେ ରବିନାଙ୍କ ଲୁକ୍ସ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି। ସୋସିଆଲ ମିଡିଆରେ ରବିନାଙ୍କର କିଛି ଫଟୋ ଭାଇରାଲ ହେବାରେ ଲାଗିଛି। ‘କେଜିଏଫ୍‌’ର ଶୁଟିଂ ପାଇଁ ଗତ ସପ୍ତାହରେ ରବିନା ହାଇଦ୍ରାବାଦ ଗସ୍ତ କରିଥିବା ଜଣାପଡିଛି। ଆଉ ଏହି ସମୟରେ ସେ ସମୁଦ୍ର କୂଳରେ ଯେଉଁ କେତୋଟି ଫଟୋ ଉଠାଇଛନ୍ତି ତାହା ଏବେ ଭାଇରାଲ ହେବାରେ ଲାଗିଛି।

Share