ଭିତ୍ତିଭୂମି ନାହିଁ, ନଁ। କୁ ଆଦର୍ଶ ବିଦ୍ୟାଳୟ

ବହଳଦା,୧୧ା୮(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲାର ସୀମାନ୍ତବର୍ତ୍ତୀ ଆଦିବାସୀ ଅଧ୍ୟୁଷିତ ତିରିଂ ବ୍ଲକ ଶିକ୍ଷା କ୍ଷେତ୍ରରେ ଅନଗ୍ରସର ହୋଇ ରହିଛି। ଏହି ଅଞ୍ଚଳରେ ଶିକ୍ଷାର ପ୍ରସାର ଲାଗି ୪ ବର୍ଷ ତଳେ ବଡଡାଳିମା (ମାକଡିଘାଟି)ଠାରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ଆରମ୍ଭରୁ ଏହା ନାନା ସମସ୍ୟା ଦେଇ ଗତି କରି ଚାଲିଛି। ଯେଉଁ ଆଭିମୁଖ୍ୟ ନେଇ ଉକ୍ତ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା ତାହା ଏଯାଏ ଅଧୁରା ହୋଇ ରହିଛି। ବିଦ୍ୟାଳୟର କୋଠାକୁ ଛାଡି ଦେଲେ ଅନ୍ୟ ଭିତ୍ତିଭୂମିର ବିକାଶ ହୋଇନାହିଁ। ଶିକ୍ଷକ ଓ ଅନ୍ୟ କର୍ମଚାରୀ ନ ଥିବାରୁ ଠିକ୍‌ ଭାବେ ପାଠ ପଢାଯାଇ ପାରୁ ନାହିଁ ା
ବର୍ତ୍ତମାନ ବିଦ୍ୟାଳୟରେ ୬ଷ୍ଠରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢା ଯାଉଛି। ମୋଟ ୨୪୦ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ତେବେ ୬ଷ୍ଠ ଶ୍ରେଣୀରେ ବହୁ ସିଟ୍‌ ଖାଲି ପଡ଼ିଛି ା ଘରୋଇ ଇଂରାଜୀ ମିଡିୟମ ସ୍କୁଲରୁ ପ୍ରାଥମିକ ଶିକ୍ଷାଶେଷ କରିଥିବା ଛାତ୍ରୀଛାତ୍ରଙ୍କ ନାମଲେଖା ଲାଗି ଏହି ସରକାରୀ ବିଦ୍ୟାଳୟ ଏନଓସି ଆବଶ୍ୟକ କରୁଥିବାରୁ ଅନେକ ଅଭିଭାବକ ପିଲାଙ୍କ ନାମଲେଖା ବେଳେ ହଇରାଣ ହେଉଛନ୍ତି। ଅନ୍ୟପକ୍ଷେ ଶିକ୍ଷକ ଅଭାବ କାରଣରୁ ବିଦ୍ୟାଳୟରେ ଠିକ୍‌ ଭାବେ ପାଠ ପଢାଯାଇ ପାରୁ ନ ଥିବାରୁ ଏହାର ନକାରାତ୍ମକ ପ୍ରଭାବ ପରିଲକ୍ଷିତ ହେଉଛି। ବର୍ତ୍ତମାନ ମାତ୍ର ୪ ଜଣ ଶିକ୍ଷକ ଓ ଜଣେ ସଙ୍ଗୀତ ଶିକ୍ଷକ ରହିଛନ୍ତି। ବିଦ୍ୟାଳୟ ଆରମ୍ଭରୁ କେହି ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇ ନାହାନ୍ତି । ଇଂରାଜୀ ମାଧ୍ୟମରେ ପାଠପଢା ଯାଉଥିବା ବେଳେ ଜଣେ ହେଲେ ଇଂଲିଶ ଶିକ୍ଷକ ନାହାନ୍ତି। ଶିକ୍ଷକ ଅଭାବ ସାଙ୍ଗକୁ କିରାଣି ନ ଥିବା ଏବଂ କାମ କରୁଥିବା ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀ ଦୀର୍ଘଦିନ ହେଲା ଆଉ ଆସୁ ନ ଥିବା ଅଭିଭାବକମାନେ କହିଛନ୍ତି। ଏଥିଲାଗି ଶିକ୍ଷକମାନେ ପାଠ ପଢାଇବା ସହ ବାଧ୍ୟ ହୋଇ ଅନ୍ୟ କାମ କରୁଛନ୍ତି ।
ବଡଡାଳିମା ଆଦର୍ଶ ବିଦ୍ୟାଳୟ ନିକଟରେ ୭୦ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ ନିର୍ମାଣ ହୋଇଥିଲେ ମଧ୍ୟ ସେଠାରେ ରହିବା ଲାଗି ଆନୁଷଙ୍ଗିକ ସୁବିଧା କରାଯାଇ ନାହିଁ । ପାଣି ଅଭାବ ସାଙ୍ଗକୁ ବିଦ୍ୟୁତ୍‌ ବିଭ୍ରାଟ ସବୁବେଳେ ଲାଗି ରହୁଛି ା ଏ ନେଇ ସଭାପତି ସଞ୍ଜୟ ପତିଙ୍କ ନେତୃତ୍ୱରେ ଶତାଧିକ ଅଭିଭାବକ ବୁଧବାର ସ୍କୁଲ ପରିସରରେ ଏକତ୍ରିତ ହୋଇ ଏସବୁ ସମସ୍ୟା ନେଇ ଉଦ୍‌ବେଗ ପ୍ରକାଶ କରି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସରକାର ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ଦେବା ସହ ଆବଶ୍ୟକ ଶିକ୍ଷକ, କର୍ମଚାରୀ ପଦବୀ ପୂରଣ ଏବଂ ବିଦ୍ୟାଳୟର ଭିତ୍ତିିଭୂମିର ବିକାଶ ପାଇଁ ଦୃଷ୍ଟି ନ ଦେଲେ ଅଭିଭାବକମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ନିଷ୍ପତ୍ତି ନେଇଥିବା ରାଧାଗୋବିନ୍ଦ ଏବଂ ଶ୍ରୀହରି ପାତ୍ର ପ୍ରମୁଖ ଅଭିଭାବକ ସୂଚନା ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri