ଭିତ୍ତିଭୂମି ଥାଇ ଉଧଉନି ଫୁଲଚାଷ; କଲିକତା ମେଣ୍ଟାଉଛି ଫୁଲର ଚାହିଦା

ଭଦ୍ରକ ଅଫିସ, ୧୬।୯- ଭଦ୍ରକ ଜିଲାରେ ଉପଯୋଗୀ ମୃତ୍ତିକା, ଜଳବାୟୁ ଏବଂ ଭିତ୍ତିଭୂମି ଥିଲେ ମଧ୍ୟ ଫୁଲଚାଷର ବିକାଶ ହୋଇପାରୁ ନାହିଁ । ଚାଷୀମାନେ ସଚେତନ ନ ଥିବା ଏବଂ ପ୍ରୋତ୍ସାହନ ଅଭାବ ଭଳି ବିଭିନ୍ନ କାରଣରୁ ଏହି ଚାଷ ଉଧଉନାହିଁ । ବାହାଘର, ବ୍ରତଘର, ଶ୍ରାଦ୍ଧବାର୍ଷିକୀ ଏପରିକି ପର୍ବପର୍ବାଣି ସମୟରେ ପଶ୍ଚିମବଙ୍ଗର କଲିକତାରୁ ଅଣାଯାଉଥିବା ଫୁଲ ଉପରେ ନିର୍ଭର କରିବାକୁ ପଡୁଛି।
ଉଦ୍ୟାନ ବିଭାଗ ତଥ୍ୟ ଅନୁଯାୟୀ ଭଦ୍ରକ ଜିଲାରେ ଦୈନିକ ବିଭିନ୍ନ କିସମର ୧୦୦ କେଜି ପର୍ଯ୍ୟନ୍ତ ଫୁଲର ଚାହିଦା ରହିଛି। ବାର୍ଷିକ ଚାହିଦା ପ୍ରାୟ ୩୬୦ କୁଇଣ୍ଟାଲ। ଜିଲାର ବାସୁଦେବପୁର, ଧାମନଗର, ବନ୍ତ ଓ ଭଦ୍ରକର ହାତଗଣତି ଚାଷୀ ଫୁଲଚାଷ କରୁଛନ୍ତି। ଭଦ୍ରକ ନିକଟସ୍ଥ ବଣିଆ, ଗେଲଟୁଆ, ଜଳଙ୍ଗା ଅଞ୍ଚଳର କେତେକ ଚାଷୀ ଫୁଲଚାଷକୁ ଆପଣେଇଛନ୍ତି। ଜିଲାରୁ କମ୍‌ ଫୁଲ ଉପତ୍ାଦିତ ହେଉଥିବାରୁ ଏହା ଚାହିଦା ମେଣ୍ଟାଇପାରୁ ନାହିଁ । ଫଳରେ ବେପାରୀମାନେ କଲିକତାରୁ ବିଭିନ୍ନ ଫୁଲ ଆଣି ବଜାରରେ ବିକ୍ରି କରୁଛନ୍ତି। ବର୍ଷସାରା ଆମକୁ ଫୁଲ ପାଇଁ କଲିକତା ଉପରେ ନିର୍ଭର କରିବାକୁ ପଡୁଛି କୁହନ୍ତି, ଫୁଲ ବ୍ୟବସାୟୀ ଅରୁଣ।
ଫୁଲଚାଷରେ ଭଦ୍ରକ ଜିଲା ବହୁ ପଛରେ ପଡ଼ିଛି। ଏହି ଚାଷର ବିକାଶ ଲାଗି ସରକାରୀ ସ୍ତରରେ ଯୋଜନା ହେଉ ନାହିଁ କି ଚାଷୀଙ୍କ ଦାବି ରହୁନି। ଜିଲାରେ ବିଭିନ୍ନ ସମୟରେ ବିଭିନ୍ନ ମେଳା ଆୟୋଜନ କରାଯାଉଛି। ମାତ୍ର ପୁଷ୍ପ ପ୍ରଦର୍ଶନୀ ମାଧ୍ୟମରେ ଫୁଲଚାଷ ପ୍ରତି ଚାଷୀଙ୍କୁ ଆକୃଷ୍ଟ କରିବା ଲାଗି ଏଯାଏ ଠୋସ୍‌ କାର୍ଯ୍ୟକ୍ରମ ହାତକୁ ନିଆଯାଇନାହିଁ। ଏହି ଚାଷ ପାଇଁ ସଚେତନତା ସୃଷ୍ଟି, ତାଲିମ ଏବଂ ସରକାରୀ ପ୍ରୋସତ୍ାହନ କାଗଜ କଲମରେ ସୀମିତ ରହୁଛି। ଦୈନିକ ଆବଶ୍ୟକ ପଡୁଥିବା ଫୁଲରୁ ପ୍ରାୟ ୧୦ ଭାଗ ଜିଲାରୁ ଉପତ୍ାଦିତ ହେଉଥିବା କୁହାଯାଉଛି। ଫୁଲ ବ୍ୟବସାୟୀଙ୍କ ସୂତ୍ରରୁ ଜଣାଯାଇଛି ଯେ, କଲିକତାର କୋଲାଘାଟ ବଜାରରୁ ଭଦ୍ରକ ସହରକୁ ଦୈନିକ ୨୫ରୁ ଊର୍ଦ୍ଧ୍ୱ ପ୍ରକାର ଫୁଲ ଆସୁଛି। ଗୋଲାପ, ରଜନୀଗନ୍ଧା, ଗେଣ୍ଡୁଫୁଲ ଅଧିକ ବିକ୍ରି ହେଉଛି। ଫୁଲ ସାଙ୍ଗକୁ ସାଜସଜା ପାଇଁ ବିଭିନ୍ନ କିସମର ପତ୍ର ଏରିଗା, ଘୋଡା, ବଟର, ପାରାଗାଷ୍ଟ ଜାତୀୟ ପତ୍ର ବାହାରୁ ଅଣାଯାଉଛି। ଜିଲାରେ ଫୁଲ ଉପତ୍ାଦନ କମ୍‌ ଥିବାରୁ ବାହାଘର ସିଜନରେ ଫୁଲର ଦାମ ଅଧିକ ରହୁଛି। ଏ ସମ୍ପର୍କରେ ସହକାରୀ ଉଦ୍ୟାନ ବିଭାଗ ନିର୍ଦ୍ଦେଶକ ଉର୍ମିଳା ମହାପାତ୍ରଙ୍କୁ ପଚାରିବାରୁ କହିଛନ୍ତି, ଫୁଲଚାଷ ପ୍ରତି ଚାଷୀମାନେ ଆକୃଷ୍ଟ ହେବା ଦରକାର। ଚାଷପ୍ରଣାଳୀ ଜାଣି ଏହାର ରକ୍ଷଣାବେକ୍ଷଣ ପ୍ରତି ଯନତ୍ବାନ ହେଲେ ଏହି ଚାଷ କରି ଚାଷୀ ଲାଭବାନ ହୋଇପାରିବେ। ଫୁଲ ବ୍ୟବସାୟୀ ରାଜେନ୍ଦ୍ର ସାହୁ କହିଛନ୍ତିି, ଫୁଲ ବ୍ୟବସାୟ ଲାଭଦାୟକ। ସତର୍କତାର ସହ ଏହି ବ୍ୟବସାୟ କରିବାକୁ ପଡେ। କାରଣ ଦିନେ ଦୁଇଦିନ ଭିତରେ ଫୁଲ ସଢିଗଲେ ଡଷ୍ଟବିନ୍‌ରେ ପକାଇବା ଛଡା ଆଉ କିଛି ବାଟ ନ ଥାଏ। ସ୍ଥାନୀୟ ପୌରପାଳିକା ପକ୍ଷରୁ ନିର୍ଦ୍ଦିଷ୍ଟ ଭାବେ ଫୁଲବଜାର କରାଗଲେ ଏହା ଜିଲାରେ ଫୁଲ ଚାଷର ବିକାଶ ଲାଗି ପ୍ରେରଣାଦାୟକ ହୁଅନ୍ତା ବୋଲି ଅନ୍ୟ ଜଣେ ବ୍ୟବସାୟୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri