Categories: ଖେଳ

ଭିନ୍ନ କ୍ରୀଡ଼ାରେ ଭାଗ୍ୟ ପରୀକ୍ଷା କରୁଛନ୍ତି ଧୋନୀ

ନୂଆଦିଲ୍ଲୀ,୩୦।୮: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ(ମାହି)ଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ୍‌ ଲାଗି ଘୋଷିତ ଜାତୀୟ ଦଳରେ ସ୍ଥାନ ମିଳି ନାହିଁ। ଏହା ତାଙ୍କ ପ୍ରଶଂସକଙ୍କ ପାଇଁ ଦୁଃଖଦ ଖବର। ହେଲେ ମାହି ଏବେ ଭିନ୍ନ କ୍ରୀଡ଼ାରେ ଭାଗ୍ୟ ପରୀକ୍ଷା କରୁଛନ୍ତି। ଆମେରିକାରେ ଥିବା ମାହି ସାଥୀ ଖେଳାଳି କେଦାର ଯାଦବଙ୍କ ସହ ଗଲ୍ଫ ଖେଳି ଜାତୀୟ କ୍ରୀଡ଼ା ଦିବସ ପାଳନ କରିଛନ୍ତି। ଏହା ଯାଦବଙ୍କ ଟୁଇଟରୁ ଜଣାପଡ଼ିଛି। ଅଭିଜ୍ଞ ଅଲ୍‌ରାଉଣ୍ଡର ଏକ ଫଟୋ ଅପ୍‌ଲୋଡ କରିଛନ୍ତି। ଏଥିରେ ଧୋନୀ ଗୋଟିଏ ହାତରେ ଗ୍ଲୋଭ ପିନ୍ଧିଥିତ୍ବାବେଳେ କ୍ଲବ ଧରିଛନ୍ତି। ଫଟୋରେ ଯାଦବ ମଧ୍ୟ ରହିଛନ୍ତି। ଏହାର କ୍ୟାପଶନରେ ଲେଖିଛନ୍ତି, ଜାତୀୟ କ୍ରୀଡ଼ା ଦିବସ ଲାଗି ସଭିଙ୍କୁ ଶୁଭକାମନା। ଯାଦବ ଭାରତୀୟ ଟେଷ୍ଟ ଦଳର ସଦସ୍ୟ ନୁହନ୍ତି। ଅନ୍ୟପକ୍ଷରେ ୩୮ ବର୍ଷୀୟ ଧୋନୀ ଦୁଇମାସ ଲାଗି କ୍ରିକେଟରୁ ବିରତି ନେଇଥିଲେ। ଏବେ ସେ ଛୁଟିରୁ ଫେରିଥିଲେ ମଧ୍ୟ ଦଳରେ ସ୍ଥାନ ପାଇନାହାନ୍ତି।

Share