ଭିଜିଲାନ୍ସ ଜାଲରେ ବାଲିଅନ୍ତା ତହସିଲର ଡାଟା ଏଣ୍ଟ୍ରି ଅପରେଟର, ତହସିଲଦାର ଅଟକ

ଭୁବନେଶ୍ୱର,୪।୬(ବ୍ୟୁରୋ): ଭିଜିଲାନ୍ସ ଜାଲରେ ବାଲିଅନ୍ତା ତହସିଲର ଡାଟାଏଣ୍ଟ୍ରି ଅପରେଟର ଧନେଶ୍ୱର ସାହୁ। ଏକ ଜମିଜମା ମାମଲା ପାଇଁ ଧନେଶ୍ୱର ୧ ଲକ୍ଷ ୨୦ହଜାର ଟଙ୍କା ନେଉଥିଲେ। ଏହି ସମୟରେ ଡିଏସ୍‌ପି ଅକ୍ଷୟ ମିଶ୍ରଙ୍କ ନେତୃତ୍ୱରେ ଗଠିତ ଭୁବନେଶ୍ୱର ଭିଜିଲାନ୍ସ ଟିମ୍‌ ଚଢ଼ାଉ କରି ତାଙ୍କୁ ଗିରଫ କରିଛି। ତେବେ ଏହି ଘଟଣାରେ ତହସିଲଦାର ରଶ୍ମୀରେଖା ପ୍ରଧାନଙ୍କୁ ମଧ୍ୟ ଅଟକ ରଖାଯାଇଛି। ସେମାନଙ୍କୁ ଭିଜିଲାନ୍ସ ଟିମ୍‌ ପଚରାଉଚରା କରୁଥିବା ସୂଚନା ମିଳିଛି। ତେବେ ତହସିଲଦାରଙ୍କ ପାଇଁ ଡାଟାଏଣ୍ଟ୍ରି ଅପରେଟର ଟଙ୍କା ନେଉଥିବା କୁହାଯାଉଥିଲେ ହେଁ ଧନେଶ୍ୱର ଏହାକୁ ଅସ୍ବିକାର କରିଛନ୍ତି। ତହସିଲଦାର ମଧ୍ୟ ଏ ବିଷୟରେ କିଛି ଜାଣି ନ ଥିବା ପ୍ରତିକ୍ରିୟା ରଖିଛନ୍ତି।