ଭିତରକନିକା ୩୧ ଯାଏ ବନ୍ଦ

ରାଜନଗର, ୧୭।୩(ଡି.ଏନ.ଏ.): କରୋନା ସତର୍କତାକୁ ଦୃଷ୍ଟିରେ ରଖି ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ କେନ୍ଦ୍ରାପଡା ଜିଲାର ଭିତରକନିକା ଜାତୀୟ ଉଦ୍ୟାନକୁ ମଙ୍ଗଳବାର ଠାରୁ ବନ୍ଦ ରଖାଯିବ। ଏହା ୧୫ଦିନ ପାଇଁ ଅର୍ଥାତ୍‌ ୩୧ ତାରିଖ ଯାଏ ବନ୍ଦ ରହିବ। ଏହି ସମୟ ମଧ୍ୟରେ କୌଣସି ପର୍ଯ୍ୟଟକଙ୍କୁ ଛଡାଯିବ ନାହିଁ ବୋଲି ଭିତରକନିକା ରେଞ୍ଜ ଅଫିସର ସୁଶ୍ରୀ ସ୍ବାତୀ ମହାନ୍ତି ସୂଚନା ଦେଇଛନ୍ତି। କୋଣାର୍କ, ନନ୍ଦନକାନନ ଦୁଇଦିନ ପୂର୍ବରୁ ବନ୍ଦ କରାଯାଇଥିଲେ ମଧ୍ୟ ଭିତରକନିକା ଖୋଲା ରହିଥିଲା।