ଭିଡ଼ରୁ ବ୍ୟାପୁଛି କରୋନା ସଂକ୍ରମଣ: ମାର୍ଚ୍ଚ ୩୧ ଯାଏ ହାଇକୋର୍ଟ ଆସିବେନି ଓକିଲ

କଟକ ଅଫିସ,୧୭।୩: ରାଜ୍ୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବିଧାନସଭା, ସ୍କୁଲ, କଲେଜ, ଶପିଂମଲ, ଜିମ୍‌ ସହ ଅନ୍ୟାନ୍ୟ ଜନଗହଳିସ୍ଥାନକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି କ୍ରମରେ ୩୧ ଯାଏ ଓକିଲମାନେ ହାଇକୋର୍ଟ ଆସିବେ ନାହିଁ ବୋଲି ଜଣାପଡ଼ିଛି। ମଙ୍ଗଳବାର କରୋନା ସତର୍କତା ନେଇ ହାଇକୋର୍ଟ ଓକିଲ ସଂଘ ଏହି ନିଷ୍ପତ୍ତି ନେଇଛି। ତଦନୁଯାୟୀ, ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟ ନ କରିବାକୁ ସଂଘ ନିଷ୍ପତ୍ତି ନେଇଛି। ଭିଡ ଏଡ଼ାଇବାକୁ କୋର୍ଟ ନ ଆସିବାକୁ ଓକିଲମାନେ ନିଷ୍ପତ୍ତି ନେଇଛନ୍ତି। ଏପରିକି ଭିଡରୁ ସଂକ୍ରମଣ ବ୍ୟାପୁଥିବାରୁ ଓକିଲଙ୍କୁ ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ନିଆଯାଉଥିବା ସଂଘ ପକ୍ଷରୁ କୁହାଯାଇଛି।