Categories: ଫୁରସତ

ଭିନ୍ନ ପ୍ରତିଯୋଗିତା: ଟଏଲେଟ୍‌ ପେପରରେ ବିବାହ ପୋଷାକ ତିଆରିକରି ୭ ଲକ୍ଷ ପୁରସ୍କାର ଜିତିଲେ ମହିଳା

ବିଭିନ୍ନ ସ୍ଥାନରେ ଭିନ୍ନ ପ୍ରକାର ପ୍ରତିଯୋଗିତା ଆୟୋଜିତ ହୋଇଥାଏ। କେଉଁଠି ଚଟ୍‌କଣି ମାରିବା ପ୍ରତିଯୋଗିତା ତ ଆଉ କେଉଁଠି ହାଇହିଲ୍‌ ପିନ୍ଧି ମହିଳାମାନଙ୍କ ଦୌଡ଼ ପ୍ରତିଯୋଗିତା। ଏମିତି ଏକ ପ୍ରତିଯୋଗିତା ନ୍ୟୁୟର୍କରେ ମଧ୍ୟ ଆୟୋଜିତ ହୋଇଯାଇଛି। ଯେଉଁଠାରେ ଟଏଲେଟ୍‌ ପେପରରେ ବିବାହ ଡ୍ରେସ୍‌ ତିଆରି ପରି ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଆଉ ଏପରି କରି ଜଣେ ମହିଳା ୭ ଲକ୍ଷ ଟଙ୍କାର ପୁରସ୍କାର ଜିତିପାରିଛନ୍ତି।
ଏହି ପ୍ରତିଯୋଗିତାରେ ୧୫୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ମାତ୍ର ସେମାନଙ୍କ ମଧ୍ୟରୁ ୧୦ ପ୍ରତିଯୋଗୀ ମନୋନୀତ ହୋଇଥିଲେ। ଏହି ପ୍ରତିଯୋଗିତାରେ ଦକ୍ଷିଣ କାରୋଲିନାର ମିମୋଜା ହାକ୍କା ବିଜେତା ଘୋଷିତ ହୋଇଛନ୍ତି। ଖାସ୍‌ କଥା ହେଲା, ଏହି ପ୍ରତିଯୋଗିତାରେ ବିବାହ ପୋଷାକ ଟଏଲେଟ୍‌ ପେପରରେ ତିଆରି କରାଯାଇଛି। ଏଥିସହ ସୂତା, ଟେପ ଏବଂ ଅଠାର ବ୍ୟବହାର ହୋଇଛି। ମିମୋଜା ପୁରା ୪୮ଟି ବଣ୍ଡଲ ଟଏଲେଟ୍‌ ପେପର ବ୍ୟବହାର କରି ଏହି ପୋଷାକ ତିଆରି କରିଥିଲେ। ଯାହାକି ସବୁଠାରୁ ଶ୍ରେଷ୍ଠ ରୂପେ ବିବେଚିତ କରାଗଲା। ଏହି ପୋଷାକ ତିଆରି କରିବାକୁ ମିମୋଜାଙ୍କୁ ୪୦୦ ଘଣ୍ଟା ଲାଗିଥିଲା। ମିମୋଜାଙ୍କୁ ବିଜେତା ରୂପେ ୭ ଲକ୍ଷ ଟଙ୍କାର ପୁରସ୍କାର ମିଳିଛି। ଏହା ଆମେରିକାର ଏକ ଟିଭି ଶୋ’ରେ ମଧ୍ୟ ଦେଖିବାକୁ ମିଳିଥିଲା।

Share