ଭିଡ଼ିଓ ଭାଇରଲ ପରେ ବନରକ୍ଷୀ ନିଳମ୍ବିତ

ଭଞ୍ଜନଗର,୫।୫(ଡି.ଏନ୍‌.ଏ.)- ଭଞ୍ଜନଗରସ୍ଥିତ ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ କେନ୍ଦ୍ରୀୟ ବନାଞ୍ଚଳ ବିଞ୍ଜିଗିରି ସେକ୍ସନର ବନରକ୍ଷୀ ଏମ.ଏମ୍‌. ରାଉଳ ଜଣେ କାଠ ଚୋରଙ୍କ ଠାରୁ ଲାଞ୍ଚ ନେବା ଭିଡ଼ିଓ କିଛିଦିନ ପୂର୍ବେ ଭାଇରଲ ହୋଇଥିଲା। ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକ୍ରମେ ସୋମବାର ଏକ ଟିମ୍‌ ଘଟଣାର ତଦନ୍ତ କରି ଡ଼ିଏଫ୍‌ଓଙ୍କୁ ରିପୋର୍ଟ ପ୍ରଦାନ କରିବା ପରେ ତାଙ୍କୁ ନିଳମ୍ବିତ କରାଯାଇଛି। ପ୍ରକାଶ ଯେ, ୫ମାସ ପୂର୍ବେ ଜଣେ କାଠ ଚୋରକୁ ବନରକ୍ଷୀ ରାଉଳ ଧରିଥିଲେ। ୭ଶହ ଟଙ୍କା ଦେଲେ ମାମଲା ରୁଜୁ ହେବନାହିଁ ବୋଲି କଥା ଛିଡିବା ପରେ ତାଙ୍କୁ ଛାଡି ଦେଇଥିଲେ। କିଛିଦିନ ପରେ ସେ ଟଙ୍କାଦେବାବେଳେ କେହି ଏହାର ଭିଡିଓ ଉତ୍ତୋଳନ କରି ଭାଇରାଲ କରିଦେଇଥିଲେ।