ଭିନ୍ନ ଢଙ୍ଗରେ ପିତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଜାହ୍ନବୀ

ମୁମ୍ବାଇ: ବଲିଉଡ୍‌ ନିର୍ଦ୍ଦେଶକ ବୋନି କପୁର ୬୪ ବର୍ଷରେ ପଦାର୍ପଣ କରିଛନ୍ତି। ତାଙ୍କ ଜନ୍ମଦିନ ଖୁସିକୁ ଦ୍ୱିଗୁଣିତ କରିଛନ୍ତି ବଲିଉଡ୍‌ ନାୟିକା ତଥା ବୋନିଙ୍କ ଝିଅ ଜାହ୍ନବୀ କପୁର। ଭିନ୍ନ ଢଙ୍ଗରେ ସେ ପିତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଜାହ୍ନବୀ କହିଛନ୍ତି ସେ ସବୁବେଳେ ଏଜର୍ନି ତାଙ୍କ ପିତା ବୋନିଙ୍କଠାରୁ ହିଁ ପାଇଥାଆନ୍ତି। ଏହା ବ୍ୟତୀତ ସେ ଜଣେ ‘ବେଷ୍ଟ ମ୍ୟାନ’ବୋଲି ମଧ୍ୟ ଜାହ୍ନବୀ ଉଲ୍ଲେଖ କରିଛନ୍ତି। ଇନଷ୍ଟାଗ୍ରାମରେ ସେ ବୋନିଙ୍କର କିଛି ପୁରୁଣା ଫଟୋ ଶେୟାର କରି ପିତାଙ୍କୁ ଓ୍ବିସ୍‌ କରିଛନ୍ତି।

ଜାହ୍ନବୀଙ୍କ ହୃଦୟସ୍ପର୍ଶୀ ପୋଷ୍ଟ ସାଙ୍ଗକୁ ଯେତେବେଳେ ବୋନି ପ୍ରଥମେ ଚାଲିବା ଆରମ୍ଭ କରିଥିଲେ ସେମିତି ଏକ ଫଟୋ ସେ ଶେୟାର କରିଛନ୍ତି। ଦୁନିଆର ସବୁ ଖୁସି ତାଙ୍କୁ ମିଳୁ ବୋଲି ଝିଅ ଜାହ୍ନବୀ କାମନା କରିଛନ୍ତି। ଆଗକୁ ଯାଇ ଜଣେ ଅଭିନେତ୍ରୀ ଭାବେ ସେ ତାଙ୍କ ପିତାଙ୍କ ପାଇଁ ଗର୍ବ ଓ ଗୌରବ ଆଣିଦେବେ ବୋଲି ମଧ୍ୟ ଲେଖିଛନ୍ତି।

Share