ଭିଜିଲାନ୍ସ ଜାଲରେ ଥୁଆମୂଳ-ରାମପୁର ଏଏସ୍‌ଆଇ: ୫୦ ହଜାର ଲାଞ୍ଚ ନେଉଥିବା ବେଳେ ଗିରଫ

କେସିଙ୍ଗା,୭।୬: କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଏଏସ୍‌ଆଇ ସୁମେଶ୍ୱର ବାଗ ଲାଞ୍ଚ ନେଉଥିବା ବେଳେ ଶନିବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୁମେଶ୍ୱର ରାୟଗଡ଼ା ଜିଲା ଅଧୀନ କାଶୀପୁର ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ମାଲିଗାଁର ପବିତ୍ର ନାଏକଙ୍କଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଳାହାଣ୍ଡି ଜିଲା ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି। ତାଙ୍କ ବାପାଙ୍କ ଗତ ଡିସେମ୍ବର ମାସରେ ବଜ୍ରପାତରେ ମୃତ୍ୟୁ ଘଟିଥିଲା। କ୍ଷତିପୂରଣ ବାବଦକୁ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ୪ ଲକ୍ଷ ଟଙ୍କା ମିଳିଥିଲା। ପବିତ୍ର ବାପାଙ୍କ ୩ଟି ସ୍ତ୍ରୀ ହୋଇଥିବା ବେଳେ ୨ ଜଣ ଏହି ଟଙ୍କାଙ୍କୁ ବାଣ୍ଟି ନେଇଥିଲେ। ଟଙ୍କା ଭାଗ ବଣ୍ଟାକୁ ନେଇ ଘରେ କଳହ ଲାଗି ରହୁଥିଲା। ଏ ନେଇ ବାପାଙ୍କ ଅନ୍ୟ ଜଣେ ସ୍ତ୍ରୀ ଥୁଆମୂଳ ରାମପୁର ଥାନାରେ ଅଭିଯୋଗ କରିଥିଲେ।
ଏହି ଅଭିଯୋଗକୁ ଭିତ୍ତିକରି ଏଏସ୍‌ଆଇ ପବିତ୍ରକୁ ଡାକି ୫୦ ହଜାର ଦେବୁ ନଚେତ କୋର୍ଟକୁ ପଠାଇବି ବୋଲି ଧମକ ଦେଇ ମୋଟରସାଇକେଲ ରଖିଥିଲେ। ପବିତ୍ର କିଛି ଉପାୟ ନ ପାଇ କଳାହାଣ୍ଡି ଜିଲା ଭିଜିଲାନ୍ସର ଆଶ୍ରୟ ନେଇଥିଲେ।
ଭିଜିଲାନ୍ସ ଦ୍ୱାରା ପୂର୍ବ ଯୋଜନା ଅନୁସାରେ ପବିତ୍ର ଲାଞ୍ଚ ଟଙ୍କା ଦେଉଥିବା ସମୟରେ ଭବାନୀପାଟଣା ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ ମହାନନ୍ଦଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଏଏସ୍‌ଆଇଙ୍କଠାରୁ ଟଙ୍କା ଜବତ କରିବା ସହ ଘଟଣାରେ ସାମିଲ ଥିବା ହୋମଗାର୍ଡ ରଘୁମଣି ବାଗଙ୍କୁ ମଧ୍ୟ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅଙ୍କ ବିବାହକୁ ନେଇ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬।୫: ସୋମବାର, ସୁପ୍ରିମକୋର୍ଟ ଯୌତୁକ ପାଇଁ ସ୍ତ୍ରୀଙ୍କୁ ହତ୍ୟା କରିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। କୋର୍ଟ ଗୁରୁତ୍ୱାରୋପ କରିଛନ୍ତି ଯେ ଝିଅର…

ଯେମିତି କହିଲେ ସେମିତି କଲେ: ଭାଜପାରେ ଯୋଗଦେଲେ ଦେବାଶିଷ

ଭୁବନେଶ୍ୱର,୨୬।୫:ବରିଷ୍ଠ ରାଜନେତା ଦେବାଶିଷ ସାମନ୍ତରାୟ ମଙ୍ଗଳବାର ଭାଜପାରେ ଯୋଗ ଦେଇଛନ୍ତି। ଦିଲ୍ଲୀରେ କେନ୍ଦ୍ରୀୟ ନେତାଙ୍କ ଉପସ୍ଥିତିରେ ସେ ଭାଜପାରେ ସାମିଲ ହୋଇଛନ୍ତି। ସୋମବାର ବିଜେଡିରୁ ଇସ୍ତଫା ଦେବା…

ଏହି ୨ ଗୋଟି ସ୍ଥାନରେ ରାସ୍ତାର ନବୀକରଣ, ପ୍ରଶସ୍ତିକରଣ ପାଇଁ ଶିଳାନ୍ୟାଶ କଲେ ବିଧାୟକ ହିମାଂଶୁ ଶେଖର, ୪ କୋଟି ଟଙ୍କା ବ୍ୟୟ ଅଟକଳରେ…

ଧର୍ମଶାଳା,୨୬।୫(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ରାସ୍ତା ଉନ୍ନତିକରଣ ଓ ପ୍ରଶସ୍ତିକରଣ ପାଇଁ ଧର୍ମଶାଳା ବିଧାୟକଙ୍କ ମାରାଥନ ଶିଳାନ୍ୟାଶ ଜାରିରହିଛି ।…

ଗଙ୍ଗା ଦଶହରାରେ କମିଲା ସୁନା-ରୂପା ଦର, ଏକାଥରେ ୪ହଜାର…..

ନୂଆଦିଲ୍ଲୀ,୨୬।୫: ସୁନା ଏବଂ ରୂପା ମୂଲ୍ୟରେ ଏକ ବଡ଼ ହ୍ରାସ ପରିଲକ୍ଷିତ ହୋଇଥିଲା। ରୂପା ମୂଲ୍ୟ ୪,୩୦୦ଟଙ୍କାରୁ ଅଧିକ ହ୍ରାସ ପାଇଛି । ସୁନା ମଧ୍ୟ ପ୍ରାୟ ୯୦୦…

ନୀଳଚକ୍ର ବାନାରେ ବସିଲା ଚିଲ: ଅଶୁଭ ସଂକେତ, ଘଟିପାରେ…

ପୁରୀ,୨୬ା୩(ଅଜିତ୍‌ କୁମାର ମହାନ୍ତି):ଶ୍ରୀମନ୍ଦିର ନୀଳଚକ୍ର ଉପରେ ସୋମବାର ପୂର୍ବାହ୍ନରେ କିଛି ସମୟ ଧରି ଏକ ଚିଲ ବସିଥିବା ଦେଖିବାକୁ ମିଳିଥିଲା। କିଛି ମାସ ବ୍ୟବଧାନ ପରେ ଏହା…

ଭୋଜି ଭାତ ଖାଇ ୪ ମୃତ୍ୟୁ: ଗାଁରେ ପହଞ୍ଚି ସ୍ଥିତି ପରଖିଲେ ଜିଲାପାଳ, ୧୫ ଦିନ ଯାଏ ପୋଖରୀ ପାଣି ମନା

ସୁନ୍ଦରଗଡ,୨୬।୫(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ହେମଗିର ବ୍ଲକ ନୂଆଡିହି ଗାଁରେ ଏକ ଶୁଦ୍ଧ କ୍ରିୟା ଭୋଜି ଖାଇ ୪ଜଣଙ୍କ ମୃତ୍ୟୁ ଘଟଣା ପରେ ସୋମବାର ଜିଲାପାଳ,…

କାଳବୈଶାଖୀ ବର୍ଷା ପାଣି ଯୋଗୁ ଧସିଲା ପୋଲର ସୁରକ୍ଷା ପାଚେରୀ, ଭୟରେ ପଞ୍ଚାୟତବାସୀ

ନନ୍ଦପୁର ୨୫।୫ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକର ଦୁର୍ଗମ ପଞ୍ଚାୟତ ଭାବେ ପରିଚିତ ଖେମୁଣ୍ଡୁଗୁଡା ପଞ୍ଚାୟତକୁ ସଂଯୋଗୀ ଆରଡି ରାସ୍ତାରେ ଥିବା ଏକ…

ମରାମତି ବେଳେ ବଡ଼ ଅଘଟଣ: ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଗୁରୁତର ହେଲେ ଠିକା କର୍ମଚାରୀ

ଗଜପତି,୨୬।୫(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି କେଉଟ ସାହିରେ ବିଦ୍ୟୁତ୍‌ ମରାମତି କାର୍ଯ୍ୟ ଚାଲିଥିବା ବେଳେ ବିଦ୍ୟୁତ୍‌ ଆଘାତରେ ଠିକା କର୍ମଚାରୀ ଆହାତ ହୋଇଛନ୍ତି। ଗୁରୁତର ବସ୍ଥାରେ ପାରଳାଖେମୁଣ୍ଡି ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri