ଭିତ୍ତିଭୂମି ଥାଇ ଉଧଉନି ଫୁଲଚାଷ; କଲିକତା ମେଣ୍ଟାଉଛି ଫୁଲର ଚାହିଦା

ଭଦ୍ରକ ଅଫିସ, ୧୬।୯- ଭଦ୍ରକ ଜିଲାରେ ଉପଯୋଗୀ ମୃତ୍ତିକା, ଜଳବାୟୁ ଏବଂ ଭିତ୍ତିଭୂମି ଥିଲେ ମଧ୍ୟ ଫୁଲଚାଷର ବିକାଶ ହୋଇପାରୁ ନାହିଁ । ଚାଷୀମାନେ ସଚେତନ ନ ଥିବା ଏବଂ ପ୍ରୋତ୍ସାହନ ଅଭାବ ଭଳି ବିଭିନ୍ନ କାରଣରୁ ଏହି ଚାଷ ଉଧଉନାହିଁ । ବାହାଘର, ବ୍ରତଘର, ଶ୍ରାଦ୍ଧବାର୍ଷିକୀ ଏପରିକି ପର୍ବପର୍ବାଣି ସମୟରେ ପଶ୍ଚିମବଙ୍ଗର କଲିକତାରୁ ଅଣାଯାଉଥିବା ଫୁଲ ଉପରେ ନିର୍ଭର କରିବାକୁ ପଡୁଛି।
ଉଦ୍ୟାନ ବିଭାଗ ତଥ୍ୟ ଅନୁଯାୟୀ ଭଦ୍ରକ ଜିଲାରେ ଦୈନିକ ବିଭିନ୍ନ କିସମର ୧୦୦ କେଜି ପର୍ଯ୍ୟନ୍ତ ଫୁଲର ଚାହିଦା ରହିଛି। ବାର୍ଷିକ ଚାହିଦା ପ୍ରାୟ ୩୬୦ କୁଇଣ୍ଟାଲ। ଜିଲାର ବାସୁଦେବପୁର, ଧାମନଗର, ବନ୍ତ ଓ ଭଦ୍ରକର ହାତଗଣତି ଚାଷୀ ଫୁଲଚାଷ କରୁଛନ୍ତି। ଭଦ୍ରକ ନିକଟସ୍ଥ ବଣିଆ, ଗେଲଟୁଆ, ଜଳଙ୍ଗା ଅଞ୍ଚଳର କେତେକ ଚାଷୀ ଫୁଲଚାଷକୁ ଆପଣେଇଛନ୍ତି। ଜିଲାରୁ କମ୍‌ ଫୁଲ ଉପତ୍ାଦିତ ହେଉଥିବାରୁ ଏହା ଚାହିଦା ମେଣ୍ଟାଇପାରୁ ନାହିଁ । ଫଳରେ ବେପାରୀମାନେ କଲିକତାରୁ ବିଭିନ୍ନ ଫୁଲ ଆଣି ବଜାରରେ ବିକ୍ରି କରୁଛନ୍ତି। ବର୍ଷସାରା ଆମକୁ ଫୁଲ ପାଇଁ କଲିକତା ଉପରେ ନିର୍ଭର କରିବାକୁ ପଡୁଛି କୁହନ୍ତି, ଫୁଲ ବ୍ୟବସାୟୀ ଅରୁଣ।
ଫୁଲଚାଷରେ ଭଦ୍ରକ ଜିଲା ବହୁ ପଛରେ ପଡ଼ିଛି। ଏହି ଚାଷର ବିକାଶ ଲାଗି ସରକାରୀ ସ୍ତରରେ ଯୋଜନା ହେଉ ନାହିଁ କି ଚାଷୀଙ୍କ ଦାବି ରହୁନି। ଜିଲାରେ ବିଭିନ୍ନ ସମୟରେ ବିଭିନ୍ନ ମେଳା ଆୟୋଜନ କରାଯାଉଛି। ମାତ୍ର ପୁଷ୍ପ ପ୍ରଦର୍ଶନୀ ମାଧ୍ୟମରେ ଫୁଲଚାଷ ପ୍ରତି ଚାଷୀଙ୍କୁ ଆକୃଷ୍ଟ କରିବା ଲାଗି ଏଯାଏ ଠୋସ୍‌ କାର୍ଯ୍ୟକ୍ରମ ହାତକୁ ନିଆଯାଇନାହିଁ। ଏହି ଚାଷ ପାଇଁ ସଚେତନତା ସୃଷ୍ଟି, ତାଲିମ ଏବଂ ସରକାରୀ ପ୍ରୋସତ୍ାହନ କାଗଜ କଲମରେ ସୀମିତ ରହୁଛି। ଦୈନିକ ଆବଶ୍ୟକ ପଡୁଥିବା ଫୁଲରୁ ପ୍ରାୟ ୧୦ ଭାଗ ଜିଲାରୁ ଉପତ୍ାଦିତ ହେଉଥିବା କୁହାଯାଉଛି। ଫୁଲ ବ୍ୟବସାୟୀଙ୍କ ସୂତ୍ରରୁ ଜଣାଯାଇଛି ଯେ, କଲିକତାର କୋଲାଘାଟ ବଜାରରୁ ଭଦ୍ରକ ସହରକୁ ଦୈନିକ ୨୫ରୁ ଊର୍ଦ୍ଧ୍ୱ ପ୍ରକାର ଫୁଲ ଆସୁଛି। ଗୋଲାପ, ରଜନୀଗନ୍ଧା, ଗେଣ୍ଡୁଫୁଲ ଅଧିକ ବିକ୍ରି ହେଉଛି। ଫୁଲ ସାଙ୍ଗକୁ ସାଜସଜା ପାଇଁ ବିଭିନ୍ନ କିସମର ପତ୍ର ଏରିଗା, ଘୋଡା, ବଟର, ପାରାଗାଷ୍ଟ ଜାତୀୟ ପତ୍ର ବାହାରୁ ଅଣାଯାଉଛି। ଜିଲାରେ ଫୁଲ ଉପତ୍ାଦନ କମ୍‌ ଥିବାରୁ ବାହାଘର ସିଜନରେ ଫୁଲର ଦାମ ଅଧିକ ରହୁଛି। ଏ ସମ୍ପର୍କରେ ସହକାରୀ ଉଦ୍ୟାନ ବିଭାଗ ନିର୍ଦ୍ଦେଶକ ଉର୍ମିଳା ମହାପାତ୍ରଙ୍କୁ ପଚାରିବାରୁ କହିଛନ୍ତି, ଫୁଲଚାଷ ପ୍ରତି ଚାଷୀମାନେ ଆକୃଷ୍ଟ ହେବା ଦରକାର। ଚାଷପ୍ରଣାଳୀ ଜାଣି ଏହାର ରକ୍ଷଣାବେକ୍ଷଣ ପ୍ରତି ଯନତ୍ବାନ ହେଲେ ଏହି ଚାଷ କରି ଚାଷୀ ଲାଭବାନ ହୋଇପାରିବେ। ଫୁଲ ବ୍ୟବସାୟୀ ରାଜେନ୍ଦ୍ର ସାହୁ କହିଛନ୍ତିି, ଫୁଲ ବ୍ୟବସାୟ ଲାଭଦାୟକ। ସତର୍କତାର ସହ ଏହି ବ୍ୟବସାୟ କରିବାକୁ ପଡେ। କାରଣ ଦିନେ ଦୁଇଦିନ ଭିତରେ ଫୁଲ ସଢିଗଲେ ଡଷ୍ଟବିନ୍‌ରେ ପକାଇବା ଛଡା ଆଉ କିଛି ବାଟ ନ ଥାଏ। ସ୍ଥାନୀୟ ପୌରପାଳିକା ପକ୍ଷରୁ ନିର୍ଦ୍ଦିଷ୍ଟ ଭାବେ ଫୁଲବଜାର କରାଗଲେ ଏହା ଜିଲାରେ ଫୁଲ ଚାଷର ବିକାଶ ଲାଗି ପ୍ରେରଣାଦାୟକ ହୁଅନ୍ତା ବୋଲି ଅନ୍ୟ ଜଣେ ବ୍ୟବସାୟୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri