ଭିନ୍ନକ୍ଷମ ସଶକ୍ତୀକରଣ ଯୋଜନା ବାଟବଣା

ଭଦ୍ରକ ଅଫିସ, ୩।୧୨- ଭିନ୍ନକ୍ଷମମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟ କରୁଛି। ମାତ୍ର ତୃଣମୂଳ ସ୍ତରରେ ଏହି ଯୋଜନାର ସଫଳ ରୂପାୟନ ହୋଇପାରୁ ନାହିଁ। ଯାହାର ଜ୍ୱଳନ୍ତ ଉଦାହରଣ ଭଦ୍ରକ ଜିଲା ସଦର ବ୍ଲକର ନଚ୍ଛିପୁର ଓ ମାଳିଅରୁଆ ଗଁାରେ ଦେଖିବାକୁ ମିଳିଛି। ଏହି ଦୁଇ ଗଁାରେ ୨୦ରୁ ଊର୍ଦ୍ଧ୍ୱ ଦିବ୍ୟାଙ୍ଗ ସରକାରୀ ଯୋଜନାରୁ ବାଦ୍‌ ପଡ଼ିଛନ୍ତି। ସରକାରଙ୍କ ୫-ଟି ଯୋଜନାକୁ ଜିଲା ପ୍ରଶାସନ ଗୁରୁତ୍ୱ ଦେଇ ଗଁା ଗଁା ବୁଲି ଦୋସ୍ତି କାର୍ଯ୍ୟକ୍ରମ ମାଧ୍ୟମରେ ଦିବ୍ୟାଙ୍ଗମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଘର ମୁହଁରେ ଯୋଗାଇବା ପାଇଁ ବ୍ୟବସ୍ଥା ରହିଛି। କିନ୍ତୁ ଜିଲା ମୁଖ୍ୟାଳୟଠାରୁ ମାତ୍ର ୧୦ କି.ମି. ଦୂର ଏହି ଦୁଇ ଗଁାରେ କୌଣସି ସରକାରୀ ଅଧିକାରୀଙ୍କ ପାଦ ପଡ଼ି ନାହିଁ। ଏଠି ଭିନ୍ନକ୍ଷମ ସଶକ୍ତୀକରଣ ଯୋଜନା ବାଟବଣା ହୋଇଛି। ମଙ୍ଗଳବାର ଜିଲା ପ୍ରଶାସନ ପକ୍ଷରୁ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳନ କରାଯିବ। ମାତ୍ର ଉକ୍ତ ଦୁଇ ଗଁାର ଦିବ୍ୟାଙ୍କମାନଙ୍କ ପାଇଁ ଏହି ଦିବସ ପାଳନର କୌଣସି ମାନେ ନାହିଁ।
ବରହମପୁର ପଞ୍ଚାୟତ ମାଳିଅରୁଆ ଗଁାର ରତ୍ନାକର ରାଉତ(୫୪) ମାନସିକ ବିକାରଗ୍ରସ୍ତ ସାଙ୍ଗକୁ ଡାହାଣ ହାତ ଭାଙ୍ଗିଯାଇଛି। ଏଣେତେଣେ ଗଁା ସାରା ବୁଲନ୍ତି। ପୁଅ ଉମାକାନ୍ତ ଓ ସ୍ତ୍ରୀ କମଳା ପରିବାର ଚଳାନ୍ତି। ଦିନ ମଜୁରି ନ ଲାଗିଲେ ଘରେ ଚୁଲି ଜଳେ ନାହିଁ। ସେ ଦିବ୍ୟାଙ୍ଗ ସାର୍ଟିଫିକେଟ୍‌ ପାଇଁ ଅନେକ ଥର ଭଦ୍ରକ ଦୌଡ଼ିଛନ୍ତି। ସାର୍ଟିଫିକେଟ୍‌ ପାଇଁ କଟକ ଯିବାକୁ ପଡ଼ିବ କହିବାରୁ ପରିବାର ଲୋକେ ଆଉ କଟକ ଗଲେ ନାହିଁ। ସେହିଭଳି ପଡ଼ୋଶୀ ନଚ୍ଛିପୁର ଗଁାର ଭାଗୀରଥି ବେହେରା(୫୫)ଙ୍କର ୩ ପୁଅ ଓ ଦୁଇଝିଅଙ୍କୁ ନେଇ ଥିଲା ତାଙ୍କ ସୁଖର ସଂସାର। ହେଲେ ପର୍ଯ୍ୟାୟକ୍ରମେ ୩ ପୁଅ ବିଭିନ୍ନ ରୋଗରେ ପଡ଼ିବାରୁ ସେମାନଙ୍କର ମୃତ୍ୟୁ ଘଟିଲା। ସାନ ଝିଅ ବାହା ହୋଇସାରିଛନ୍ତି। ହେଲେ ଜନ୍ମରୁ ବଡ଼ଝିଅ ରମାମଣିଙ୍କର ଡାହାଣ ଗୋଡ଼ ଛୋଟ। ଏଣୁ ସେ ଛୋଟେଇ ଚାଲନ୍ତି। ଏଥିସହ ସେ ମାନସିକ ରୋଗଗ୍ରସ୍ତ। ସ୍ତ୍ରୀ ସାବିତ୍ରୀ ମଧ୍ୟ ଜଣେ ମାନସିକ ବିକାରଗ୍ରସ୍ତ। ଭାଗୀରଥି ଜଣେ ଦିନମଜୁରିଆ ହୋଇଥିବାରୁ ସକାଳୁ କାମକୁ ଯାଇ ସନ୍ଧ୍ୟାରେ ଘରକୁ ଫେରନ୍ତି। ଘରେ ପହଞ୍ଚି ରୋଷେଇ କରି ସ୍ତ୍ରୀ ଓ ଝିଅଙ୍କୁ ଖାଇବାକୁ ଦିଅନ୍ତି। ହେଲେ ଏହି ଦୁଇଜଣଙ୍କ ଦିବ୍ୟାଙ୍ଗ ସାର୍ଟିଫିକେଟ୍‌ ହୋଇନାହିଁ କି ସେମାନଙ୍କୁ ଭତ୍ତା ମିଳୁନାହିଁ। ଅପରପକ୍ଷରେ ଚାଳଘର ଛପର କରିବା ପାଇଁ ବାର୍ଷିକ ଟଙ୍କା ହେଉ ନ ଥିବାରୁ କେଉଁବର୍ଷ ଛପର ହୁଏ ତ ଅନ୍ୟ କେଉଁ ବର୍ଷ ଛପର ହୋଇପାରେ ନାହିଁ। ହେଲେ ସେମାନଙ୍କୁ କୌଣସି ବାସଗୃହ ଯୋଜନାରେ ମଧ୍ୟ ଅନ୍ତର୍ଭୁକ୍ତ କରାଯାଉ ନାହିଁ। ଓଲଟି ୩୦ ହଜାର ଟଙ୍କା ଦେଲେ ବାସଗୃହ ଯୋଜନାରେ ସାମିଲ କରାଯିବ ବୋଲି କୁହାଯାଉଥିବା ଭାଗୀରଥି ପ୍ରକାଶ କରିଛନ୍ତି। ଏହିଭଳି ଦୁଇ ଗଁାରେ କେତେଜଣ ଦିବ୍ୟାଙ୍ଗ ରହିଛନ୍ତି, ସେମାନେ ସରକାରୀ ସୁବିଧା ପାଇପାରୁ ନାହାନ୍ତି।
ଏ ସମ୍ପର୍କରେ ବଣିଆ ସରପଞ୍ଚଙ୍କ ପ୍ରତିନିଧି ନରେନ୍ଦ୍ର ରାଉତ କହିଛନ୍ତି, ଏମାନଙ୍କୁ ଦିବ୍ୟାଙ୍ଗ ସାର୍ଟିଫିକେଟ୍‌ ପ୍ରଦାନ କରାଯିବା ଦିଗରେ ଉଦ୍ୟମ କରାଯିବ। ତା’ପରେ ଭତ୍ତା ମିଳିବା ନେଇ ପଦକ୍ଷେପ ନିଆଯିବ। ଭାରପ୍ରାପ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ର ସ୍ବତନ୍ତ୍ର ଟିମ୍‌ ମାଧ୍ୟମରେ ଅଧିକାରୀମାନେ ଏହିସବୁ ଗଁାରେ ପହଞ୍ଚି ଦିବ୍ୟାଙ୍ଗମାନଙ୍କୁ ଚିହ୍ନଟ କରିବା ପରେ ସେମାନଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରାଯିବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri